ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆବାସ ଯୋଜନାରେ ଘରଟିଏ ପାