ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଚାଷ ଜମି ରୁ ଯୁବକ ଙ୍କ ଶବ ଉଦ୍ଧାର,ଆତ୍ମହତ୍ୟା ସୂଚନା, ମୃତ୍ୟୁ ର କାରଣ ଅସ୍ପଷ୍ଟ

ଚାଷ ଜମି ରୁ ଯୁବକ ଙ୍କ ଶବ ଉଦ୍ଧାର,ଆତ୍ମହତ୍ୟା ସୂଚନା, ମୃତ୍ୟୁ ର କାରଣ ଅସ୍ପଷ୍ଟ

କୋକସରା,୨୧/୮ // କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଟେମରା ପଞ୍ଚାୟତ ଜାତୀୟ ରାଜପଥ ୨୬ ଠାରୁ ବୋବରିଆ ଗ୍ରାମ କୁ ସଂଯୋଗ କରୁଥିବା ରାସ୍ତା ବୋବାରିଆ ଗ୍ରାମ ନିକଟରେ ଚାଷ ଜମି ମଧ୍ୟରେ ଏକ ଯୁବକ ଙ୍କ ଶବ ଠାବ ହୋଇଥିବା ନେଇ ମଙ୍ଗଳବାର ସକାଳେ ସୂଚନା ମିଳିଥିଲା। ବୋବରିଆ ଗ୍ରାମ ନିକଟରେ ଥିବା ବିଲ ମଝିରେ ଥିବା ଏକ ପଳସା ଗଛ ରେ ଗତକାଲି ବିଳମ୍ୱିତ ରାତିରେ ବେକ ରେ ଗାମୁଛା ଦେଇ ବିବାହିତ ଯୁବକ ଆତ୍ମହତ୍ୟା କରିଥିବା ନେଇ ସମ୍ପର୍କୀୟ କହିଛନ୍ତି। ମୃତ ବିବାହିତ ଯୁବକ ହେଉଛନ୍ତି ବୋବରିଆ ଗାଁ ର ଦେବରାଜ ମାଝୀ (୩୯)।ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପୂର୍ବରୁ ମୃତକ ଙ୍କ ସମ୍ପର୍କୀୟ ମାନେ ଗଛ ରୁ ଶବ କୁ ଗଛ ରୁ ତଳେ କାଢି ଦେଇଥିବା ଦେଖିବାକୁ ମିଳିଥିଲା। ପରେ ପରିବାର ଲୋକ ଙ୍କ ଅଭିଯୋଗ ପରେ କୋକସରା ଥାନା ଏସ ଆଇ ଅନୀଲ ପାଢ଼ୀ ଓ ଟିମ ଘଟଣାସ୍ଥଳରେ ପହଞ୍ଚି ଶବ କୁ ଜବତ କରି ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରି ଶବ କୁ ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନା କୁ ପଠାଇବା ସହ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକ ଙ୍କୁ ହସ୍ତାନ୍ତର କରି ତଦନ୍ତ ଜାରି ରଖିବା ସହ ଏନେଇ କୋକସରା ଥାନା ରେ ଏକ ଅପମୃତ୍ୟୁ ମାମଲା ୧୮/୨୪ ରୁଜୁ କରି ତଦନ୍ତ ଜାରି ରହିଥିବା ଓ ଶବ ବ୍ୟବଚ୍ଛେଦ ପରେ ଘଟଣା ସମ୍ପର୍କରେ ଅଧିକ ସୂଚନା ମିଳିବା ନେଇ ସୂଚନା ଦେଇଛନ୍ତି।

ମସିହା ନ୍ୟୁଜ ସର୍ଭିସ୍ 

Related posts

ଖାତିଗୁଡା ପୋଲିସ ର ସଫଳତା 

Sunil Chandra Nayak

ଦୁଇଟି ମଟର ସାଇକେଲ ସହ ଗଞ୍ଜେଇ ଚାଲାଣ ବେଳେ ଜବତ: ଘଟଣା ସ୍ଥଳରୁ ୧୦ ଚାଲାଣ କାରୀ ଚମ୍ପଟ 

Sunil Chandra Nayak

କଛାଡେଙ୍ଗେନ୍ ଜଙ୍ଗଲ ରେ ଜଣେ ଯୁବକ ଗଛରେ ରଶି ଲଗେଇ ମୃତ୍ୟୁ ଘଟଣା: ତଦନ୍ତକାରୀ ପୁଲିସ ଦଳକୁ ଗାମବସୀ ଘେରାଉ କଲେ

Sunil Chandra Nayak

Leave a Comment

error: Content is protected !!