ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଇରଙ୍ଗପୁରରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ,ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ ଉପସ୍ଥିତ ଜନତାଙ୍କୁ ଅନୁରୋଧ 

ରାଇରଙ୍ଗପୁରରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ,ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ ଉପସ୍ଥିତ ଜନତାଙ୍କୁ ଅନୁରୋଧ 

ମୟୂରଭଞ୍ଜ – ୨୪/୦୫ ( ମସିହା)ଆସନ୍ତା ଜୁନ ୧ ରେ ଓଡ଼ିଶାର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି । ପ୍ରଚାର ଆଉ ହାତ ଗଣତି ଛଅ ଦିନ ବାକି ରହିଲା । ଏଣେ ୨୫/୨୬ ତାରିଖ ଦିନ ବାତ୍ୟା ସମ୍ଭାବନା ଦେଖା ଦେଇଛି । ତେଣୁ ସମୟ‌ କମ । ଚଳ ଚଞ୍ଚଳ ହୋଇ ଉଠିଛି ସମଗ୍ର ଅଂଚଳ । ବିଭିନ୍ନ ରାଜନୈତିକ ଦଳ ତରଫରୁ ଧୁଆଁଧାର ମାରାଥନ ପ୍ରଚାର ଚାଲିଛି ।ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୂବନେଶ୍ବରରୁ ହେଲିକପ୍ଟର ଯୋଗେ ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ମହୁଲଡିହା ଖେଳ ପଡ଼ିଆରେ ପୂର୍ବାହ୍ନ,୧୧.୧୫ ମିନିଟରେ ପହଞ୍ଚି ସେଠାରୁ ସଡ଼କ ପଥରେ ୪ କିମି ଦୂର ସାନ୍ତାଳୀ ଲିପି ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁ ଙ୍କ ଜନ୍ମସ୍ଥାନ ଦାଣ୍ଡବୋଷ ଗ୍ରାମର ସ୍କୁଲ ପାଖରେ ଥିବା ତାଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ତାଙ୍କ ସହିତ ୫ ଟି ସଚିବ ଭିକେ ପାଣ୍ଡିଆନ ଏବଂ ମୟୂରଭଞ୍ଜ ସାଂସଦ ସୁଦାମ ମାରାଣ୍ଡି, ପ୍ରାକ୍ତନ ବିଧାୟକ ସାହିବା ସୁଶିଲ ର ହାଁସଦା ଉପସ୍ଥିତ ଥିଲେ ।ପରେ ସଡ଼କ ପଥରେ ମହୁଲଡିହା ଖେଳ ପଡିଆକୁ ଯାଇ ଆୟୋଜିତ ନିର୍ବାଚନ ପ୍ରଚାର‌ ସଭାରେ ଉଦବୋଧନ ଦେଇଥିଲେ ।