ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନଗଡ଼ ଗ୍ରାମ ରେ ଶ୍ରୀରାମ ନବମୀ ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ନଗଡ଼ ଗ୍ରାମ ରେ ଶ୍ରୀରାମ ନବମୀ ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

କେନ୍ଦ୍ରାପଡ଼ା :-ରାଜନଗର ଶ୍ରୀରାମ ନବମୀ ଉପଲକ୍ଷେ ରାଜନଗର ବ୍ଲକ ଅନ୍ତର୍ଗତ ଓସ୍ତିଆ ପଂଚାୟତ ର ନଗଡ ଠାରେ ଶ୍ରୀରାମ ନବମୀ ପାଳନ ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ହଂସୁଆ କଳାପ୍ରତିଷ୍ଠାନ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଶତୃଘନ ତରାଇ ଓ ଦୁଇ ଦାସ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। 

ଶ୍ରୀରାମ ନବମୀ ପାଳନ ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ହଂସୁଆ କଳାପ୍ରତିଷ୍ଠାନ ବର୍ଣ୍ଣାଢ଼୍ୟ ନୃତ୍ୟ ଶିଳ୍ପୀ ମାନେ ଦର୍ଶକ ମାନଙ୍କ ମନମୁଗ୍ଧ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅର୍ଚ୍ଚିତା ପ୍ରଧାନ, ବିଷ୍ଣୁପ୍ରିୟା ବରାଳ, ଶୁଭଦର୍ଶନୀ ପାଢ଼ୀ, ଲକ୍ଷ୍ମୀପ୍ରିୟା ଦାସ, ତମନା ସାହୂ, କାଜଲ ଜେନା,ପୀହୁ ପାତ୍ର, ଅବିନାଶ ଦାସ, ଦେବେନ୍ଦ୍ର ତରାଇ, ସିଦ୍ଧି ପାତ୍ର ପ୍ରଭୃତି ନୃତ୍ୟ ରେ ଅଂଶଗ୍ରହଣ କରିଥିଲେ। ଅନୁଷ୍ଠାନର ସଚିନ୍ ଦାସ, ବିଶ୍ଵଜିତ କୁଣ୍ଡ , ବନ୍ଦନା ଦାସ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ନଗଡ ଗ୍ରାମର ଗ୍ରାମବାସୀ ମାନେ ସକ୍ରିୟ ଭାବେ ଉପସ୍ଥିତ ରହି ସହଯୋଗ କରିଥିଲେ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

କଳାହାଣ୍ଡି ଜିଲ୍ଲା ରେ ହେବାକୁ ଥିବା ଆଦିବାସୀ ବିଶ୍ବବିଦ୍ୟାଳୟର କ୍ୟାମ୍ପସ ମୟୂରଭଞ୍ଜ ଜିଲ୍ଲାରେ ପ୍ରତିଷ୍ଠା ପାଇଁ ମସୁଧା

Sunil Chandra Nayak

ସୋଲାର ପାନୀୟ ଜଳ ଓ ବସୁଧା ପ୍ରକଳ୍ପ ଅଚଳ ଦୁର୍ଦ୍ଦିନରେ ଜନସାଧାରଣ

Sunil Chandra Nayak

ରାଉଲକେଲା ବିଧାୟକ ସାରଦା ନାୟକଙ୍କ ଗାଡ଼ି ଦୁର୍ଘଟଣା: ଅଳ୍ପକେ ବର୍ତ୍ତିଲେ ପି.ଏସ୍.ଓ

Sunil Chandra Nayak

Leave a Comment

error: Content is protected !!