ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେଡିର ଅପ୍ରବାସୀ ସାମ୍ମୁଖ୍ୟ କମିଟିର କାର୍ଯ୍ୟକାରିଣୀ ସଦସ୍ୟମାନଙ୍କ ତାଲିକାରେ ଏନ.ଭାସ୍କର ରାଓ ଉପଦେଷ୍ଠା ରୂପେ ସ୍ଥାନିତ

ବିଜେଡିର ଅପ୍ରବାସୀ ସାମ୍ମୁଖ୍ୟ କମିଟିର କାର୍ଯ୍ୟକାରିଣୀ ସଦସ୍ୟମାନଙ୍କ ତାଲିକାରେ ଏନ.ଭାସ୍କର ରାଓ ଉପଦେଷ୍ଠା ରୂପେ ସ୍ଥାନିତ

ରାୟଗଡା/୫/୫/(ମ ନି ସ): ରାଜ୍ୟ ବିଜୁ ଜନତା ଦଳ ସୁପ୍ରିମୋ ତଥା ସଭାପତି ନବୀନ ପଟ୍ଟନାୟକ ରବିବାର ବିଜେଡିର ଅପ୍ରବାସୀ ସାମ୍ମୁଖ୍ୟ କମିଟିର କାର୍ଯ୍ୟକାରିଣୀ ସଦସ୍ୟମାନଙ୍କ ତାଲିକା ଘୋଷଣା କରିଥିବା ନେଇ ଶଙ୍ଖ ଭବନ ବିଜେଡି ପକ୍ଷରୁ ଏକ ପ୍ରେସ୍ ରିଲିଜ୍ କରାଯାଇଛି । ଏହି କମିଟିରେ ମୁଖ୍ୟ ଉପଦେଷ୍ଠା ଭାବେ ଡ.ଅମର ପଟ୍ଟନାୟକଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ଉପଦେଷ୍ଠା ଭାବେ ୫ଜଣ,ରାଜ୍ୟ ଆବାହକ ଭାବେ ନନ୍ଦଲାଲ ସିଂଙ୍କୁ ନିଯୁକ୍ତ କରାଯାଇଛି । ସେହିପରି ରାଜ୍ୟ କମିଟିର ଉପ ଆବାହକ ଭାବେ ୩ ଜଣ ଏବଂ ସାଧାରଣ ସଂପାଦକ ଭାବେ ୧୩ ଜଣଙ୍କୁ ତାଲିକାରେ ସ୍ଥ୍‌ାନ ଦିଆଯାଇଛି । ଏହି କ୍ରମରେ ରାୟଗଡା ଜିଲ୍ଳା ବିଜେଡି ସଭାପତି,ଟାଣୁଆ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓଙ୍କୁ ଉପଦେଷ୍ଠା ତାଲିକାର ତୃତୀୟ ନମ୍ବରରେ ତାଙ୍କ ନାମ ଉଲ୍ଳେଖ କରାଯାଇଛି । ଯାହାକୁ ନେଇ ରାୟଗଡା ଜିଲ୍ଳା ବିଜୁ ଜନତା ଦଳ ଶିବିରରେ ଉତ୍ସାହ ଖେଳିଯାଇଥିବା ବେଳେ ରାଜନୀତି ଜୀବନରେ ୫୦ବର୍ଷର ଅଭିଞତା,ଅନୁଭୂତି ଏବଂ କାର୍ଯ୍ୟ ଦକ୍ଷତାକୁ ବିଶ୍ୱାସ କରି ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ପୁଣି ଏକ ଗୁରୁଦାୟିତ୍ୱ ଭାସ୍କର ରାଓଙ୍କୁ ଦେଇଛନ୍ତି । ବିଭିନ୍ନ ଭାଷାଭାଷୀର ଲକ୍ଷାଧିକ ଲୋକେ ବାହାର ରାଜ୍ୟରୁ ଆସି ଓଡିଶାରେ ବସବାସ କରି ରହି ଆସୁଥିବା ବେଳେ ନବୀନ ସରକାରରେ ହେଉଥିବା ବିକାଶଧାରାରେ ସେମାନେ ମଧ୍ୟ ଉପକୃତ ହୋଇ ଆସୁଛନ୍ତି । ତେବେ ଅନେକ ଓଡିଆ ଭାଷାକୁ ଠିକ୍ ଭାବେ ବୁଝି ପାରୁ ନ ଥିବା ବେଳେ ନବୀନ ସରକାରଙ୍କ ଜନହିତକର ଯୋଜନାଗୁଡିକ ବିଷୟରେ ସେମାନଙ୍କୁ ଜଣାଇବା ପାଇଁ ବିଜେଡିର ଏହି ଅପ୍ରବାସୀ ସାମ୍ମୁଖ୍ୟ କମିଟି ଗଠନ କରାଯାଇଛି ବୋଲି ଜଣାପଡିଛି । ଓଡିଶା-ଆନ୍ଧ୍ର ସୀମାନ୍ତର ଅବିଭକ୍ତ କୋରାପୁଟ ଜିଲ୍ଳାରେ ଅନେକ ତେଲୁଗୁ ସଂପ୍ରଦାୟ ଲୋକେ ରହୁଥିବା ବେଳେ ଭାସ୍କର ରାଓ ବର୍ଷ ବର୍ଷ ଧରି ସେମାନଙ୍କୁ ବିଜୁ ଜନତା ଦଳ ସରକାରଙ୍କ ଦ୍ୱାରା କରାଯାଉଥିବା ଉନ୍ନୟନ ମୂଳକ କାର୍ଯ୍ୟ ଓ ବିଭିନ୍ନ ଯୋଜନା ବିଷୟରେ ତେଲୁଗୁ ଭାଷାରେ କହି ସେମାନଙ୍କ ସମର୍ଥନ ଦଳ ପାଇଁ ରଖି ଆସିଛନ୍ତି । ଏହି କ୍ରମରେ ଚଳିତ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାୟଗଡା ଜିଲ୍ଳା ସମେତ ରାଜ୍ୟର ବିଭିନ୍ନ ଜିଲ୍ଳାରେ ଥିବା ତେଲୁଗୁ ଭାଇଭଉଣୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବା ନିମନ୍ତେ ଭୋଟଭିକ୍ଷା କରିବା ପାଇଁ ଭାସ୍କରଙ୍କୁ ଏହି ନୂଆ ଦାୟିତ୍ୱ ମିଳିଥିବା ଦଳୀୟ ସୂତ୍ରରୁ ଜଣାପଡିଥିବା ବେଳେ ପୂର୍ବରୁ ବିଜେଡିର ଷ୍ଟାର ପ୍ରଚାରକ ଭାବେ ଘୋଷଣା କରାଯାଇଥିବା ବେଳେ ନବୀନ ପଟ୍ଟନାୟକ ଯେତେବେଳେ ଯେଉଁ ଦାୟିତ୍ୱ ଦେବେ ତାହାକୁ ମୁଁ ଗୁରୁଦାୟିତ୍ୱ ଭାବେ ବହନ କରି ତୁଲାଇବି ବୋଲି ଭାସ୍କର ରାଓ ପ୍ରକାଶ କରିଛନ୍ତି ।

ଗୌରୀ ଶଙ୍କର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଭାରତ ଜୋଡୋ ପଦଯାତ୍ରାକୁ ନେଇ କୋକସରା କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

କଂଗ୍ରେସ ଓ ଇଣ୍ଡିଆ ମେଣ୍ଟ ତରଫରୁ ବିକ୍ଷୋଭ ପ୍ରଦର୍ଶନ

masiha

ଗ୍ୟାସ ସିଲିଣ୍ଡର ଦରବୃଦ୍ଧି ବିରୁଦ୍ଧରେ ମହିଳା କଂଗ୍ରେସ ର ବିକ୍ଷୋଭ

Sunil Chandra Nayak

Leave a Comment

error: Content is protected !!