ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଜନଗର ନିର୍ବାଚନ ମଣ୍ଡଳୀରେ ବିରୋଧି କର୍ମୀ ବିଜେଡିରେ ମିଶି ସମର୍ଥନ ଵୃଦ୍ଧି କରାଇ ଦଳକୁ ଶକ୍ତିଶାଳି କରୁଛନ୍ତି -ଧୃଵ

ରାଜନଗର ନିର୍ବାଚନ ମଣ୍ଡଳୀରେ ବିରୋଧି କର୍ମୀ ବିଜେଡିରେ ମିଶି ସମର୍ଥନ ଵୃଦ୍ଧି କରାଇ ଦଳକୁ ଶକ୍ତିଶାଳି କରୁଛନ୍ତି -ଧୃଵ

ରାଜନଗର-24.5.024ଚଳିତ ସାଧାରଣ ନିର୍ବାଚନ ହେଵାକୁ ମାତ୍ର ୬ ଦିନ ବାକି ରହିଅଛି।ଏହାଭିତରେ ବିଭିନ୍ନ ଦଳ ଓ ସ୍ବାଧିନ ପ୍ରାର୍ଥୀମାନେ ମୈଦାନକୁ ଓହ୍ଲାଇ ସହରରୁ ଗ୍ରାମାଞ୍ଚଳମାନ ଵୁଲି ଭୋଟ ଭିକ୍ଷା କରୁଥିବା ଵେଳେ ଵିଭିନ୍ନ ଦଳରୁ କର୍ମୀମାନେ ବିଜେଡି ସୁପ୍ରିମୋ ନଵୀନ ପଟ୍ଟନାୟକଙ୍କ ଜନ କଲ୍ୟାଣ କାର୍ଯ୍ୟକୁ ଦେଖି ବିଜେଡିରେ ମିଶି ଦଳକୁ ସୁଦୃଢ କରିଥିବା ବେଳେ ଵିରୋଧୀ କଂଗ୍ରେସ ଓ ବିଜେପି ଦୁର୍ବଳ ହେଵାରେ ଲାଗିଛି।ଏହି ପରିପ୍ରକ୍ଷୀରେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ମହୁଲିଆ ପଞ୍ଚାୟତ ସଦର ମହକୁମାରେ ଵିଜେଡି ବ୍ଲକ ସଭାପତି ନିରଞ୍ଜନ ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ କର୍ମୀ ସମ୍ମୀଳନିରେ ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ଧୃଵ ସାହୁ ମୁଖ୍ୟ ଅତିଥି ଭାଵେ ଯୋଗ ଦେଇଥିଲେ।ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନଵୀନ ପଟ୍ଟନାୟକଙ୍କର ଯୁଗାନ୍ତ କାରି ଜନକଲ୍ୟାଣ ଵିକାଶ ଧାରାରେ ଅନୁପ୍ରାଣିତ ତଥା ରାଜନଗର ବ୍ଲକର ବିକାଶର ମେରୁଦଣ୍ଡ ସାଜି ଵିକଶିତ କରିଥିବା ଆମର ଲୋକପ୍ରିୟ ଵିଧାୟକ ଶ୍ରୀଯୁକ୍ତ ଧୃଵ ସାହୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଶତାଧିକ ଆଗଧାଡିର କଙ୍ଗ୍ରେସ କର୍ମୀ ଦଳ ଛାଡି ବିଜେଡିରେ ଯୋଗ ଦେଇଥିଲେ। ବିଧାୟକ ଶ୍ରୀ ସାହୁ ନବାଗତ କର୍ମୀଙ୍କୁ ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରି କହିଥିଲେ ,ନବାଗତ କର୍ମୀ ମିଶିବା ଦ୍ଵାରା ଦଳ ଆହୁରି ମଜବୁତ ହୋଇପାରିଛି।ଆମେ ସମସ୍ତେ ନଵୀନ ପଟ୍ଟନାୟକଙ୍କୁ ପୁନର୍ବାର ଏଥର ମୁଖ୍ୟମନ୍ତ୍ରୀ ହେଵାର ସୁଯୋଗ ଦେଵା।