ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଇଘର ଠାରେ ବିଶ୍ବ ହିନ୍ଦୁ ପରିଷଦର ପ୍ରଖଣ୍ଡ ସ୍ତରୀୟ ପୂର୍ଣ୍ଣାଙ୍ଗ କମିଟି ଗଠନ 

ରାଇଘର ଠାରେ ବିଶ୍ବ ହିନ୍ଦୁ ପରିଷଦର ପ୍ରଖଣ୍ଡ ସ୍ତରୀୟ ପୂର୍ଣ୍ଣାଙ୍ଗ କମିଟି ଗଠନ 

ରାଇଘର ୩୦/୧୧ (କିରଣ ପଟ୍ଟନାୟକ ) ନବରଙ୍ଗପୁର ଜିଲ୍ଲା ରାଇଘର ବାଲୁଙ୍କେଶ୍ୱର ମନ୍ଦିର ପରିସରରେ ଆଜି ବ୍ଲକ (ପ୍ରଖଣ୍ଡ) ସ୍ତରୀୟ ପୂର୍ଣ୍ଣାଙ୍ଗ କମିଟି ଗଠନ ହୋଇ ଯାଇଛି l ଜିଲ୍ଲା କମିଟି ପକ୍ଷରୁ ସଭାପତି କୃପାରାମ୍ ସାହୁ ଓ ସମ୍ପାଦକ ସି.ଏଚ ବାଳକୃଷ୍ଣ ପଟ୍ଟନାୟକ ଙ୍କ ନେତୃତ୍ବରେ ଆଜି ଏକ ବୈଠକର ଆୟୋଜନ କରାଯାଇଥିଲା | ଉମରକୋଟ ପ୍ରଖଣ୍ଡ ସମ୍ପାଦକ ଅଶୋକ ପାତ୍ର, ଜିଲ୍ଲା ସହ ସଂଯୋଜକ ସୁମିତ କୁମାର ଦଳେଇ ଓ ବାଳକୃଷ୍ଣ ସାହୁଙ୍କ ସହଯୋଗ ରେ ସ୍ଥାନୀୟ ପ୍ରଖଣ୍ଡ ସ୍ତରୀୟ ନୂତନ କମିଟି ଗଠନ କରାଯଇଥିଲା | ରାଇଘର ବିଶ୍ବ ହିନ୍ଦୁ ପରିଷଦର ସଭାପତି ଭାବେ କିରଣ କୁମାର ପଟ୍ଟନାୟକ , ସମ୍ପାଦକ ଭାବେ ଦେବେନ୍ଦ୍ର ମିଶ୍ର , ଉପ ସଭାପତି ମୋହନ ସାହୁ , ସତସଙ୍ଗ ପ୍ରମୂଖ କମଳସିଂ ରାଜପୁତ , ବଜରଙ୍ଗ ଦଳ ପ୍ରମୂଖ ଭିକି ଶ୍ରୀବାସ୍ତବ , ଗୋ ସେବା ପ୍ରମୂଖ ମନହର ଦଣ୍ଡସେନା , ମଠ ମନ୍ଦିର ପ୍ରମୂଖ ସନ୍ୟାସୀ ନାୟକ , ପ୍ରଚାର ପ୍ରସାର ପ୍ରମୂଖ ଭବାନୀ ନାୟକ, ସାମାଜିକ ସମରତା ପ୍ରମୂଖ ଜିତେନ୍ଦ୍ର ଶ୍ରୀବାସ୍ତବ , ସେବା ପ୍ରମୂଖ ସନନ୍ତ ପ୍ରହରାଜଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଥିଲା | ପ୍ରଥମେ ପ୍ରଖଣ୍ଡ ସ୍ତରୀୟ କମିଟି ଗଠନ ହୋଇଥିବା ବେଳେ ଆଗାମୀ ଦିନରେ ପଂଚାୟତ ସ୍ତରୀୟ କମିଟି ଗଠନ କରାଯିବାକୁ ଏହି ବୈଠକରେ ନିଷ୍ପତି ନିଆଯାଇଥିଲା l ଏହି ଅବସରରେ ସ୍ଥାନୀୟ ବିଶ୍ବ ହିନ୍ଦୁ ପରିଷଦର ସହଯୋଗୀ ଭାବେ ଶକ୍ତି ଜେନା , ମିହୀର କାନ୍ତି ଢାଲି , ସବର୍ଣ୍ଣ ଗଣ୍ଡ , ରାମଦୟାଲ ସିହ୍ନା , ସୁମିତ କୁମାର ପଟ୍ଟନାୟକ, ବିକ୍ରମ ମଣ୍ଡଳ, ମେଘନାଦ ହରିଜନ , ଲବ କୁଲୁଦୀପ ପ୍ରମୂଖ ଉପସ୍ଥିତ ଥିଲେ l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ ରୁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ହେଲେ ସୁଧୀର ରଞ୍ଜନ ପଟ୍ଟଯୋଷୀ

masiha

ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଥିବା ହିଂସା ଘଟଣା ଅରାଜକତା ଆଡ଼କୁ ଗତି କରୁଛି ଓଡ଼ିଶା: ବିଜେଡି

ମଣ୍ଡଳ ପ୍ରବାସ ଯୋଜନା ଅନ୍ତର୍ଗତ ହାରଭଙ୍ଗା ମଣ୍ଡଳ ସ୍ତରରେ ପ୍ରସ୍ତୁତି ବୈଠକ “

Sunil Chandra Nayak

Leave a Comment

error: Content is protected !!