ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାସ୍ତରୀୟ ଡେଙ୍ଗୁ ପ୍ରତିରୋଧ ଓ ନିୟନ୍ତ୍ରଣ ସମ୍ପର୍କିତ  ଜନ ସଚେତନତା ରଥର ଶୁଭାରମ୍ଭ

ଜିଲ୍ଲାସ୍ତରୀୟ ଡେଙ୍ଗୁ ପ୍ରତିରୋଧ ଓ ନିୟନ୍ତ୍ରଣ ସମ୍ପର୍କିତ 

ଜନ ସଚେତନତା ରଥର ଶୁଭାରମ୍ଭ

ରାୟଗଡ:-ତା.୨୨.୦୮.୨୪- ରାୟଗଡ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଆଜି ପୁର୍ବାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟlୱରୀ ଡେଙ୍ଗୁ ପ୍ରତିରୋଧ ଓ ନିୟନ୍ତ୍ରଣ ସମ୍ପର୍କିତ ଜନ ସଚେତନତା ରଥର ଶୁଭାରମ୍ଭ କରିଥିଲେ । ସମଗ୍ର ଜିଲ୍ଲାରେ ସ୍ୱତନ୍ତ୍ର ଡେଙ୍ଗୁ ପ୍ରତିରୋଧ ଓ ନିୟନ୍ତ୍ରଣ ସମ୍ପର୍କିତ ଜନ ସଚେତନତା କାର୍ଯ୍ୟକ୍ରମ ଚାଲୁ ରହିଛି ଏବଂ ବିଭିନ୍ନ ଡେଙ୍ଗୁ ସଚେତନତା ବାର୍ତ୍ତାନେଇ ଏହି ସୁସଜ୍ଜିତ ରଥ ଜିଲ୍ଲାର ସମସ୍ତ ବ୍ଲକ ଓ ସହରାଞ୍ଚଳ ପରିକ୍ରମା କରିବ । 

ଏହି ସଚେତନତା ରଥର ଶୁଭଉଦଘାଟନ ଅବସରରେ ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡା.ମମତା ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରାୟଗଡ଼ ର ଜିଲ୍ଲା ଚିକିତ୍ସା ଅଧିକାରୀ ତଥା ସୁପରିଟେଣ୍ଡେଣ୍ଟ ଡା ବରଦାକାନ୍ତ ମିଶ୍ର , ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (ଭିବିଡି) ଡା ମମତା ଚୌଧୁରୀ , ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (ଟିବି) ଡା ପ୍ରଦୀପ୍ତ କୁମାର ସୁବୁଦ୍ଧି, ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଶ୍ରୀ ରାଜେଶ୍ୱର ରାଓ ପଟ୍ଟନାୟକ, ସହକାରୀକାର୍ଯ୍ୟକ୍ରମ ପରିଚାଳକ (ସହରାଂଚଳ ସ୍ୱାସ୍ଥ୍ୟ ) ଶ୍ରୀ କିରଣ କୁମାର ପତ୍ର ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ଆଶା, ସ୍ୱାସ୍ଥ୍ୟ କର୍ମୀ, ମହିଳା ଆରୋଗ୍ୟ ସମିତି ସଦସ୍ୟାଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା |

ଏହି ସଚେତନତା ରଥର ଶୁଭାରମ୍ଭ କରିବା ଅବସରରେ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟlୱରୀ କହିଥିଲେ ଯେ ବର୍ଷା ଋତୁ ରେ ମ୍ୟାଲେରିଆ ଓ ଡେଙ୍ଗୁ ରୋଗର ବୃଦ୍ଧି ହେବାର ନଜିର ରହିଛି, ଏହାକୁ ଦୃଷ୍ଟିରେ ରଖି ଏକ ସଚେତନତା ରଥ ସମଗ୍ର ଜିଲ୍ଲା ପରିକ୍ରମା ସମୟରେ ଜନସାଧାରଣଙ୍କୁ ଡେଙ୍ଗୁ ରୋଗରୁ ରକ୍ଷା ପାଇବା ନିମନ୍ତେ ସଂଗୀତ ମାଧ୍ୟମରେ ବିଭିନ୍ନ ସଚେତନତା ବାର୍ତ୍ତା ଯେପରିକି ମଶା ଡିମ୍ବ ଦେଉଥିବା ସ୍ଥାନରୁ ପାଣି ନିଷ୍କାସନ, ନିୟମିତ ମଶାରୀ ବ୍ୟବହାର ଓ ଜ୍ୱର ହେଲେ ସରକାରୀ ଡାକ୍ତରଖାନା ରେ ନିଃଶୁଳ୍କ ରକ୍ତ ପରୀକ୍ଷା କରି ଔଷଧ ଖାଇବା ଆଦି ବାର୍ତ୍ତା ପ୍ରଦାନ କରିବ .।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ରେ ଶ୍ୟାମ ମିତ୍ର ମଣ୍ଡଳ ଆନୁକୁଲ୍ୟରେ ୧୯ ତମ ତ୍ରିଦିବସୀୟ ବାର୍ଷିକ ଶ୍ୟାମ ମହୋତ୍ସବ ଆନନ୍ଦ ଓ ଉଲ୍ଲାସର ପାଳିତ 

masiha

ଧର୍ମପ୍ରାଣ ମହିଳାଙ୍କ ପରଲୋକ

Sunil Chandra Nayak

ସାଂସଦ ଙ୍କ ଚିଠିର ଉତ୍ତର ଦେଲା ସୂଚନା ଓ ଲୋକସମ୍ପର୍କ ବିଭାଗ

masiha

Leave a Comment

error: Content is protected !!