ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ଠାରେ ବାବା ସାହେବ ଆମ୍ବେଦକର ଙ୍କ ର୧୩୩ତମ ଜନ୍ମ ଜୟନ୍ତୀ ସମାରୋହରେ ପାଳିତ

ଜୁନାଗଡ଼ ଠାରେ ବାବା ସାହେବ ଆମ୍ବେଦକର ଙ୍କ ର୧୩୩ତମ ଜନ୍ମ ଜୟନ୍ତୀ ସମାରୋହରେ ପାଳିତ

ଜୁନାଗଡ଼,୧୫/୪(ମ ନି ସ)କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ବହୁଜନ ସଂଗ୍ରାମ ସମିତି ତରଫରୁ ବାବା ସାହେବ ଆମ୍ବେଦକର ଙ୍କର ୧୩୩ତମ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି l ଏହି ଅବସରରେ ଶତାଧିକ ଆମ୍ବେଦକର ପ୍ରେମୀମାନେ ସ୍ଥାନୀୟ ହିଂଜିଲିବାହଲି ଛକ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ନୂଆ ବସ ଷ୍ଟାଣ୍ଡ ସ୍ଥିତ ବାବା ସାହେବ ଆମ୍ବେଦକର ଷ୍ଟେଚୁ ଠାରେ ପହଞ୍ଚି ଥିଲେ l ଏହି ବିଶାଳ ଶୋଭାଯାତ୍ରାରେ ବିଭିନ୍ନ ପ୍ରକାରର ବାଜା ବାଜଣା ଓ ରୋଷଣୀରେ ସାରାସହର ଜୟ ଭୀମ ଓ ଆମ୍ବେଦକରଙ୍କ ନାରାରେ ପ୍ରକମ୍ପିତ ହୋଇ ଉଠିଥିଲା । ସହରର ଉତ୍କଳ ମଣୀ ସେବା ସଂଗଠନ, ବଡପଡା ଯୁବ ସଂଗଠନ ଓ କୁବେର ସମାଜ ତରଫରୁ ପଣା ଓ ଥ ଥଣ୍ଡା ପାନୀୟ ଜଳ ଶୋଭାଯାତ୍ର କାରୀଙ୍କୁ ଦେଇ ସେବା ପ୍ରଦାନ କରିଥିଲେ। ଶୋଭଯାତ୍ରା ନୂଆ ବସ ଷ୍ଟାଣ୍ଡ ଠାରେ ପହଞ୍ଚି ବାବା ସାହେବ ଙ୍କ ପ୍ରତିମୂତ୍ତିର୍ରେ ବିଭିନ୍ନ ସଂଗଠନର କର୍ମକର୍ତା ମାଲ୍ଯାର୍ପଣ କରି ଶ୍ରଦ୍ଧା ସୁମନ ପ୍ରଦାନ କରିଥିଲେ।ପରେ ସଂଗଠନର ସଭାପତି ରଞ୍ଜନ କୁମାର ଜାଲଙ୍କ ସଭାପତିତ୍ୱରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ପଣ୍ଡରାମାଳି ସମାଜ ର ସଭପତି ଈଶ୍ୱର ପୁଝାରୀ କୁବେର ସମାଜ ର ଉଦ୍ଧବ ସାହୁ ,ବିଶ୍ୱନାଥ କର ପ୍ରମୁଖ ଉପସ୍ଥିତ ରହି ବାବା ସାହେବଙ୍କ ଜୀବନୀ ଓ ଆଦର୍ଶ ସହ ସାମାଜିକ ଉଥାନ ବିଷୟରେ ବାର୍ତ୍ତା ଦେଇଥିଲେ। ସ୍ୱାଗତ ସମ୍ବର୍ଦ୍ଧନା ଉଗ୍ରସେନ କନ୍ଦ ପାନ ଦେଇଥିବାବେଳେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସଂଗଠନର କାର୍ଯ୍ୟକାରୀ ସଭାପତି ନରେନ୍ଦ୍ର କ୍ଷିତି l ସନ୍ଧ୍ୟା ରେ ବାବା ସାହେବ ଙ୍କ ପ୍ରତିମୂର୍ତ୍ତି ରେ ମହମ ବତୀ ପ୍ରଜ୍ଵଳନ କରି ବା ସହ କେକ୍ କାଟି ବାବା ସାହେବ ଙ୍କ ସ୍ମୃତି ଚାରଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ମାରବାଡ଼ି ସଂଗଠନ ର ଚମ୍ପକ ଅଗ୍ରୱାଲ , ଶୁଣ୍ଢି ସମାଜ ର ଯିବେଶ ସାହୁ, ପ୍ରୟବ୍ରତ ବଣୁଆ, ଯାଦବ ସମାଜ ର କର୍ମକର୍ତ୍ତା ଓ ମହିଳା ସଂଗଠନର କର୍ମକର୍ତ୍ତା ଉପସ୍ଥିତ ରହି ଥିଲେ।ବହୁଜନ ସଂଗ୍ରାମ ସମିତି ର , ପୁର୍ନେନ୍ଦୁ ମାଝୀ, ସୁଶାନ୍ତ ନାଏକ, ଲଲିତ ବାଗ, ଶିବ ମହାନନ୍ଦ , ମିନୁ କନ୍ଦ ପାନ, ରବି ଶଙ୍କର ସୁନାନୀ, ବିକ୍ରାନ୍ତ କୁମାର, ରତନ ଧାଙ୍ଗଡାମାଝି, ରିଷି କ୍ଷିତି, ଅଞ୍ଜନ୍ କ୍ଷିତି ଅବିନାଶ ଦୁର୍ଗା, ବୁନୁ ବାଗ ଏବ୍ଂ ବହୁ ଆମ୍ବେଦକର ପ୍ରେମୀ ଯୋଗଦାନ କରି ସକ୍ରିୟ ସହଯୋଗ କରିଥିଲେ l

ଜୁନାଗଡ଼ ରୁ ନରେନ୍ଦ୍ର ଖୀତି ଙ୍କ ରିପୋର୍ଟ୍ 

Related posts

୧– ଲଘୁଚାପ ଜନିତ ବର୍ଷା ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ I ୪୦ ରୁ ଉର୍ଦ୍ଧ ଏକର ଚାଷ ଜମିରେ ପାଣି ପଷି ଚାଷ ନଷ୍ଟ ସହ ବାଲିଚୋର, ୨– ଲଘୁଚାପ ଜନିତ ବର୍ଷା ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ 

Sunil Chandra Nayak

ଜଗମୋହନ ରେ ଅଗ୍ନିକାଣ୍ଡ

Sunil Chandra Nayak

ମୟୁରଭଞ୍ଜ ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ତଦାରଖ (ଦିଶା )କମିଟିର ଅଷ୍ଟମ ବୈଠକ ଅନୁଷ୍ଠିତ.

masiha

Leave a Comment

error: Content is protected !!