ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜୁ ଏକ୍ସପ୍ରେସ ୱେ ଉଦଘାଟନ ପୂର୍ବରୁ ସ୍ଥିତି ଅନୁଧ୍ୟାନ କଲେ ରାଜ୍ୟସଭା ସାଂସଦ,ବିଧାୟକ,ଡିଆଜି,ଏସପି

କୋକସରା,୩/୦୩ ଆସନ୍ତା ୫ ତାରିଖରେ କଳାହାଣ୍ଡି ଜିଲ୍ଲା ଆମପାଣି ନିକଟରେ ରାଜ୍ୟ ସରକାରଙ୍କ ସଫଳତାର ଆଉ ଏକ ପାହାଚ ବିଜୁ ଏକ୍ସପ୍ରେସ ୱେ କୁ ଲୋକାର୍ପଣ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୂର୍ତ୍ତ ବିଭାଗ ପକ୍ଷରୁ କାର୍ଯ୍ୟ ସମ୍ପାଦନ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଶୁକ୍ରବାର ଅପରାହ୍ନରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ରାଜ୍ୟସଭା ସାଂସଦ ସୁଜିତ କୁମାର ତାଙ୍କ ସହ ଦକ୍ଷିଣ ପଶ୍ଚିମାଞ୍ଚଳ ଡି ଆଇ ଜି ରାଜେଶ ପଣ୍ଡିତ, ନବରଙ୍ଗପୁର ଓ କଳାହାଣ୍ଡି ଦାୟିତ୍ୱରେ ଥିବା ଏସପି ଏସ. ସୁଶ୍ରୀ, ଅତିରିକ୍ତ ଏସପି ବିଜୟ କୁମାର ନନ୍ଦ, କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ଧର୍ମଗଡ ବିଧାୟକ ମୋୖଷଧି ବାଗ, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଆମପାଣି ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ଅବିନାଶ ଠାକୁର, ଜିଲ୍ଲା ବିଜେଡି ଯୁବ ସଭାପତି ଆଦିତ୍ୟ ନନ୍ଦ, ଜିଲ୍ଲା ଯୁବ ସମ୍ପାଦକ ସେନାପତି ନାଏକ, ରାଜ୍ୟ ବରିଷ୍ଠ ଉପ ସଭାପତି ବିଜେଡି ଯୁବ ଜନତା ଦଳ ମଣ୍ଟୁ ନାଏକ, ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ନିୟନ୍ତ୍ରିତ ବଜାର କମିଟି ଉପ ସଭାପତି ଜୁନାଗଡ ବିବେକ ମିଶ୍ର, ବ୍ଲକ ବିଜେଡି ସଭାପତି ସୁଶାନ୍ତ କୁମାର ବେହେରା, ନାରିନେତ୍ରୀ ତିଲୋତ୍ତମା ନାଏକ, ଧର୍ମଗଡ ଉପଖଣ୍ଡ ପୁଲିସ ଅଧିକାରୀ ଧିରଜ କୁମାର ଚୋପଦାର, କୋକସରା ବିଡ଼ିଓ ଦେବବ୍ରତ କରାଟି, ପୂର୍ତ୍ତ ବିଭାଗର ଅଧିକାରୀ ଉପସ୍ଥିତ ରହିଥିଲେ। ପ୍ରଶାସନିକ ଅଧିକାରୀ ଓ ରାଜ୍ୟ ଶାସକ ଦଳର ନେତୃବୃନ୍ଦ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ପୁର୍ତ୍ତ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

ମସିହା ନିଉଜ ସର୍ଭିସ୍ 

Related posts

ରାଜନଗର ନିର୍ବାଚନ ମଣ୍ଡଳୀର‌ ବିଜେପି ଓ କଂଗ୍ରେସର ଗଣିତ ଅଛିଣ୍ଡା, ବିଜେଡ଼ି ପ୍ରତି ସମର୍ଥନ ବୃଦ୍ଧି ପାଉଛି

masiha

ରାଇରଙ୍ଗପୁର ବ୍ଳକ ବିଜେଡି ସଭାପତି ଭାବେ ସଚ୍ଚିଦାନନ୍ଦ ମହାନ୍ତ ନିଯୁକ୍ତ

Sunil Chandra Nayak

ଦଳ ଛାଡିଲେ କଂଗ୍ରେସ ନେତା ହରିହର କୁମାର

masiha

Leave a Comment

error: Content is protected !!