ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏରଗଡା ରେ ଇଦୁଲ ଫିତର ପାଳନ

ଏରଗଡା ରେ ଇଦୁଲ ଫିତର ପାଳନ

ରାଉରକେଲା: ଲାଠିକଟା ବ୍ଲକର ଏରଗଡା ଠାରେ ଇଦୁଲ ଫିତର ମହାସମାରୋହରେ ପାଳିତ ହୋଇଯାଇଛି। ସବ୍ରତି ଅଲ୍ଲୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ଆଶା ତନ୍ତୀ ଓ ପ୍ରାକ୍ତନ ସିଆରପିଏଫ ଡିଆଇଜି ଦୟାନିଧି ତନ୍ତୀ ଅତିଥି ଭାବେ ଯୋଗଦେଇ ମୁସଲମାନ ଭାଇ ଭଉଣୀମାନଙ୍କୁ ଇଦୁଲ ଫିତରର ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କ ମଧ୍ୟରେ ଭାଇଚାରା ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି ହେଉ ବୋଲି ସେ ଆଶା ପ୍ରକଟ କରିଥିଲେ। ସୂଚନାଯୋଗ୍ୟ ଯେ ଇସଲାମ ଧର୍ମର ସବୁଠାରୁ ପବିତ୍ର ମାସ ରମଜାନ ରେ ଏକମାସ ଧରି ଉପବାସ ରଖାଯିବା ପରେ ଇଦ୍ ପର୍ବ ପାଳନ କରାଯାଇଥାଏ ଓ ନମାଜ ପାଠ ସହ ଶାନ୍ତି,ସୁଖ ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରାଯାଇଥାଏ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଯଶମୁଦ୍ଦିନ ଅଲ୍ଲୀ,ବକ୍ରିଦିନ ଖାତୁନ, ଆଜାଦ୍ ଅଲ୍ଲୀ,ରାକିବ ଅଲ୍ଲୀ,ଜାମସେଦ ଅନସାରୀ ,ଇସରତ ପରୱନ,ତୈ।ସିନ୍ ଅନସାରୀ ପ୍ରମୁଖ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଗୋ ପାଳନ ମାଧ୍ୟମରେ ଗ୍ରାମୀଣ ଜୀବିକାରେ ନୂଆ ଆଶା ଓସିପିଏଲ୍ ଓ ସେବକଙ୍କ ସଂଯୁକ୍ତ ପଦକ୍ଷେପରେ ହେମଗିରର ସରବାହାଲ ଗ୍ରାମରେ “ଗୋ ପାଳନ ପ୍ରକଳ୍ପ” ଶୁଭାରମ୍ଭ

Sunil Chandra Nayak

କେଫ୍ୟୁ ପକ୍ଷ ରୁ ଜାତୀୟ ବନ୍ୟ ପ୍ରାଣୀ ସଚେତନ ସପ୍ତାହ ୨୦୨୪ ଉଦ୍ଘାଟିତ 

masiha

ସ୍କୁଟି–ଟ୍ରକ ମୁହାଁ ମୁହିଁ ଧକ୍କା ଜଣେ ଗୁରୁତ୍ତର 

masiha

Leave a Comment

error: Content is protected !!