ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ ପକ୍ଷରୁ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳନ 

 ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ ପକ୍ଷରୁ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳନ 

ରାଉରକେଲା : ମେ ୧ ତାରଖକୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ଭାବେ ପାଳନ କରାଯାଏ । ଆଜି ସାରା ବିଶ୍ୱରେ ଶ୍ରମିକ ଦିବସ ପାଳନ କରାଯାଉଛି । ଏହି କ୍ରମରେ ଶ୍ରମଜିବୀମାନଙ୍କର ଅଧିକାର ସମ୍ପର୍କରେ ଜନ ସଚେତନ ସୃଷ୍ଟି କରିବା ସହ ସମାଜ ପ୍ରତି ସେମାନଙ୍କ ଅବଦାନ ବିଷୟରେ ଅବଗତ କରିବା ଉଦ୍ଦେଶ୍ୟରେ ଆଜି ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ ପକ୍ଷରୁ ଛେଣ୍ଡ ଚିନ୍ମୟ ସ୍କୁଲ ଛକ ଠାରେ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳନ କରାଯାଇଥିଲା। ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ବ ଓ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଲୋଚ୍ୟ ବିଷୟ ପ୍ରଗତି ପଥରେ ଶ୍ରମିକ ର ଭୂମିକା ଏବଂ ଅଧିକାର ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବୁଦ୍ଧିଜୀବୀ ମହଲ ରୁ ଅନେକ ଅତିଥି ଯୋଗଦେଇ ଆଲୋଚ୍ୟ ବିଷୟ ସମ୍ପର୍କରେ ଆଲୋଚନା କରିଥିଲେ। ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ ଶ୍ରମିକ ଭାଇ ମାନଙ୍କ ଐତିହ୍ୟ, ପରମ୍ପରା, ସଂସ୍କୃତି , ଶକ୍ତି ତଥା ଦେଶର ଉନ୍ନତି ରେ ଶ୍ରମିକ ଙ୍କ ଭୂମିକା ସମ୍ପର୍କରେ ଓ ଦେଶ ଆଗକୁ ବଢ଼ିବାକୁ ହେଲେ ଶ୍ରମିକଙ୍କ କୌଶିଳ ଶିକ୍ଷାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ସେ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ସହରର ଜଣାଶୁଣା ବିଶିଷ୍ଟ ବ୍ୟକ୍ତି ପ୍ରମୁଖ ଯୋଗ ଦେଇ ଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା ରେ ସହ ପ୍ରତିଷ୍ଠାତା ରବର୍ଟ ହାଇଫିଲ, ରଶ୍ମିତା ପଣ୍ଡା,ଦିବାକର ଦାସ, ସତ୍ୟମ୍ ମୋଦକ, ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। କଲ୍ୟାଣୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଉପସ୍ଥିତ ଥିବା ଶତାଧିକ ଶ୍ରମିକ ଭାଇ ଭଉଣୀ ମାନଙ୍କୁ ପଣା ଏବଂ ମିଷ୍ଟାନ ବଣ୍ଟନ କରାଯାଇଥିଲା।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଉପଭୋକ୍ତା ଅଧିକ ସଚେତନ ହେବାର ଆବଶ୍ୟକତା ରହିଛି : ଶ୍ରୀ ପ୍ରସାଦ 

Sunil Chandra Nayak

କଣ ନୂଆଗୁଡା ପ୍ରାଥମିକ ବିଦ୍ୟାଳୟ  ନିର୍ମାଣ ଶେଷ ହେବନି : ଅଭିଯୋଗ କରି ଥକିଗଲେଣି ସ୍ଥନୀୟ ବାସିନ୍ଦା 

Sunil Chandra Nayak

ଦଶ ଦଫା ଦାବି ନେଇ ଆଜି ରାଜ୍ୟ ଡ୍ରାଇଭର ସଂଘ ତରଫରୁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ

Sunil Chandra Nayak

Leave a Comment

error: Content is protected !!