ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ପ୍ରଧାନମନ୍ତ୍ରୀଙ୍କ କନ୍ଧମାଳ ଗସ୍ତ ନେଇ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି

ପ୍ରଧାନମନ୍ତ୍ରୀଙ୍କ କନ୍ଧମାଳ ଗସ୍ତ ନେଇ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି

କନ୍ଧମାଳ, ୧୦/୦୫:(ମନିସ): ଚଳିତ ସାଧାରଣ ନିର୍ବାଚନ ୨୦ ତାରିଖରେ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ବିଜେପି ଦଳର ପ୍ରାର୍ଥୀ ପ୍ରାର୍ଥୀନୀ ଙ୍କର ପ୍ରଚାର ନିମନ୍ତେ ଷ୍ଟାର ପ୍ରଚାରକ ଭାବେ ବିଭିନ୍ନ ହେଭି ୱେଟ ନେତା ଙ୍କର କନ୍ଧମାଳ ଗସ୍ତ ରହିଛି। ହେଭିୱେଟ ଙ୍କର ଗସ୍ତ ପାଇଁ ଦଳ ପକ୍ଷରୁ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସୂଚନାଯୋଗ୍ୟ ୧୧ ତାରିଖ ଶନିବାର ଦିନ ସକାଳ ୯ ଟା ସମୟରେ ଭାରତର କୋଟି କୋଟି ଜନତା ଙ୍କର ହୃଦୟ ଜିତି ଥିବା ଜନପ୍ରିୟ ନେତା ଯଶସ୍ବୀ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କର କନ୍ଧମାଳ ଜିଲ୍ଲା ଗସ୍ତ ରହିଛି। ପ୍ରଧାନମନ୍ତ୍ରୀ ଙ୍କର ଗସ୍ତ କୁ ନେଇ ବିଜେପି ପକ୍ଷରୁ ଫୁଲବାଣୀ ସ୍ଥିତ ସେନାପତି ରେସିଡେନ୍ସ ହୋଟେଲ ଠାରେ ଆଜି କନ୍ଧମାଳ ସାଂସଦ ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀ ଙ୍କର ନେତୃତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଉକ୍ତ ସମ୍ମିଳନୀରେ ସାଂସଦ ପ୍ରାର୍ଥୀ ଶ୍ରୀ ପାଣିଗ୍ରାହୀ ପ୍ରଧାନମନ୍ତ୍ରୀ ଙ୍କର କନ୍ଧମାଳ ଗସ୍ତ ସମ୍ପର୍କରେ ସୂଚନା ଦେଇଥିଲେ। କନ୍ଧମାଳ ସାଂସଦ ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀ ଆସନ୍ତା ୧୧ ତାରିଖ ଦିନ ୯ ଟା ବେଳେ ଫୁଲବାଣୀ ମାଟିରେ ପାଦ ଦେବେ ଜସ୍ୱସ୍ୱୀ ପ୍ରଧାନମନ୍ତ୍ରୀ ମନ୍ତ୍ରୀ ନରେନ୍ଦ୍ର ମୋଦୀ । କନ୍ଧମାଳ ପ୍ରତି ତାଙ୍କର ଯେଉଁ ଶ୍ରଦ୍ଧା ରହିଛି। କନ୍ଧମାଳ ଲୋକ ମାନଙ୍କ ପ୍ରତି ତାଙ୍କର ବିଶ୍ଵାସ ରହିଛି ସେଇଥିପାଇଁ ସେ ମନରେ ଭାବିଛନ୍ତି ଯେ,ଆଗାମୀ ଦିନରେ ଏହି କନ୍ଧମାଳ ର ବିଶ୍ଵାସ ଭୋଟରେ ପରିଣତ ହେବ । ସେ ଯେଉଁ ୪୦୦ ପାର ସ୍ଲୋଗାନ ଦେଇଛନ୍ତି ନିଶ୍ଚିତ ଭାବରେ କନ୍ଧମାଳ ପାର୍ଲିଆମେଣ୍ଟ ସହିତ ଯୋଡ଼ି ହେବ ଏହି ପ୍ରକାର ଫିଡ଼ବେକ ନେଇ ପ୍ରଧାନମନ୍ତ୍ରୀ କନ୍ଧମାଳ ଆସୁଛନ୍ତି l କନ୍ଧମାଳ କୁ ବହୁତ ଭଲ ପାଉଥିବା ନେତା ମାନ୍ୟବର ପ୍ରଧାନମନ୍ତ୍ରୀ ମୋଦୀ ଜୀ । କନ୍ଧମାଳ ର ଗର୍ବ ରଖିବା ଏବଂ କନ୍ଧମାଳ ର ବିକାଶ ସହିତ ଯୋଡ଼ି ହେବା ପାଇଁ କନ୍ଧମାଳ ସାଂସଦ ପ୍ରାର୍ଥୀ ଶ୍ରୀ ପାଣିଗ୍ରାହୀ କନ୍ଧମାଳ ବାସୀଙ୍କୁ ନିବେଦନ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ପ୍ରଥମ ଥର ମାନନୀୟ ପ୍ରଧାନମନ୍ତ୍ରୀ କନ୍ଧମାଳ ଜିଲ୍ଲାର ଫୁଲବାଣୀ ଆସୁଛନ୍ତି । ପ୍ରଧାନମନ୍ତ୍ରୀ ଯେଉଁ ସିଟ କୁ ଆସୁଛନ୍ତି ତାଙ୍କର ଆସିବା ର କାରଣ ଯେଉଁ ସିଟ ର ଜିତିବାର ଫିଡ଼ବେକ ମିଳୁଛି। ଲୋକଙ୍କର ବିପୁଳ ସମର୍ଥନ ମିଳୁଛି । ବିଭିନ୍ନ ସୂତ୍ରରୁ ଖବର ନେଇଛନ୍ତି। ଏହି କନ୍ଧମାଳ ସିଟ ନିଶ୍ଚିତ ଭାବରେ ଜିତିବ ଏବଂ ୪୦୦ ସିଟରେ ଯୋଡ଼ି ହେବ ସେଥିପାଇଁ ପ୍ରଧାନମନ୍ତ୍ରୀ ଆସୁଛନ୍ତି। କନ୍ଧମାଳ ଲୋକମାନେ ମନ ବଳାଇଛନ୍ତି ଆମେ ବିକାଶ ରାସ୍ତା ରେ ଯୋଡ଼ି ହେବୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ଯୁବକ ମାନଙ୍କର ବିକାଶ, ମହିଳା ମାନଙ୍କର ବିକାଶ ପାଇଁ, ଗରିବ ଗୁରୁବା ମାନଙ୍କ ବିକାଶ ପାଇଁ, କୃଷକ ର ବିକାଶ ପାଇଁ, ମଧ୍ୟବିତ୍ତ ବର୍ଗର ବିକାଶ ପାଇଁ ଆଦିବାସୀ ହରିଜନ ଙ୍କର ବିକାଶ ପାଇଁ ଯୋଜନା କରି ସବୁଠୁ ତଳସ୍ତର ରେ ଥୁବା ଲୋକଟିର ମନକୁ ହୃଦୟ କୁ ଜିତିଛନ୍ତି । ପ୍ରଧାନମନ୍ତ୍ରୀ କୋଟି କୋଟି ହୃଦୟ ର ସମ୍ରାଟ । ନିଶ୍ଚିତ ଭାବରେ ପ୍ରଧାନମନ୍ତ୍ରୀ ଙ୍କର ଅଭିଭାଷଣ ସାଧାରଣ ଲୋକ ଙ୍କୁ ଅଭିହୁତ କରିବ । ଲୋକମାନେ ବିକାଶ ଧାରା ପ୍ରତି ଯେଉଁ ମନ ବୋଳାଇଛନ୍ତି ତାହା ମେ ୨୦ ତାରିଖ ଦିନ ଭୋଟରେ ରୂପାନ୍ତରିତ ହେବ। କନ୍ଧମାଳ ଏବଂ ୭ ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ସପକ୍ଷରେ ଯାଇଛି ଏବଂ ଡବଲ ଇଞ୍ଜିନ ସରକାର ପାଇଁ କନ୍ଧମାଳ ର ଗୋଟିଏ କ୍ଷେତ୍ର ଯୋଡ଼ି ହୋଇଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ କନ୍ଧମାଳ ସାଂସଦ ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀ ସାମ୍ବାଦିକ ସୂଚନା ଦେଇଥିଲେ। ଏହି ସମ୍ମିଳନୀ ରେ ବିଜେପିର ସମସ୍ତ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ମହମ୍ମଦ ମୋକିମ ଙ୍କ ବହିଷ୍କାର ଦାବୀ ରେ ଜଗତପୁରଠାରେ ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

କେନ୍ଦ୍ର ମନ୍ତ୍ରୀ ଅମିତ୍ ଶାହା ଙ୍କୁ ଭେଟିଲେ ସୁନୀତି ମୁଣ୍ଡ

Sunil Chandra Nayak

ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ମିଶ୍ରଣ ପର୍ବ

Sunil Chandra Nayak

Leave a Comment

error: Content is protected !!