ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଖଡ଼ିଆଳରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ସଭା

ଖଡ଼ିଆଳରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ସଭା

କଳାହାଣ୍ଡି ସଂସଦୀୟ କ୍ଷେତ୍ରରେ ନିର୍ବାଚନ ପ୍ରଚାର ପାଇଁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଆସିଥିବା ବେଳେ ପ୍ରଥମେ ଭବାନୀ ପାଟଣା ରେ ଲୋକଙ୍କୁ ସମ୍ବୋଧିତ କରିଥିଲେ। ପରେ ଦିନ ବାର ଟା ସମୟରେ ଖଡ଼ିଆଳ ଠାରେ ଏକ ବିରାଟ ଜନ ସଭାକୁ ସେ ଉଦବୋଧନ ଦେଇଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ ରାଜ୍ୟର ବିକାଶ ପାଇଁ ତାଙ୍କ ସରକାର ନେଇଥିବା ବିଭିନ୍ନ ଯୋଜନା ଉପରେ କହିଥିଲେ।ସେ କହିଥିଲେ ବିରୋଧୀ ଦଳ କେବଳ ଲୋକଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ରାଜ୍ୟର ବିକାଶ ଧାରାକୁ ଆଗେଇ ନେବାକୁ ବିଜୁ ଜନତା ଦଳକୁ ପୁଣିଥରେ ସୁଯୋଗ ଦେବାକୁ ସେ ନିବେଦନ କରିଥିଲେ। କଳାହାଣ୍ଡି ସାଂସଦ ପ୍ରାର୍ଥୀ ଓ ଖଡ଼ିଆଳ ନୂଆପଡ଼ାର ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ଭୋଟ ଦେଇ ବିଜୟୀ କରିବାକୁ ସେ ଅନୁରୋଧ ଜଣାଇଥିଲେ। କଳାହାଣ୍ଡି ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ୍, ନୂଆପଡ଼ା ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ, ଖଡ଼ିଆଳ ବିଧାୟକ ପ୍ରାର୍ଥୀ ଅଧିରାକ ପାଣିଗ୍ରାହୀ, ରାଜ୍ୟସଭା ସାଂସଦ ସୁଜିତ୍ କୁମାର ପ୍ରମୁଖ ବିଜେଡି କୁ ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ। ଫାଇଭ ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ବିଜେପି ଆସିଲେ ବିଭିନ୍ନ ଜନ କଲ୍ୟାଣ କାରୀ ଯୋଜନା ବନ୍ଦ କରିଦେବେ ଏଣୁ ବିଜେଡ଼ି କୁ ପୁଣିଥରେ କ୍ଷମତାକୁ ଆଣନ୍ତୁ ବୋଲି କହିଥିଲେ। ପ୍ରାୟ ତିରିଶି ହଜାର ଲୋକ ଏଥିରେ ଜମା ହୋଇଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରବାଦ ପୁରୁଷ ବିଜୁପଟନାୟକଙ୍କ ୧୦୭ ତମ ଜୟନ୍ତୀ

Sunil Chandra Nayak

ପେଟ୍ରୋଲ-ଡିଜେଲର ଦର ଵୃଦ୍ଧି ବାତିଲ ଓ ନିଟ୍ ପେପର ଲିକ ଦୁର୍ନୀତିରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ସିପିଏମର ପ୍ରତିବାଦ

ରାଉରକେଲା ର ବିଭିନ୍ନ ସ୍ଥାନରେ କଂଗ୍ରେସ ର ସଂକୀର୍ତ୍ତିନ ସତ୍ୟାଗ୍ରହ 

masiha

Leave a Comment

error: Content is protected !!