ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ସାନଵଡ ଗୋପାଳପୁରୁ ପଞ୍ଚାୟତ ସ୍ତରୀୟ ବିଜେଡି ବନ୍ଧୁ ମିଳନ ଓ ସମନ୍ବୟ କର୍ମୀ ସମ୍ମିଳନୀରେ‌ ଡବଲ ଶଙ୍ଖକୁ ସ୍ବାଗତ

ସାନଵଡ ଗୋପାଳପୁରୁ ପଞ୍ଚାୟତ ସ୍ତରୀୟ ବିଜେଡି ବନ୍ଧୁ ମିଳନ ଓ ସମନ୍ବୟ କର୍ମୀ ସମ୍ମିଳନୀରେ‌ ଡବଲ ଶଙ୍ଖକୁ ସ୍ବାଗତ

ରାଜନଗର_୨,୫,୦୨୪ ଆଉ ମାତ୍ର ମାସକ ପରେ ହେବାକୁ ଥିବା ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ ତାଙ୍କର ରଣ କୈ।ଶଳ ଜାରି ରଖି ଚାଲିଛନ୍ତି।ଏହି ପରିପ୍ରେକ୍ଷୀରେ ‌କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର ବିଭିନ୍ନ ପଞ୍ଚାୟତରେ ବିଜେଡି ବ୍ଲକ ସଭାପତି ନିରଞ୍ଜନ ରାଉତଙ୍କ ପୌରହିତ୍ୟରେ ବିଜେଡି ପକ୍ଷରୁ କର୍ମୀ ସମ୍ମିଳନୀ କରାଯାଇ ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଶାସନ କାଳରେ ଜନ୍ମରୁ ମୃତ୍ଵ୍ୟ ପର୍ଯ୍ୟନ୍ତ ବିକଶିତ ଓଡିଶାର ଵିଭିନ୍ନ ଚିତ୍ର ଉପସ୍ଥାପନ କରି ଲୋକମାନଙ୍କର ପ୍ରସଂସା ସାଉଁଟି ଥିଲେ ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ଧୃଵ ସାହୁ । ଏହି ପରିପ୍ରେକ୍ଷିରେ ସାନବଡଗୋପାଳପୁରୁ ପଞ୍ଚାୟତର ବିଜେଡି ବନ୍ଧୁ ମିଳନ ଓ କର୍ମୀ ସମ୍ମୀଳନୀ ତ୍ରୀନାଥ ଵଜାର ସ୍ଥିତ ଵିଜେଡି କାର୍ଯ୍ୟାଳୟ ପରିସରରେ ସଭାପତି ନିରଞ୍ଜନ ରାଉତଙ୍କ ଅଧ୍ୟକ୍ଷତାରେ ଗତ କାଲି ଅନୁଷ୍ଠିତ ହୋଇଯାଇଛି।ଏଥିରେ ଵିଧାୟକ ଶ୍ରୀ ସାହୁ ଯୋଗଦେଇ ତୃଣମୂଳ ସ୍ତରରେ ସଂଗଠନକୁ ଅଧିକ ମଜଵୁତ କରିବାକୁ ପଞ୍ଚାୟତ ନିର୍ବାଚନକମିଟି,ୱାର୍ଡ,ଵୁଥ ଓ କୋର କମିଟି ମାନ ଗଢିବା ସହ ଘରେଘରେ ଶଙ୍ଖ କାର୍ଯ୍ୟକ୍ରମକୁ ଅଧିକ କ୍ରୀୟାଶୀଳ କରିବାକୁ ପରାମର୍ଶ ଦେଇଥିଲେ।ବିଗତ ପାଞ୍ଚ ବର୍ଷରେ ହୋଇଥିବା ଅଞ୍ଚଳର ବିକାଶ ପାଇଁ ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ଧୃବ ସାହୁଙ୍କୁ ପୂର୍ବାପେକ୍ଷାଏଥର କର୍ମୀମାନଙ୍କ ଠାରୁ ଅଧିକ ସମର୍ଥନ ସାଉଁଟୁ ଥିବା ବେଳେ ଅଂଶୁମାନ ମହାନ୍ତି ଙ୍କୁ ସାଂସଦ ଭାବେ ସମର୍ଥନ ଦେଇ ଡବଲ ଶଙ୍ଖରେ ବଟମ ଟିପିବାକୁ ବିଧାୟକ ଶ୍ରୀ ସାହୁ କର୍ମୀମାନଙ୍କୁ ପରାମର୍ଶ ଦେଇ ଅନ୍ୟ ମିଟିଂକୁ ଚାଲିଯାଇଥିଲେ।ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ପ୍ରତୀଭା ପାତ୍ର, ଦେବେନ୍ଦ୍ର ଜେନା, ସରପଞ୍ଚ ଗୋଲେଖ ଵିହାରୀ ସ୍ବାଇଁ, ସନ୍ତୋଷ କୁମାର ମହାନ୍ତ,କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ‌ନିର୍ଦେଶକ ଅରୁଣ କୁମାର ସାହୁ,ଆତ୍ମାର ଅଧ୍ୟକ୍ଷ ଗୋବର୍ଦ୍ଧନ ପ୍ରଧାନ, ବିଜେଡି ସମ୍ପାଦକ ନରହରି ଜେନା, ମୁଖପାତ୍ର କୈଳାଶ ମହାନ୍ତି ଏଵଂ ଵରିଷ୍ଠ ବିଜେଡି ନେତା ଯୋଗଦେଇ ମଞ୍ଚାସୀନ ରହି ଡବଲ ଶଙ୍ଖରେ ସର୍ବାଧିକ ଭୋଟ ଦେଇ ରାଜନଗର ଅଞ୍ଚଳର ଵିକାଶ ପୁରୁଷ ଧୃଵଭାଇଙ୍କୁ ଯିତାଇବା ସହ ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କୁ ସମପରିମାଣରେ ଭୋଟ ଦେବାକୁ ସଙ୍କଳ୍ପ କରି ନିଜନିଜ ବକ୍ତବ୍ୟ ରଖିଥିଲେ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

ଧର୍ମେନ୍ଦ୍ର ପ୍ରଧାନଙ୍କ ଖଡ଼ିଆଳ ଠାରେ ପରିବର୍ତ୍ତନ ସମାବେଶରେ ଯୋଗଦାନ

masiha

ରାଜ୍ୟ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କ ବାଲିଗୁଡା ଗସ୍ତ : ତୃଣମୂଳ ସ୍ତରରେ କଂଗ୍ରେସକୁ ମଜଭୂତ କରିବାକୁ ଆହ୍ୱାନ

Sunil Chandra Nayak

ରାଇରଙ୍ଗପୁରରେ ବିଜେଡି ତରଫରୁ ବିଜୁବାବୁଙ୍କ ତିରୋଧାନ ଦିଵସ ପାଳିତ 

masiha

Leave a Comment

error: Content is protected !!