ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଲକ୍ଷ୍ମୀପୁର ବିଜେଡ଼ି ଦଳ ବିଜେପି ଉପରେ ଆକ୍ଷେପ ଆଣି ସାମ୍ବାଦିକ ସମ୍ମିଳନୀ

ଲକ୍ଷ୍ମୀପୁର ବିଜେଡ଼ି ଦଳ ବିଜେପି ଉପରେ ଆକ୍ଷେପ ଆଣି ସାମ୍ବାଦିକ ସମ୍ମିଳନୀ

ଲକ୍ଷ୍ମୀପୁର ବିଜେଡ଼ି କାର୍ଯ୍ୟାଳୟ ଠାରେ ଆଜି ବିଜେଡି ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଗୋପାଳ ମହାନନ୍ଦିଆ ସାମ୍ବାଦିକ ସମ୍ମିଳନୀ କରି ବିଜେପି ଦଳର ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା ପଡ଼ାଗଡ଼ ନିର୍ବାଚନୀ ପ୍ରଚାରରେ ଯେଉଁ ୨୫ ଲକ୍ଷ ଟଙ୍କା ବିଜେଡି ବାଣ୍ଟିବାକୁ ଆଣୁଥିଲେ ଏବଂ ଖଣି ଉପରେ କୈଳାସ ଚନ୍ଦ୍ର କୁଲେସିକା ଭାଷଣ ଦେଇଛନ୍ତି ଏହା ସଂପୂର୍ଣ୍ଣ ମିଥ୍ୟା ଅଟେ। ଯଦି ଲକ୍ଷ୍ମୀପୁର ଠାରେ ଖଣି ଖନନ ହୋଇ କଞ୍ଚା ମାଳ ରପ୍ତାନି କରାଯାଉଛି ଏଥିରେ ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକାଙ୍କ ହାତ ରହିବା ସହ ସେହିଁ ଅଧିକା ମାତ୍ରାରେ ଲାଭବାନ ହୋଇଛନ୍ତି ବୋଲି ବିଜେଡି ଅଭିଯୋଗ ଆଣିଛି ଏହି ସମୟରେ ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ପରମା ଖରା ଏବଂ ବିଜେଡ଼ି କର୍ମୀ ଆନନ୍ଦ ବାଘ ଉପସ୍ଥିତ ଥିଲେ। ଏହା କିଛି ସମୟ ନ ଯାଉଣୁ ପୂର୍ବତନ ବିଧାୟକ ତଥା ବିଜେପି ଦଳର ବିଧାୟକ ପ୍ରାର୍ଥୀ କୈଳାସ ଚନ୍ଦ୍ର କୁଲେସିକା କହିଥିଲେ କି ଗୋପାଳ ମହାନନ୍ଦିଆ କିଏ ସେ କ’ଣ ମୋ ସମୀକ୍ଷକ କି ବୋଲି କହିବା ସହ ଯଦି କୈାଣସି ମତେ ଆକ୍ଷେପ କରିବାର ଅଛି ତାହା ହେଲେ ତାଙ୍କ ବିଧାୟକ ନଚେତ୍ ଜିଲ୍ଲା ବିଜେଡ଼ି ସଭାପତି ପ୍ରଶ୍ନ କରନ୍ତୁ। ଏଠାରେ ନିର୍ବାଚନ ଚାଲିଛି ନିର୍ବାଚନୀ ଆଚରଣ ବିଧି ଲାଗିଥିବା ବେଳେ କେଉଁ ଭଳି ମୈତ୍ରୀ କମ୍ପାନୀ ଶାସକ ଦଳକୁ ନିର୍ବାଚନ ଜିତିବା ପାଇଁ ଲକ୍ଷାଧିକ ଟଙ୍କା ଜଗାଇ ଦେଉଛି ଆମେ ମାଗିଲେ ୪/୫ ଲକ୍ଷ ଟଙ୍କା ହିଁ ଦେବାକୁ କହୁଛି ଏ ମୈତ୍ରୀ କମ୍ପାନୀ ତେଣୁ ସେ ଏଠାରେ ବିଜେଡି ଦଳକୁ ଟଙ୍କା ଯୋଗାଇ ଅନ୍ୟ ଦଳ ବିଜେପି, କଂଗ୍ରେସ ଦଳକୁ ହରାଇବା ପାଇଁ ଉଦ୍ୟମ ଜାରି ରଖିଛି ତେଣୁ ମୋ ଜୀବନ ଥିବା ପର୍ଯ୍ୟନ୍ତ ମୈତ୍ରୀ କମ୍ପାନୀ ମୋ ଅଞ୍ଚଳରେ କାମ କରିବାକୁ ଦେବି ନାହିଁ ବୋଲି କୁଲେସିକା ଜବାବ ରଖିଛନ୍ତି।

ଗୌରୀ ଶଙ୍କର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ପରିବହନ ବିଭାଗର ଫାଇନ ଆଦାୟ ପ୍ରସଙ୍ଗ ଫାଇନ ଆଦାୟ ନାଁରେ ଓଡ଼ିଶାବାସୀଙ୍କୁ ଶୋଷଣ କରୁଛନ୍ତି ରାଜ୍ୟ ସରକାର: ବିଜେଡି

କଂଗ୍ରେସର କର୍ମୀ ସମ୍ମିଳନୀ ଓ କର୍ମ କର୍ତା ଚୟନ

Sunil Chandra Nayak

ଵଡ ଡାଳିମାରେରେ ବିକାଶର ବାର୍ତ୍ତା ନେଇ ବିଜେଡିର ମେଗା ଜନ ସଂପର୍କ ପଦଯାତ୍ରାରେ ଗଣଶିକ୍ଷା ମନ୍ତ୍ରୀଙ୍କ ଯୋଗଦାନ 

masiha

Leave a Comment

error: Content is protected !!