ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ନୀଳକଣ୍ଠଶ୍ୱର ମନ୍ଦିର ନିକଟରେ ଅଷ୍ଟ ପ୍ରହରୀ ନାମଯଜ୍ଞ 

ଶ୍ରୀ ନୀଳକଣ୍ଠଶ୍ୱର ମନ୍ଦିର ନିକଟରେ ଅଷ୍ଟ ପ୍ରହରୀ ନାମଯଜ୍ଞ 

ନବରଙ୍ଗପୁର:(୧୨|୫)ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଶିରିଶି ଗ୍ରାମପଞ୍ଚାୟତ ଏକୋରୀ ଗ୍ରାମ ସ୍ଥିତ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ମନ୍ଦିର ନିକଟରେ ଅଷ୍ଟ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି ! ପ୍ରଥମ ଦିନ ଅଧିବାସ ଓ ନଦୀ ରୁ କଳସ ଯାତ୍ରା କରି ଅଣାଯାଇଥିଲା ! ଦ୍ୱତୀୟ ଦିନ ହୋମ ଯଜ୍ଞ, ନିତିକାନ୍ତି ପୂଜା ପରେ ଅଷ୍ଟ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହେଇଥିଲା ! ଏହି ଅଷ୍ଟ ପ୍ରହରୀ ରେ ଆଠ ଟି ସଙ୍କୀର୍ତ୍ତନ ଦଳ ଯୋଗଦେଇଥିବା ବେଳେ ଶେଷ ଦିବସ ରେ ଦହି ହାଣ୍ଡି ଭଗ୍ନ, ନଗର ସଂକୀର୍ତ୍ତନ, କଳସ ବିସର୍ଜନ କରା ଯିବାର କାର୍ଯ୍ୟକ୍ରମରହିଛି ! ଭକ୍ତ ମାନଙ୍କ ପାଇଁ ପ୍ରତିଦିନ ପ୍ରସାଦ ସେବନ ର ବ୍ୟବସ୍ତା କରାଯାଇଥିଲା !ଏହି ଅଷ୍ଟ ପ୍ରହରୀ ଦେଖିବା ପାଇଁ ଆଖ ପାଖ ଅଞ୍ଚଳ ର ବହୁ ଶ୍ରଦ୍ଧାଳୁ ଙ୍କ ଭିଡ ଲାଗିଥିଲା ! ମନ୍ଦିର ପରିଚାଳକ ତଥା ପୂଜକ ଏବଂ ବିଶିଷ୍ଟ ସମାଜସେବୀ ଶ୍ରୀ ଚକ୍ର ଧର ସାହୁ ପ୍ରମୁଖ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରେ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ !

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ମସିହା ନିଉଜ୍ 

Related posts

ରାଇବଣିଆ ଅଞ୍ଚଳର ବିଭିନ୍ନ ସ୍ଥାନରେ ରକ୍ଷାବନ୍ଧନ ପାଳିତ

Sunil Chandra Nayak

ଗୁରୁ ଭକ୍ତ ସମ୍ମିଳନୀ ରେ ଦଶ ହଜାର ଭକ୍ତ ଯୋଗ ଦେଲେ 

Sunil Chandra Nayak

ଜୁନାଗଡ଼ ଉତ୍କଳମଣି ସେବାସଂସ୍ଥା ପକ୍ଷରୁ ପାନୀୟ ଜଳ ସେବା

masiha

Leave a Comment

error: Content is protected !!