ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଶ୍ଚିମ ଓଡିଶା ସାଂସ୍କୃତିକ ପରିଷଦର ସନ୍ଥ କବି ଭୀମଭୋଇ ଜୟନ୍ତୀ ପାଳିତ

ପଶ୍ଚିମ ଓଡିଶା ସାଂସ୍କୃତିକ ପରିଷଦର ସନ୍ଥ କବି ଭୀମଭୋଇ ଜୟନ୍ତୀ ପାଳିତ

ରାଉରକେଲା: ପଶ୍ଚିମ ଓଡିଶା ସାଂସ୍କୃତିକ ପରିଷଦ ,ରାଉରକେଲା ଓ ମଧୁସୂଦନ ପଠାଗାରର ମିଳିତ ଆନୁକୂଲ୍ୟରେ ଛେଣ୍ଡ ସ୍ଥିତ ମଧୁସୂଦନ ପାଠାଗାର ପରିସରରେ ସନ୍ଥ ସାହିତ୍ୟିକ, ସମାଜ ସଂସ୍କାରକ ତଥା ମହିମା ଧର୍ମର ପ୍ରଚାରକ ଓ ସର୍ବଶ୍ରେଷ୍ଠ ପ୍ରବକ୍ତା ସନ୍ଥ କବି ଭୀମ ଭୋଇଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ପଶ୍ଚିମ ଓଡିଶା ସାଂସ୍କୃତିକ ପରିଷଦର ସଭାପତି ସ୍ୱରୂପ କୁମାର ପାଣିଗ୍ରାହୀ ସଭାପତିତ୍ୱ କରିଥିଲା ବେଳେ ମଧୁସୂଦନ ପାଠାଗାରର ସାଧରଣ ସମ୍ପାଦକ ବିଜୟ କୁମାର ବରାଳ ମଂଚାସିନ ଥିଲେ। ଆରଏସପି ଅବସରପ୍ରାପ୍ତ କର୍ମଚାରୀ ସଂଘ ର ସଭାପତି ଇଂ ଅଭୟ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସନ୍ଥକବି ଭୀମଭୋଇଙ୍କୁ ସୀମିତ ସମୟରେ ବୁଝିବା ସମ୍ଭବ ନୁହେଁ। ଏଥିପାଇଁ ଅଧିକ ସମ୍ପାନ,ପାଠଚକ୍ରର ଆବଶ୍ୟକତା ରହିଛି।ମୁଖ୍ୟବକ୍ତା ଭାବେ ସାହିତ୍ୟିକ ତଥା ପ୍ରାକ୍ତନ ଜୀବନବୀମା ପ୍ରଶାସନିକ ଅଧିକାରୀ ନୃସିଂହ ଚରଣ ବିଶ୍ୱାଳ ସନ୍ଥ କବିଙ୍କ ଜୀବନ ଓ ସୃଜନ ଉପରେ ବିଷଦ ଆଲୋଚନା କରିଥିଲେ। ” ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ” ପଂକ୍ତିଟି କେମିତି ବିଶ୍ୱ ଆଦୃତି ଲାଭ କରି ମିଳିତ ଜାତିସଂଘର କାନ୍ଥରେ ଲିପିବଦ୍ଧ ହେଲା ସେ ଉପରେ ମଧ୍ୟ ଟିପ୍ପଣୀ ରଖିଥିଲେ। ଏହା ସହ ବର୍ତ୍ତମାନ ସମୟରେ ଭୀମଭୋଇଙ୍କ ସ୍ମୃତି ଓ ସାହିତ୍ୟ ଉପରେ ସରକାର ଓ ବିଭିନ୍ନ ଅନୁଷ୍ଠାନ ଢେର ସାରା କାମ କରୁଛନ୍ତି ବୋଲି କହିଥିଲେ । ପଶ୍ଚିମ ଓଡିଶା ସାଂସ୍କୃତିକ ପରିଷଦର ଉପସଭାପତି ଡ଼ କିଶୋରୀ ଦାଶ ଭୀମ ଭୋଇଙ୍କୁ ଭଗବାନ ବୁଦ୍ଧ ଓ ଦାର୍ଶନିକ କଲମାର୍କ୍ସଙ୍କ ସହ ତୁଳନା କରିଥିଲେ। ପ୍ରାରମ୍ଭରେ ମହିମା ଆଶ୍ରମର ସାଧୁ ଦିବାକର ଦାସ ଓ ଭକ୍ତ ଲଙ୍ଗୁଳି ଚରଣ ତରାଇ ଖଞ୍ଜଣି ବାଦ୍ୟ ସହ ଭୀମ ଭୋଇ ଭଜନ ଉପସ୍ଥାପନ କରିଥିଲେ। କାର୍ଯକ୍ରମ ପରିଚାଳନା ରେ ସର୍ବଶ୍ରୀ ପ୍ରବୀର କୁମାର ମିଶ୍ର,ପ୍ରତାପ ମେହେର,ଅଶୋକ ଭଇଁଶା, ଏରିଅର ଜାଲ,ସୂର୍ଯ୍ୟ ନାରାୟଣ ପଣ୍ଡା,ଡ଼ ଅଜୟ ମିଶ୍ର,ପୀତବାସ ପ୍ରଧାନ,ଶ୍ରୀକାନ୍ତ ଷଡ଼ଙ୍ଗୀଙ୍କ ପ୍ରମୁଖ ସହଯୋଗ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ପଶୁପତି ନାଥ ଚାଟାର୍ଜୀ,ବ୍ରଜେନ୍ଦ୍ର ଦାଶ, ଉପେନ୍ଦ୍ର ବସ୍ତିଆ,ଦେବେଶ ପୁରୋହିତ,ଦୁର୍ଗା ଶଙ୍କର ଯୋଶୀ,ଶ୍ରୀପତି ତ୍ରିପାଠୀ,ଶୁଭ୍ରାଂଶୁ ବଡ଼ପଣ୍ଡା, ଗୀତାଞ୍ଜଳି ରାଉତ,କୁନ୍ତଳା ସାହୁ,ସଂଯୁକ୍ତା କର,କୃଷ୍ଣଚନ୍ଦ୍ର ତ୍ରିପାଠୀ, ନରେନ୍ଦ୍ର ମିଶ୍ର, ଗୌରୀ ପ୍ରଧାନ,ଉମେଶ ବେହେରା, ଡ ସୁବୋଧ ମେହେର ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ସାଂସ୍କୃତିକ ସଂପାଦକ ସୂର୍ଯ୍ୟ ପାଢ଼ୀ ସଂଯୋଜନା କରିଥିଲାବେଳେ ସାଧାରଣ ସମ୍ପାଦକ ପ୍ରକାଶ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଚର୍ଚ୍ଚାରେ ଧର୍ମଗଡ ବ୍ଲକସ୍ଥିତ ଗମ୍ଭାରୀଗୁଡା ଯଶୋଦା ଅନାଥ ଆଶ୍ରମ , ଦିବ୍ୟାଙ୍ଗ ଅନାଥ ଛୁଆ ଙ୍କୁ ନିଜର କରିଛନ୍ତି ଏକ ବିଦେଶୀ ଦମ୍ପତି….

masiha

ଗରିମା ପରିବାରର ଶ୍ରେଷ୍ଠ ଓଡ଼ିଆଣୀ ସିଜିନ ୩ ର ଅଡିସନ ଆସନ୍ତା ୨୫ ଓ ୨୬ ରେ……

Sunil Chandra Nayak

କଳିକା କେନ୍ଦ୍ରର ତ୍ରିଦିବସୀୟ କର୍ମୀ ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!