ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାତୃ ଦିବସ ରେ ‘ସମର୍ପଣ’ ପକ୍ଷରୁ ୩୦ ମହିଳା ଙ୍କୁ ନୂତନ ବସ୍ତ୍ର ପ୍ରଦାନ

ମାତୃ ଦିବସ ରେ ‘ସମର୍ପଣ’ ପକ୍ଷରୁ ୩୦ ମହିଳା ଙ୍କୁ ନୂତନ ବସ୍ତ୍ର ପ୍ରଦାନ

ରାଉରକେଲା: ସ୍ବେଛାସେବୀ ଅନୁଷ୍ଠାନ ସମର୍ପଣ ପକ୍ଷରୁ ବିଶ୍ୱ ମାତୃ ଦିବସ ନିଆରା ଢଙ୍ଗରେ ପାଳନ କରାଯାଇଛି l ସ୍ଥାନୀୟ ନୟାବଜାର ସ୍ଥିତ ଲେପର୍ଶୀ କଲୋନୀ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ କୁ ଅନୁଷ୍ଠାନର ଅଧ୍ୟକ୍ଷ ଏମ.ଡି ସାଜାଦ, ସଭାପତି ଝୁନୁ ନାୟକ, ସମ୍ପାଦକ ଇନ୍ଦ୍ରଜିତ ସିଂ ପ୍ରମୁଖ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ସ୍ୱତନ୍ତ୍ର ଆତିଥି ଭାବେ ମୋହିତ ପ୍ରସାଦ ଓ ତାଙ୍କ ଟିମ ଯୋଗ ଦେଇଥିଲେ l ଅନ୍ୟତମ ଅତିଥି ଭାବେ ଅଞ୍ଜୁ କକ୍କଡ, ଡ଼. ମଞ୍ଜୁ ମେହେର, ଆଇନଜୀବୀ ରେଖା ଗୁପ୍ତା, ରାଜଲକ୍ଷ୍ମୀ, ହେମା ଗୁପ୍ତା, ସୁନୀଲ ମଣ୍ଡଳ, ନମିତା ନାୟକ, ଲୀନା ରାଉତ, ପ୍ରାଞ୍ଜଳି ନାଗ, ଅର୍ଚ୍ଚନା ସେଠୀ, ଗ୍ରେସୀ ଡ୍ରାଭିଡ ପ୍ରମୁଖ ଯୋଗ ଦେଇଥିଲେ l ଲେପର୍ଶୀ କଲୋନୀ ର ୩୦ ଜଣ ମହିଳା ଙ୍କୁ ଅନୁଷ୍ଠାନ ପକ୍ଷରୁ ନୂତନ ଶାଢ଼ୀ ଓ ମିଷ୍ଟାନ ବଣ୍ଟନ କରାଯାଇଥିଲା l ସମ୍ପୃକ୍ତ ହିତାଧିକାରୀ ମହିଳା ଙ୍କ ସମେତ ଉପସ୍ଥିତ ବାସିନ୍ଦା ମାନେ ଖୁସି ବ୍ୟକ୍ତ କରିବା ସହ ଅନୁଷ୍ଠାନ ର ଉଦ୍ୟମ ପାଇଁ ସାଧୁ ବାଦ ଜଣାଇଥିଲେ l କାର୍ଯ୍ୟକ୍ରମ ପରିଚାଳନା ରେ ସମର୍ପଣ ଅନୁଷ୍ଠାନ ର ସଦସ୍ୟ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସିଆଇଟିୟୁ ପକ୍ଷରୁ ମେ ୧ରେ ପାଳିତ ହେଲା ଆନ୍ତର୍ଜାତୀୟ ଶ୍ରମିକ ଦିବସ

୩୨ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଢେଙ୍କାନାଳରେ ଜିଲ୍ଲାସ୍ତରୀୟ ଏକ ଦିବସୀୟ ମାର୍ଗଦର୍ଶକ ଶିକ୍ଷୟିତ୍ରୀ,ଶିକ୍ଷକ ପ୍ରକଳ୍ପ ପ୍ରସ୍ତୁତି ପ୍ରଶିକ୍ଷଣ କର୍ମଶାଳା -୨୦୨୬ ଅନୁଷ୍ଠିତ

Sunil Chandra Nayak

ଓ.ଭି.ଇ.ପି ବାର୍ଷିକ ଉତ୍ସବ ପାଳନ 

Sunil Chandra Nayak

Leave a Comment

error: Content is protected !!