ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରଖିଦେଉ ନାହାନ୍ତି ଖାଦ୍ୟ ସାମଗ୍ରୀ ଗାଁ ମୁହାଁ ମାଙ୍କଡ଼ 

ରଖିଦେଉ ନାହାନ୍ତି ଖାଦ୍ୟ ସାମଗ୍ରୀ ଗାଁ ମୁହାଁ ମାଙ୍କଡ଼ 

ବନ୍ଧୁଗାଁ ତା,୨୨/୮/୨୪, ବୁଝେଇ ହବ ମଣିଷକୁ କିନ୍ତୁ ପାରିହବ ନାହିଁ ମାଙ୍କଡ଼ ମାନଙ୍କଠୁ I ଏମିତି ବିଷୟ ଜାଣିଲେ କିଛି ଦୁଃଖ ଲାଗେ ଓ କିଛି ଖୁସି ଲାଗେ I କିନ୍ତୁ କାହାକୁ ଖୁସି ଲାଗିଥାଏ ଓ କାହାକୁ ଦୁଃଖ ଲାଗିଥାଏ, ତାହା ଏଥିରେ ଉଲେଖ ହୋଇଛି I ବନ୍ଧୁଗାଁ ବ୍ଲକର ତୁରୁକୁ ପେଟା ଠାରେ ରହିଥିବା କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟ ଠାରେ ନିତି ଚାଲି ଆସୁଛି ଏହି ନିତିଦିନିଆ ଘଟଣା I ଏହି ବିଦ୍ୟାଳୟ ଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀ ନିବାସରେ ବିଦ୍ୟାଳୟ ରହିଥିବା ବେଳେ ୯ମ ଓ ୧୦ମ ଉଚ୍ଚ ବିଦ୍ୟାଳୟ ଠାରେ ଏହି ଛାତ୍ରୀ ନିବାସର ଛାତ୍ରୀ ଏଠାରେ ରହି ପାଠ ପଡିବାର ସୁବିଧା ହୋଇଅଛି I ଏହି ଛାତ୍ରୀ ନିବାସରେ ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଅଟେ I ଏହି ଛାତ୍ରୀ ନିବାସ ପଛପଟ ଦେଇ ବୋହିଯାଉଥିବା ଝଞ୍ଜାବତି ନଦୀ କୂଳ ପର୍ଯ୍ୟନ୍ତ ଜଙ୍ଗଲ ଲାଗି ରହିଅଛି I ଯାହା ଦ୍ୱାରାକି ଜଙ୍ଗଲ ଦେଇ ଛାତ୍ରୀ ନିବାସକୁ ମନ୍ଦା ମନ୍ଦା ମାଙ୍କଡ଼ ପଷି ଆସିଥାନ୍ତି I ଭିତରକୁ ମାଙ୍କଡ଼ ପସିଆସି ଛାତ୍ରୀ ମାନଙ୍କ ଶୁଖା ଯାଇଥିବା କପଡା ଗୁଡିକୁ ତଳେ ପକେଇ ଦେଇଥାନ୍ତି, ସଫାକରିବା ଓ ଗାଧୋଇବା ସାବୁନକୁ ପାଟିରେ ଲଗେଇ ଖଣ୍ଡ ଖଣ୍ଡ କରିଦେଇଥାନ୍ତି I ଛାତ୍ରୀବାସରେ ରହୁଥିବା ଛାତ୍ରୀଙ୍କ ପାଇଁ ରୋଷେଇ କରିବା ପାଇଁ ଆସିଥିବା ପନି ପରିବାକୁ ରୋଷେଇ ଘର ଭିତରେ ପଷି ମାଙ୍କଡ଼ ଗୁଡିକ ଆଳୁ, ପିଆଜ, ବାଇଗଣ, ଲାଉ, ଜନି ଆଦି ପନି ପରିବା ଖାଇଯାଆନ୍ତି I ତାସହ ଫଳ ଓ ଫୁଲ ଗଛ ଉପରେ ଚଡି ଫଳ ଗୁଡିକ ନଷ୍ଟ କରିବା ସହ ବିଲଡିଙ୍ଗ ଉପରେ ରଖଯାଇଥିବା ଟେଙ୍କର ବ୍ୟବହାର ପାଣିପାଇଁ ବିଛା ଯାଇଥିବା ପ୍ଳାଷ୍ଟିକ ପାଇପ ଉପରେ ଚଡିବା ଓ ପାଇପ ଖୋଲିଦେବା  ନାହିଁ ନଥିବା ଅସୁବିଧା କରୁଥିବାର ଦେଖିବାକୁ ମିଳିଛି I ସକାଳ ୮ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ମାଙ୍କଡ଼ ପାଚେରୀ ଡେଇଁ ଆସି ଭିତରେ ଦିନ ତମାମ ରହୁଛନ୍ତି ପିଲାଏଁ ମାଙ୍କଡ଼ଙ୍କୁ ଖେଦିଲେ ଓଲଟା ପିଲାଙ୍କୁ ମାଙ୍କଡ଼ ଗୁଡିକ ଡୋରାଉ ଥିବାରୁ ପିଲାଏଁ ଭୟଭିତ ହୋଇ ବାହାରକୁ ବାହାରିବା ପାଇଁ ଭୟ କରୁଥିବାର କହିଥିଲେ I ଶ୍ରେଣୀରେ ପାଠ ପଢାଇବା ସମୟରେ ଓ ସକାଳ ସମୟରେ ପିଲାଏଁ ଖାଇବା ସମୟରେ ଓ ମଧ୍ୟାନ ଭୋଜନ ସମୟରେ ମଧ୍ୟ ମାଙ୍କଡ଼ ଗୁଡିକ ପାଚେରୀ ଭିତରେ ରହିଥାନ୍ତି I ପିଲାଏଁ ଖାଇବା ସମୟରେ ଭୟ ହୋଇ ଖାଇଥାନ୍ତି I

ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ଖଡ଼ିଆଲ ମହୋତ୍ସବ ତୃତୀୟ ସନ୍ଧ୍ୟା

Sunil Chandra Nayak

ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ରେ ୨୩ ଟି ଅଭିଯୋଗର ଶୁଣାଣି

Sunil Chandra Nayak

କୁସୁମି ବ୍ଳକର ୨୧ ଜଣ ଯକ୍ଷ୍ମା ରୋଗୀଙ୍କୁ କଳିଙ୍ଗ ନେଟ ଓ୍ବାର୍କ ଫର୍ ପିପୁଲ୍ ୟୁଥ୍ ଏଚ୍ ଆଇ ସି ଏଡ୍ସ ସ୍ବେଛାସେବୀ ସଂଗଠନ ତରଫରୁ ପୁଷ୍ଟିକର ଖାଦ୍ୟ ଵଣ୍ଟନ

Sunil Chandra Nayak

Leave a Comment

error: Content is protected !!