ସେ ତାଙ୍କ ନିର୍ବାଚନ ସଭାରେ ଓଡ଼ିଶାବାସୀଙ୍କ ସେବାପାଇଁ ବହୁବିଧ ଯୁଗାନ୍ତକାରୀ ଜନକଲ୍ଯାଣ କାର୍ଯ୍ୟକ୍ରମ କରିଛନ୍ତି ଯଥା ମମତା ଯୋଜନା, ମଧୁବାବୁ ପେନସନ ଯୋଜନା,ମମତା ଯୋଜନା ,ବିଜୁ ସେତୁ ଯୋଜନା, ବିଜୁ ଶକ୍ତି ,କୃଷକ ସଶକ୍ତିକରଣ,ମହିଳା ସଶକ୍ତିକରଣ,ମିଶନ ଶକ୍ତି,ଦିଵ୍ଯାଙ୍ଗ ସଶକ୍ତିକରଣ ,ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ଗୋପବନ୍ଧୁ ସଡ଼କ ଯୋଜନା ଭଳି ବହୁ ଯୋଜନା କରିଛନ୍ତି । ସେହିଭଳି ୫ ଟି ସଚିବ ଭି କେ ପାଣ୍ଡିଆନ ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଗାଦିରେ ବସିଲା ପରେ ନବୀନ ବାବୁଙ୍କ ଯୁଗାନ୍ତକାରୀ ଗ୍ୟାରେଣ୍ଟି ଯୋଜନା ମଧ୍ୟବିତ୍ତ ପରିବାର ପାଇଁ ମାଗଣା ବିଜୁଳି ଯୋଜନା, ଲକ୍ଷ୍ମୀ ବସ ପରିବହନ ଯୋଜନା,ସମସ୍ତଙ୍କୁ ବିଜୁ ସ୍ବାସ୍ଥ୍ଯ କଲ୍ଯାଣ ଯୋଜନାରେ ଅନ୍ତର୍ଭୁକ୍ତ, କରିବା ୨୦ ଲକ୍ଷ ପର୍ଯ୍ୟନ୍ତ କମ କିସ୍ତିରେ ଗୃହ‌ଋଣ ଯୋଜନା । ଛାତ୍ରଛାତ୍ରୀଙ୍କ ପାଇଁ ୧୨ ହଜାରରୁ ୧୪ ହଜାର ଟଙ୍କା ଛାତ୍ର ବୃତ୍ତି, ଶିକ୍ଷା ଋଣ ଯୋଜନା ଜମିକୁ ପାଣି ।ମିଶନ ଶକ୍ତି କର୍ମଚାରୀଙ୍କୁ ପେନସନ ଯୋଜନା ଇତ୍ୟାଦି ।ଏ ସରକାର ଗରୀବ, ଖଟିଖିଆ , ଅସହାୟ ଓ ଆଦିବାସୀଙ୍କ ଉତ୍ଥାନ ପାଇଁ ଚିନ୍ତା କରୁଥିବା ସରକାର । ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମିଧୀସ୍ଥଳର ବିକାଶ ପାଇଁ ୧୩ କୋଟି ଟଙ୍କା ଅନୁମୋଦନ କରିଛନ୍ତି । ଆଦିବାସୀଙ୍କ ପୂଜା ସ୍ଥଳୀ, ସଂସ୍କୃତି,ଭାଷା ପାଇଁ ୧୦୦ କୋଟି ଟଙ୍କା ମଂଜୁର କରିଛନ୍ତି ।ଓଡ଼ିଶାରେ ସବୁଠାରୁ ବେଶୀ ଛାତ୍ରଛାତ୍ରୀ ଆବାସିକ ହଷ୍ଟେଲ ନିର୍ମାଣ କରିଛନ୍ତି ଯେଉଁଠି ହଜାର ହଜାର ଆଦିବାସୀ ଛାତ୍ରଛାତ୍ରୀ ମାଗଣାରେ ରହି ଶିକ୍ଷା ଲାଭ କରୁଛନ୍ତି । ୩୧୪ ବ୍ଳକରେ ୩୧୬ ଟି ଇଂରାଜୀ ମଡେଲ ଓଡ଼ିଶା ଆଦର୍ଶ ସ୍କୁଲ ସ୍ଥାପିତ କରିଛନ୍ତି ।ଆଗକୁ ଓଡ଼ିଶାକୁ ସାରା ଭାରତରେ ଏକ ଶ୍ରେଷ୍ଠ ରାଜ୍ୟରେ ପରିଣତ କରିବା ପାଇଁ ପ୍ରତିଶ୍ରୁତିଵଦ୍ଧ ହେବା ଉଚିତ । ନିର୍ବାଚନ ସଭାରେ ଯୋଡ଼ି ଶଙ୍ଖରେ ମୟୂରଭଞ୍ଜ ସାଂସଦ ସୁଦାମ ମାରାଣ୍ଡି, ରାଇରଙ୍ଗପୁର ବିଧାୟକ ରାଇସେନ ମୁର୍ମୁ,ସାରସକଣା ବିଧାୟକ ଡାକ୍ତର ଦେବାଶିଷ ମାରାଣ୍ଡି ଏବଂ ଯଶିପୁର ବିଧାୟକ ଚକ୍ରଧର ହେମ୍ବ୍ରମଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବା ସହ ଆଶିର୍ବାଦ ଦେବାପାଇଁ ଅନୁରୋଧ କରିଥିଲେ ।

  ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଭା ସାଂସଦ ମମତା ମହାନ୍ତ ଏବଂ ମୟୂରଭଞ୍ଜ ଜିଲ୍ଲା ପରିଷଦ ଅଧ୍ଯକ୍ଷା ଭାରତୀ ହାଁସଦା, ମୟୂରଭଞ୍ଜ (୨) ଜିଲ୍ଲା ବିଜେଡ଼ି ସଭାପତି କାଶୀନାଥ ହେମ୍ରମ,ବିଜୁ ଯୁବ ଜନତା ସଭାପତି ଅଭିଷେକ ପଟନାୟକ,ନାରୀ ନେତ୍ରୀ ତନୁଜା ମହାନ୍ତ,ବିଜୁ ଶକ୍ତି ଉପଦେଷ୍ଟା ଦିପ୍ତୀମାନ ବଳ, ଇଶାନ ମିଶ୍ର,ମନୁ ଚୌଧୁରୀ, ସୁବାସ ମଣ୍ଡଳ,ପୌର ଉପାଧ୍ଯକ୍ଷା ବିଜୁ ସେତୁ ଉପଦେଷ୍ଟା ରତିକାନ୍ତ ପରୀକ୍ଷା, ତିରିଂ ବ୍ଳକ ଜିଲ୍ଲା ପରିଷଦ ସଦସ୍ୟ ପରେଶ୍ ମୁଣ୍ଡା, ରାଇରଙ୍ଗପୁର ବ୍ଳ କ ଅଧ୍ୟକ୍ଷ ଜ୍ଞାନ ରଂଜନ ହେମ୍ବ୍ରମ,ଜାମଦା ବ୍ଳକ ଅଧ୍ୟକ୍ଷ ଡୁମକା ହେମ୍ବ୍ରମ,ବାଣଜୁ ହେମ୍ବ୍ରମ, ନିମାଇଁ ମୁର୍ମୁ,ମାଝିଆରାମ ମାଝୀ,ସମେତ ବିଜୁ ଜନତା ଦଳର ନେତୃଵୃନ୍ଦ,କର୍ମୀ,ମହିଳା ,କୃଷକ,ଯୁବ, ଛାତ୍ର,ଶ୍ରମିକ, ଶୁଭେଚ୍ଛା ପ୍ରମୁଖ ହଜାର ହଜାର ସଂଖ୍ୟାରେ ଉପସ୍ଥିତ ଥିଲେ । ରାଇରଙ୍ଗପୁର ସହର ସବୁଜ ଓ ଶଙ୍ଖମୟ ହୋଇ ଉଠିଥିଲା । ମୁଖ୍ୟମନ୍ତ୍ରୀଙ୍କୁ ପାଖରୁ ଦେଖି କର୍ମିଵୃନ୍ଦ ବହୁ ମାତ୍ରାରେ ଉତ୍ସାହିତ ହୋଇଥିଲେ ।ଆଗାମି ନିର୍ବାଚନରେ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ପାଇଁ ମନସ୍ଥ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ବାଲିଗୁଡାରେ ନିର୍ବାଚନକୁ ନେଇ ଚଳଚଞ୍ଚଳ :ବିଭିନ୍ନ ଦଳର ଅସନ୍ତୋଷ କର୍ମୀ ଓ ନେତାଙ୍କ ଉପରେ ସମସ୍ତଙ୍କ ନଜର 

masiha

ଚାଉଳ କଟାକୁ ବିରୋଧ କରି ୨୬ଗୋଟି ପଞ୍ଚାୟତର ବ୍ଲକ ସମ୍ମୁଖରେ ଧାରଣା

Sunil Chandra Nayak

ରାଇରଙ୍ଗପୁରରେ ଓଡିଶା ବିଜେପି ବିନ୍ଧାଣି ଡ଼ଃ ଦେଵେନ୍ଦ୍ର ପ୍ରଧାନଙ୍କ ସ୍ମୃତିରେ ଗଭୀର ଶ୍ରଦ୍ଧାଞ୍ଜଳି 

masiha

Leave a Comment

error: Content is protected !!