ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାପଡ଼ାହାଣ୍ଡ ୧୨ ଘଣ୍ଟା ବନ୍ଦ 

ପାପଡ଼ାହାଣ୍ଡ ୧୨ ଘଣ୍ଟା ବନ୍ଦ 

ନବରଙ୍ଗପୁର:(୨୧|୮)(ରବି ନାରାୟଣ ମହାନ୍ତି) -ପାପଡ଼ାହାଣ୍ଡି ଶାନ୍ତି ଶୁଙ୍ଖଳା ଭାବେ ୧୨ବନ୍ଦ ଡ଼ାକରା ସଫଳ ହୋଇଛି l ଅଭିପ୍ରାୟ ଏହି କି ଯେ , ଏସ୍.ସି , ଏସ୍.ଟି ସଂରକ୍ଷଣ ଉପରେ ସୁପ୍ରିମକୋର୍ଟଙ୍କ ଦ୍ବାରା ଆସିଥୁବା ରାୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଅସାମ୍ବିଧାନିକ । ମୂଳ ସମ୍ବିଧାନର ୩୪୧ କୁ – cast artical ୩୪୨ schedule tribes କୁ ବିରୁଦ୍ଧାଚରଣ କରୁଅଛି । ଯାହା ଦ୍ବାରା ଏସ ସି, ଏସ ଟି ସଂରକ୍ଷଣ ଉପରେ ବର୍ଗିକରଣ ଓ କ୍ରିମିଲେୟରକୁ ପାର୍ଲିଆମେଣ୍ଟ ଏବଂ ରାଷ୍ଟ୍ରପତିଙ୍କ ବିନା ଅନୁମତିରେ କରାଯାଇ ପାରିବ ନାହିଁ । କିନ୍ତୁ ଗତ ୦୧.୮.୨୦୨୪ ତାରିଖ ଦିନ ସୁପ୍ରିମକୋର୍ଟଙ୍କ ଦ୍ବାରା ଏକତରଫା ଭାବରେ କପରିବର୍ତ୍ତନ କରାଯାଇ ପାରିବ ନାହିଁ ବୋଲି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ବାରା ମୂଳ ସମ୍ବିଧାନର ଜନକ ବାବା ସାହେବ ଆମ୍ବେଦକରଙ୍କ ଅପମାନ ସହିତ ଆଦିବାସୀ ଓ ଦଳିତ ସମାଜର ଏକତାକୁ ଦୁର୍ବଳ କରିବା ଏବଂ ଭାଇଚାରାକୁ ନଷ୍ଟ କରିବା ପାଇଁ ଚେଷ୍ଟା କରାଯାଇଛି । ଏସ ସି, ଏସ୍ ଟି ଙ୍କର ରିଜରଭେସନକୁ ଗୋଟିଏ ପିଢ଼ିରେ ସିମୀତ ରଖୁବା ଏବଂ ରିଜରଭେସନକୁ ପରୋକ୍ଷ ଭାବରେ ବନ୍ଦ କରିବାର ଷଡ଼ଯନ୍ନ କରୁଛନ୍ତି । ଏହାକୁ ଅଣ ଦେଖା ନ କରି ଆମର ଏହି ହକ୍ , ଆମର ହକ ଅଧିକାର ବଞ୍ଚାଇବା କୁ ଏହି ଆନ୍ଦୋଳନ ଏସ ସି, . ଏସ୍ ଟି, ଭାଇଭଉଣୀ ଏବଂ ଛାତ୍ରଛାତ୍ରୀ ତଥା ଗୁରୂଜନ , ବୁଦ୍ଧିଜୀବୀଙ୍କୁ ଅନୁରୋଧ ଏହାକୁ ଅଣଦେଖା ନ କରି ନିଜର ହକ୍ ଅଧିକାରକୁ ବଞ୍ଚାଇବା ପାଇଁ ସରକାର ଏବଂ ସୁପ୍ରିମକୋର୍ଟଙ୍କ ରାୟ ବିରୁଦ୍ଧରେ ତୀବ୍ର ଆନ୍ଦୋଳନ କରିବା ପାଇଁ ଆଗେଇ ଆସିଛନ୍ତି । ଆଗାମୀ ଦିନ ରେ ସୁପ୍ରିମକୋର୍ଟ ଯଦି ଆମ ମାନଙ୍କ ଦାବୀ ନ ମାନିବେ ତେବେ ଆଗଦିନ ଆନ୍ଦୋଳନ ଜାରି ରହିଥିବ ବୋଲି ସୁଚନା ଦେଇଛନ୍ତି l ଏହି ଅବସର ରେ ଶତ୍ୟlଧିକ ଲୋକେ , ଜୟ ଭୀମ ଜୟ ସମ୍ବିଧାନ , ଜୟ ମୂଳନୀବାସୀ , ଭାରତ ମାତା କି ଜୟ ସ୍ଲୋଗାନ ଦେଇ ବାଇକ୍ ରାଲି ମୋଇଦଲପୁର ଠାରୁ ବାହାରି ପାପଡ଼ାହାଣ୍ଡି ଛକ ଠାରେ ପହଞ୍ଚି ଥିଲେ । ଏହି ଅବସର ରେ ଜିଲ୍ଲା ଆଦିବାସି ଏକତା ମଞ୍ଚ ସଭାପତି ଗୋପିନାଥ ମାଝୀ, ବ୍ଲକ ଜନଜାତି ସଂଯୋଜଗ ସଦାଶିବ ନାୟକ, ଭତ୍ରା ସମାଜ ସଂଘ ସଭାପତି ବୋଲିରାମ ମାଝୀ, ପର୍ଜା ସମାଜ ସଂଘ ସଭାପତି ନରସିଂହ ଜାନୀ ଓ ବିଭିନ୍ନ ସମାଜ ସଂଘ ସଦସ୍ୟ ସହ ତୁଲସା ଭତ୍ରା, ପୀତବାସ ଭତ୍ରା, ଶିର ହରିଜନ, ଡମ୍ବରୁ ଭତ୍ରା, ଚନ୍ଦ୍ର ଶେଖର ମାଝୀ, ପବିତ୍ର ଗୋରଡ଼ା, ଡମ୍ବରୁ ଜାନୀ, ପ୍ରମୁଖ ସଦସ୍ୟ ଉପସ୍ଥିତ ରୋହିଥିଲେ।

ମସିହା ନ୍ୟୁଜ୍ ସର୍ଭିସ୍ 

Related posts

ଓଡିଆ ପକ୍ଷ ଅବସର ରେ ଐତିହ୍ୟ ଗଣଦୌଡ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ରାୟଗଡ଼ ଜିଲ୍ଲାରେ ବିଶ୍ୱ ତମ୍ବାଖୁ ନିବାରଣ ଦିବସ ପାଳିତ , ଜାତୀୟ ତମ୍ବାଖୁ ନିବାରଣ କାର୍ଯ୍ୟକ୍ରମ ରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ରାୟଗଡ ଜିଲ୍ଲା ରାଜ୍ୟରେ ପ୍ରଥମ 

କୃଷକ ତାଲିମ୍ ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!