ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହାଆଡମ୍ବରରେ ଶ୍ରୀରାମ ନବମୀ ପାଳିତ

ମହାଆଡମ୍ବରରେ ଶ୍ରୀରାମ ନବମୀ ପାଳିତ

ବାଲେଶ୍ଵର,୧୭/୪/୨୪- ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ସୁଣ୍ଢିରାଗଣ୍ଡିବେଡ ଠାରେ ଥିବା ହନୁମାନ ମନ୍ଦିରରେ ୧୭ତମ ଶ୍ରୀରାମ ନବମୀ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି । ବ୍ରତଧାରୀ ମାନଙ୍କ ଦ୍ବାରା ପାର୍ଶ୍ଵସ୍ଥ ପୋଖରୀରୁ କଳସ ଅଣା ଯାଇଥିଲା । ପୂଜକ ଜଗନ୍ନାଥ ପଣ୍ଡା ଓ ଉମାକାନ୍ତ ପଣ୍ଡାଙ୍କ ଦ୍ବାରା ରାମସୀତା, ହନୁମାନ, ଶିବ ପାର୍ବତୀ ସହିତ ପାର୍ଶ୍ଵ ଦେବାଦେବୀଙ୍କ ପୂଜା କାର୍ଯ୍ୟ ମଧ୍ୟ ହୋଇଥିଲା । ଏଥିରେ ନିରଞ୍ଜନ ବେହେରା, ଶଙ୍କର୍ଷଣ ରାୟ, ଶିଶିର କୁମାର ନାୟକ, ବାସନ୍ତୀ ଲତା ମହାପାତ୍ର, ପର୍ଶୁରାମ ବେହେରା, ରତ୍ନାକର ବେହେରା, କୃପାସିନ୍ଧୁ ଖଟୁଆ, ଜ୍ଯୋତି ରଞ୍ଜନ ବେହେରା, ହରିଶ୍ଚନ୍ଦ୍ର ପରିଡା ଓ ମହେନ୍ଦ୍ର ଶିଅଳ ପ୍ରମୁଖ ସହଯୋଗ କରିଥିଲେ । ସେହିପରି ଖଇରା ଦୁର୍ଗା ମଣ୍ଡପ ଠାରେ ଥିବା ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା ପରେ ରାମଭକ୍ତଙ୍କ ଦ୍ବାରା ଜୟ ଶ୍ରୀରାମ ଜୟ ଶ୍ରୀରାମ ସ୍ଲୋଗାନରେ ବାଇକ୍ ରାଲି ବଜାର ପରିକ୍ରମା ହୋଇଥିଲା । ପରେ ପରେ ପ୍ରସାଦ ସେବନରେ ସମସ୍ତେ ଖୁସି ହୋଇଥିଲେ । ଏଥି ସହିତ ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ ଶାନ୍ତିଶୃଙ୍ଖଳାର ସହିତ ଶ୍ରୀରାମ ନବମୀ ପାଳିତ ହୋଇଥିବାର ରିପୋର୍ଟ ସଂଗ୍ରହରୁ ଜଣାପଡିଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଡାଇରିଆ ନିୟନ୍ତ୍ରଣ ନିମନ୍ତେ ଜିଲ୍ଲା ପ୍ରଶାସନର ତ୍ୱରିତ ପଦକ୍ଷେପ

masiha

ମାତାଞ୍ଜଳୀ ସୋସିଓ ସ୍ପିରିଚୁଆଲ ଟ୍ରଷ୍ଟ ପକ୍ଷରୁ ଟଙ୍କ ତୋରାଣି ବଣ୍ଟନ 

masiha

ଶିଶୁ ମହୋତ୍ସବରେ ଅରବିନ୍ଦ ସ୍କୁଲର ସଫଳତା 

masiha

Leave a Comment

error: Content is protected !!