ସେଥି ପାଇଁ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମରେ ନିଜକୁ ସାମିଲି କରି ଵିଜେଡି ଦଳର ମୁଖ୍ୟମନ୍ତ୍ରୀ ଓ ଵିଧାୟକ ଶ୍ରୀ ସାହୁଙ୍କ ଵିକାଶର ଚିତ୍ର ଲୋକ ଲୋଚନକୁ ଆଣି ଦ୍ଵିତୀୟବାର ଵିଧାୟକ ଭାଵେ ଶଙ୍ଖ ଚିହ୍ନରେ ସୁଇଚ୍ ଟିପିବା ସହ ଅଂଶୁମାନ ମହାନ୍ତିଙ୍କୁ ସାସଂଦ ଭାଵେ ଦ୍ବିତୀୟ ଥର ଶଙ୍ଖ ଚିହ୍ନରେ ସୁଇଚ୍ ଟିପି ଲକ୍ଷ୍ୟାଧିକ ଭୋଟରେ ଜୟଯୁକ୍ତ କରିବାକୁ ବିଧାୟକ ତଥା ଵିଧାୟକ ପ୍ରାର୍ଥୀ ଶ୍ରୀ ଧୃଵ ସାହୁ କର୍ମୀ ମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ।ଏହି ମିଶ୍ରଣ ପର୍ବରେ କଂଗ୍ରେସ ଦଳ ରୁ ବିଶ୍ୱନାଥ ରାଉତ ,ସିଦ୍ଧାର୍ଥ ସେଠୀ, ପ୍ରଶାନ୍ତ ଦାସ,ମହେଶ୍ୱର ସେଠୀ, ବାସୁଦେବ ସେଠୀ, ରଙ୍ଗଳତା ସେଠୀ, କେଶବ ବେହେରା, ଅଭିମନ୍ୟୁ ବେହେରା, ଫକୀର ସାହୁ, ଶିବରମ ବେହେରା, ନିରାକାର ବେହେରା, ସତ୍ୟନନ୍ଦ ସେଠୀ, ଅନିରୁଦ୍ଧ ରାଉତ, ରମେଶ ସ୍ବାଇଁ, ପ୍ରଶାନ୍ତ ଜେନା, ତ୍ରିଲୋଚନ ଜେନା, ଚୈତନ ଜେନା, ରଞ୍ଜନ ଜେନା, ଶଙ୍କର ଜେନା, ପ୍ରଫୁଲ୍ଲ ଜେନା, ଦଧିବାବନ ସ୍ଵାଇଁ, ରବିନ୍ଦ୍ର ସାହୁ, ସସଧର ସ୍ବାଇଁ, ଗଣେଶ୍ୱର ସ୍ଵାଇଁ, ଗୋଲେଖ ସ୍ୱାଇଁ, ସଞ୍ଜୟ ଜେନା କୃତିବାସ ରାଉତ ବାସୁଦେବ ନାୟକ ପ୍ରଫୁଲ୍ଲ ପଢ଼ିଆରୀ, ସୁରେଶ ସେଠୀ, ରଞ୍ଜନ ଦାଶ,, ସୁବାଷ ସାମଲ ମହେଶ୍ୱର ବାରିକ, ନୃସିଂହ ପାତ୍ର, ଅଭି ଓଝା, ପ୍ରେମାନନ୍ଦ ରାଉତ ଅମର ସ୍ବାଇଁ, ପ୍ରଦୀପ ସ୍ଵାଇଁ ମହେନ୍ଦ୍ର ଜେନା, ଅରୁଣ ସାମଲ ପ୍ରଦୀପ ସ୍ବାଇଁ, ରବିନ୍ଦ୍ର ସ୍ଵାଇଁ ପ୍ରମୁଖ ଯୋଗଦେଇ ଥିଲେ। ବ୍ଳକ ସଭାପତି ନିରଂଜନ ରାଉତ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସଭାରେ ବିଧାୟକ ପ୍ରାଥୀ ଧ୍ରୁଵ ସାହୁ, ଜିଲ୍ଲା ପରିଷଦ ସଭ୍ୟ ସୁରେନ୍ଦ୍ର ରାଉତ, ମୁଖପାତ୍ର କୈଳାଶ ଚନ୍ଦ୍ର ମହାନ୍ତି, ଅରୁଣ ସାହୁ, ମହୁଲିଆ ସରପଞ୍ଚ ମଞ୍ଜୁଳା ଦାସ,ସଭ୍ୟ ସଞ୍ଜୟ ସ୍ବାଇଁ, ଦଧିବାବନ ଭୂୟାଁ, ବୈକୁଣ୍ଠ ଦାସ, ଶତ୍ରୁଘନ ପରିଡ଼ା ପୂର୍ବତନ ସରପଞ୍ଚ ବିଶ୍ୱନାଥ ରାଉତ ପ୍ରମୁଖ ଯୋଗ ଦେଇ ଉଦ୍ବୋଧନ ଦେଇଥିଲେ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ କାମାକ୍ଷାନଗର ବିଜେପି ପକ୍ଷରୁ ଗାଦି ଛାଡ଼ ଆନ୍ଦୋଳନ

masiha

ଗଣତନ୍ତ୍ର ଓ ଗଣତାନ୍ତ୍ରିକ ଅନୁଷ୍ଠାନର ସୁରକ୍ଷା ନିମନ୍ତେ କଂଗ୍ରେସର ଜୟ ଭାରତ ସତ୍ୟାଗ୍ରହ

Sunil Chandra Nayak

ଗୋଲାମୁଣ୍ଡା ମଣ୍ଡି ଠାରେ ମଣ୍ଡଳ ବିଜେପି ର ପ୍ରବାସ କାର୍ଯ୍ୟକ୍ରମ ଓ ସାଙ୍ଗଠନିକ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!