ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଥାନା ରେ ପ୍ରେମି ଯୁଗଳଙ୍କ ବିବାହ

ଚନ୍ଦାହାଣ୍ଡି(ମନିସ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା କୋଇଲିମୁଣ୍ଡା ପଞ୍ଚାୟତ ଅଧିନସ୍ଥ ଝୁଲେନବର ଗ୍ରାମର ଟଙ୍କଧର ବାଘ (୨୩) ଏବଂ ସେହି ଗ୍ରାମର ଦୀପା ମାଝି (୨୨) ଦୁଇ ପ୍ରେମୀ ଯୁଗଳଙ୍କୁ ବିବାହ ପାଇଁ ସାମାଜିକ ସ୍ୱୀକୃତି ନମିଳିବାରୁ ଅନ୍ୟ ଉପାୟ ନ ପାଇ ଘରୁ କିଛିଦିନ ତଳେ ଲୁଚିକି ପଳାଇଥିଲେ। ଆଜି ଗ୍ରାମର ୱାର୍ଡସଭ୍ୟା ବିମଳା ମାଝି ଝିଅଙ୍କ ବାପା ସୋରୀ ମାଝି ଏବଂ ପୁଅର ବାପା ଦଶରଥ ବାଘଙ୍କ ସହ ଚନ୍ଦାହାଣ୍ଡି ଥାନା ଦ୍ୱାରସ୍ଥ ହୋଇ ଥିଲେ। ଉଭୟ ଯୁବକ ଯୁବତୀ ସାବାଳକ ହୋଇଥିବା ରୁ ପୋଲିସ ଉଭୟ ଙ୍କୁ ଚନ୍ଦାହାଣ୍ଡି ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟ ଙ୍କ ନିକଟରେ ବିବାହ ନିମନ୍ତେ ଆଫିଡେଫିଟ କରିବା ସହ ଚନ୍ଦାହାଣ୍ଡି ଥାନା ସମ୍ମୁଖରେ ଉଭୟେ ଝିଅ ଏବଂ ପୁଅର ପରିବାର ଲୋକେ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବେ ବୁଝାମଣା ହେବା ସହ ପ୍ରେମୀ ଯୁଗଳଙ୍କୁ ବହୁ ଏବଂ ଜ୍ୱାଇଁର ସମ୍ମାନ ଦେଇ ସ୍ନେହ ସମ୍ପର୍କର ସହ ରହିବୁ ବୋଲି ସୋରୀ ମାଝି ଏବଂ ଦଶରଥ ବାଘ ପ୍ରକାଶ କରିଥିଲେ l ପ୍ରେମୀ ଯୁଗଳଙ୍କ ସୁଖମୟ ଜୀବନ କାମନା କରିବା ସହ ସେମାନଙ୍କ ପରିବାର ଲୋକଙ୍କୁ ବିଭିନ୍ନ ମହଲ ରେ ଧନ୍ୟବାଦ ଦିଆ ଯାଇଛି l

ପୋଲିସ ସୂତ୍ର ଅନୁସାରେ କୋଇଲିମୁଣ୍ଡା ପଂଚାୟତ ଅଧିନ ଝୁଲେନବର ଗ୍ରାମର ସୋରୀ ମାଝିଙ୍କ ଝିଅ ଦୀପା ମାଝି ଏବଂ ସେହି ଗ୍ରାମର ଦଶରଥ ବାଘଙ୍କ ପୁଅଙ୍କ ମଧ୍ୟରେ ପ୍ରେମସମ୍ପର୍କ ଗଢି ଉଠିଥିଲା। ଦୁହେଁ ଦୁହିଁ ଙ୍କୁ ଛାଡି ବଞ୍ଚିପାରୁ ନଥିଲେ ପରସ୍ପରକୁ ଜୀବନ ସାଥି ଭାବରେ ବଂଚିବା ପାଇଁ ନିଷ୍ପତି ନେଇଥିଲେ l ଦୀପା ଆଦିବାସୀ ସମ୍ପ୍ରଦାୟ ହୋଇଥିବା ବେଳେ ଟଙ୍କଧର ବାଘ ପଛୁଆ ବର୍ଗ ଗୌଡ଼ ସମ୍ପ୍ରଦାୟ ହୋଇ ଥିବାରୁ ଉଭୟଙ୍କୁ ବିବାହ ପାଇଁ ସ୍ୱୀକୃତି ମିଳି ନପାରିବାରୁ ସପ୍ତାହ ତଳେ ସେମାନେ ଘରୁ ଲୁଚି ପଳାଇ ଯାଇଥିଲେ l ଆଜି ଉଭୟ ପରିବାର ଲୋକ ଏବଂ ଗ୍ରାମର ଭଦ୍ର ବ୍ୟକ୍ତି ଙ୍କ ସହ ଚନ୍ଦାହାଣ୍ଡି ଥାନା କୁ ଆସି ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକ ଙ୍କୁ ଭେଟି ଚନ୍ଦାହାଣ୍ଡି ଥାନା ସମ୍ମୁଖ ରେ ବିବାହ କରିଥିଲେ l ଏହି ଅଵସର ରେ ଏଏସଆଇ ବସନ୍ତ କୁମାର ସ୍ୱାଇଁ ଏବଂ ଅନ୍ୟ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ l

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ମୋ ସ୍କୁଲ ଅଭିଯାନରେ ବ୍ୟାପକ ଦୁର୍ନୀତି ନେଇ ତଦନ୍ତ ଆରମ୍ଭ

masiha

ଶିଶୁ ଯତ୍ନ ଅନୁଷ୍ଠାନ ର ପିଲାଙ୍କ ଗହଣରେ ନୁତନ ବର୍ଷ ପାଳନ କଲେ ଜିଲ୍ଲାପାଳ କଳାହାଣ୍ଡି

masiha

ଜିଲ୍ଲାସ୍ତରୀୟ ଶ୍ରୀ ଜୟଦେବ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!