ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମ୍ବଲପୁର ରେ ଆଦିବାସୀ ଙ୍କ ସରହୁଳ ମହୋତ୍ସବ ଅବସରରେ ବିଶାଳ ଆଦିବାସୀ ସମାବେଶ

ସମ୍ବଲପୁର ରେ ଆଦିବାସୀ ଙ୍କ ସରହୁଳ ମହୋତ୍ସବ ଅବସରରେ ବିଶାଳ ଆଦିବାସୀ ସମାବେଶ 

ସମ୍ବଲପୁର ତା 14 / ୫ ସମ୍ବଲପୁର ବରେଇପାଲି ଡ଼ୁମେରପଡା ଖେଳ ପଡ଼ିଆ ରେ ଆଦିବାସୀ ଙ୍କ ସରହୁଳ ମହୋତ୍ସବ ଅବସରରେ ବିଶାଳ ଆଦିବାସୀ ସମାବେଶ ଅନୁଷ୍ଠିତ ହୋଇଥିଲା l ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ଜ଼ିଲ୍ଲା ସଭାପତି ତରଣୀ ଖାଡ଼ିଆ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭା ରେ ସମ୍ବଲପୁର ଲୋକସଭା ସାଂସଦ ପ୍ରଣବ ପ୍ରକାଶ ଦାଶ ଙ୍କ ପ୍ରତିନିଧି ବିଷ୍ଣୁ କେଡ଼ିଆ, ସମ୍ବଲପୁର ବିଧାୟକ ପ୍ରାର୍ଥୀ ରୋହିତ ପୂଜାରୀ,ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଉଦବୋଧନ ଉଦବୋଧନ ଦେଇଥିଲେ l ଶ୍ରୀ ପୂଜାରୀ ପ୍ରକାଶ କରିଥିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୁଲାଇ ମାସରୁ ମାସିକ ବିଦ୍ୟୁତ ଦେୟ ଛାଡ଼ ପାଇଁ ଘୋଷଣା କରିଥିବାରୁ ପ୍ରାୟ ସମସ୍ତ ପରିବାର ମାଗଣା ବିଜୁଳି ବ୍ୟବହାର କରିବେ,ବିଦ୍ୟୁତ ବିଲ ପୈଠ କରିବାରକୁ ପଡ଼ିବ ନାହିଁ , ବହୁତ ସଂଖ୍ୟାରେ ଆଦିବାସୀ ବସବାସ କରୁଥିବା ଡ଼ୁମେରପଡ଼ା କୁ ସୋଲାର ଲାଇଟ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ ସୁବିଧା, ଜାଗା ମିଶନ ରେ ଘରଡ଼ିହ ଏବଂ ଆବାସ ପ୍ରଦାନ ବ୍ୟବସ୍ଥା ପାଇଁ ସୂଚନା ଦେଇଥିଲେ l ରାଜ୍ୟସଭା ସାଂସଦ ଶ୍ରୀ ବିଶି କହିଲେ ଯେ ଅନୁସୂଚିତ ଜନଜାତି ମାନଙ୍କ ବିକାଶ ପାଇଁ ସମ୍ବଲପୁର ରେ ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ଗଠନ ହୋଇଛି , ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ରେ ଆଦିବାସୀ ଭବନ ନିର୍ମାଣ ପାଇଁ ଶହେ କୋଟି ଟଙ୍କା ପ୍ରଦାନ କରିଛନ୍ତି ,ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀ ମାନଙ୍କୁ ନୁଆଁ ଓ ସହିତ ଏସଟି ଏସସି ଷ୍ଟାଇପେଣ୍ଡ ବୃଦ୍ଧି କରିଛନ୍ତି ,ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଦିବାସୀ ମାନଙ୍କ ଉପରୁ ପଚାଶ ହଜାର ମକଦ୍ଦମା ଜଙ୍ଗଲ ବିଭାଗ, ଅବକାରୀ ବିଭାଗ, ପୋଲିସ ବିଭାଗ ପ୍ରତ୍ୟହାର ଘୋଷଣା ଭାରତ ରେ ପ୍ରଥମ ଘଟଣା,ଜଙ୍ଗଲଜାତ ଦ୍ରବ୍ୟ ବିକ୍ରୟ ପାଇଁ ଏମଏସପି ପ୍ରଦାନ, ୮ ଲକ୍ଷ କେନ୍ଦୁପତ୍ର ତୋଳାଳୀ ଙ୍କ ପାଇଁ ବୋନସ,ଖାଦ୍ୟ ସୁରକ୍ଷା ଯୋଜନାରେ ଆହାର କେନ୍ଦ୍ର ବ୍ୟବସ୍ଥା,ସାମାଜିକ ନିରାପତ୍ତା ପାଇଁ ଭତ୍ତା ବୃଦ୍ଧି,ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ସକାଶେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବର୍ଷକୁ ମହିଳାଙ୍କ ପାଇଁ ଦଶ ଲକ୍ଷ ଏବଂ ପୁରୁଷ ମାନଙ୍କୁ ୫ ଲକ୍ଷ ଟଙ୍କା ସହାୟତା, ମିଶନଶକ୍ତି ଜରିଆରେ ମହିଳା ସ୍ୱୟଂ ସହାୟକ ଦଳ ପାଇଁ ବିନା ସୁଧରେ ୧୫ ଲକ୍ଷ ଟଙ୍କା ଋଣ, କାଳିଆ ଯୋଜନା, ବଳିଆ ଯୋଜନାରେ କୃଷକ ଏବଂ ବୁଣାକାର ମାନଙ୍କୁ ପ୍ରୋତ୍ସାହନ ରାଶି ସହ ବିନା ସୁଧରେ ଋଣ,ନିର୍ମାଣ ଶ୍ରମିକ ସୁରକ୍ଷା ପାଇଁ ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ଆର୍ଥିକ ସହାୟତା, ମମତା ଯୋଜନାରେ ଗର୍ଭବତୀ ମହିଳାଙ୍କୁ ସହାୟତା,5 ଟି ସ୍କୁଲ କଲେଜ ରେ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା, ସବୁ ଗାଁ କୁ ବିଜୁଳି, ପାଣି, ପକ୍କା ରାସ୍ତା ସୁବିଧା, ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ଜନ ହିତକାରୀ ଯୋଜନା, ବିଷୟରେ ରାଜ୍ୟସଭା ସାଂସଦ ଶ୍ରୀ ବିଶି ଆଲୋକପାତ କରିଥିଲେ l ଆଦିବାସୀ ଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ଠା ର ସହିତ କାର୍ଯ୍ୟ କରୁଛନ୍ତି ତେଣୁ ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକ ଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ସମ୍ବଲପୁର ଲୋକସଭା ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାଶ ଏବଂ ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରାର୍ଥୀ ରୋହିତ ପୂଜାରୀ ଙ୍କୁ ଜିତାଇବା ସହିତ ଭୋଟର ଭାଇ ଭଉଣୀ ନିବେଦନ କରିଥିଲେ l

ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଘରୋଇ ହିଂସା ମୁକାବିଲା ସମ୍ବନ୍ଧୀୟ ସଚେତନତା କର୍ମଶାଳା

masiha

ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ୧୧ତମ ଅଭିଯୋଗ ଶୁଣାଣି  ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଉପରେ ଲୋକଙ୍କ ଆସ୍ଥା ବଢିଛି

masiha

ଓଢଣୀ ଦେଇ ଯୁବତୀର ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

masiha

Leave a Comment

error: Content is protected !!