ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆନ୍ତର୍ଜାତିକ ଜୟ ଶ୍ରୀଜଗନ୍ନାଥ ରକ୍ତଦାନ ଦିବସ ପାଳିତ 

ଆନ୍ତର୍ଜାତିକ ଜୟ ଶ୍ରୀଜଗନ୍ନାଥ ରକ୍ତଦାନ ଦିବସ ପାଳିତ 

ତା.୧୪.୦୪.୨୦୨୪(ରବିବାର)   ଆଜି ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ଅବସରରେ ଟାଉନ ହଲ, ପୁରୀଠାରେ ଅନ୍ତର୍ଜାତୀୟ ଶିକ୍ଷା ନିଯୁକ୍ତି ଏବଂ ସଶକ୍ତିକରଣ ପରିଷଦ ଓ ଇନଷ୍ଟିଚ୍ୟୁଟ ଅଫ ଡିଜିଟାଲ ମିଡ଼ିଆ ଟେକ୍ନୋଲୋଜି ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି | ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟି ରେ ରଖି ରକ୍ତଭଣ୍ଡାର ଗୁଡିକରେ ରକ୍ତର ଅଭାବ ଦୂର କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ବୋଲି ସଂସ୍ଥା ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଦୀପ ତ୍ରିପାଠୀ ନିଜର ମନ୍ତବ୍ୟ ରଖିଛନ୍ତି | ଶିବିରରେ ସର୍ବମୋଟ ୩୬ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା | ରାଜ୍ୟ ରେଡକ୍ରସ କଟକ ଶାଖାର ସହଯୋଗ କ୍ରମେ ଅନୁଷ୍ଠାନର ମୁଖ୍ୟ ସଂଯୋଜକ ପଦ୍ମ ଲୋଚନ ମହାପାତ୍ର ରକ୍ତଦାନ ଶିବିରଟିକୁ ପରିଚାଳନା କରିଥିଲେ | ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ, ଜଗଦଗୁରୁ କ୍ରିପାଲୁ ବିଶ୍ୱବିଦ୍ୟାଳୟର ଉପକୁଳପତି ଡ଼କ୍ଟର ଅନିଲ ବାଜପାୟୀ, ପୂର୍ବତନ ପ୍ରଶାସକ ମଧୁସୂଦନ ମିଶ୍ର, ଶ୍ରୀମନ୍ଦିର ପାଇକା ନିଜୋଗର ସଚିବ ଶ୍ରୀଯୁକ୍ତ ନୀଳମଣି ଗୁରୁ, ଚିଦାନନ୍ଦ ବିଶ୍ୱ ଶାନ୍ତି ପ୍ରତିଷ୍ଠାନର ପ୍ରତିଷ୍ଠାତା ସ୍ୱାମୀ ବ୍ରହ୍ମନିଷ୍ଠାନନ୍ଦ ସରସ୍ବତୀ, ଡ଼କ୍ଟର ଜଗବନ୍ଧୁ ମିଶ୍ର , ଗୌରୀ ଶଙ୍କର ସିଂହାରୀ, ବରିଷ୍ଠ ସମାଜସେବୀ ବଦ୍ରି ମିଶ୍ର, ପ୍ରମୁଖ ସଂମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ | ଉଦଯାପନୀ ସମାରୋହରେ ଅତିଥିମାନେ ରେଡକ୍ରସ କଟକ ଶାଖାର ବିବିଓ ଡାକ୍ତର ବିନାୟକ ପୃଷ୍ଟି ଏବଂ ବରିଷ୍ଠ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ବିକାଶ ପ୍ରସାଦଙ୍କୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସଂମ୍ମାନିତ କରିଥିଲେ | ମଞ୍ଚାସିନ ଅତିଥି ଏବଂ ଅନୁଷ୍ଠାନ ପରିଚାଳନା କମିଟିର ସଦସ୍ୟ ମାନେ ଆନ୍ତର୍ଜାତିକ ଜୟ ଶ୍ରୀଜଗନ୍ନାଥ ଦିବସକୁ ଆଗାମୀ ଦିନରେ “ଆନ୍ତର୍ଜାତିକ ଜୟ ଶ୍ରୀଜଗନ୍ନାଥ ରକ୍ତଦାନ ଦିବସ” ରୂପେ ପାଳନ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି | ସାମ୍ପ୍ରତିକ ସମୟରେ ବିଜ୍ଞାନର ଅଗ୍ରଗତି ସତ୍ତ୍ୱେ ବି ରକ୍ତର ବିକଳ୍ପ ଉଦ୍ଭାବନ ସମ୍ଭବ ହୋଇପାରି ନାହିଁ | ଈଶ୍ୱର ସର୍ବ ବିଦ୍ୟମାନ ,ମାନବ ସେବା ହିଁ ମାଧବ ସେବା, ଏହି ଦୀକ୍ଷାରେ ଦୀକ୍ଷିତ ହୋଇ ସମାଜର ପ୍ରତ୍ୟେକ ବ୍ୟକ୍ତି ପ୍ରତି ବର୍ଷ ଅତି କମରେ ଦୁଇ ଥର ରକ୍ତଦାନ କରିବା ଉଚିତ | ରକ୍ତଦାନ ଯେ କେବଳ ଜଣେ ବ୍ୟକ୍ତି ର ଜୀବନ ବଞ୍ଚାଇବାରେ ସହାୟକ ହେବ ତାହା ନୁହେଁ, ପୁର୍ଣ୍ଣ୍ୟ ଅର୍ଜନ ଓ ଈଶ୍ୱର ପ୍ରାପ୍ତିର ଏହା ହେଉଛି ଶ୍ରେଷ୍ଠ ମାର୍ଗ ବୋଲି ଶ୍ରୀ ତ୍ରିପାଠୀ ନିଜ ବ୍ୟକ୍ତବ୍ୟରେ ଉପସ୍ଥାପନ କରିଛନ୍ତି |

Related posts

ଜିଲ୍ଲାପାଳଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ

masiha

ଚାନ୍ଦା ଆଦାୟ କରି ରାସ୍ତା ତିଆରି କରିଲେ ଚାଟିଗୁଡା ଗ୍ରାମ ବାସୀ 

masiha

ଷଷ୍ଠ ଆନ୍ତଃ ବିଦ୍ୟାଳୟ ଦ୍ବିଦିବସୀୟ କବାଡି ପ୍ରତିଯୋଗିତା ଆରମ୍ଭ 

masiha

Leave a Comment

error: Content is protected !!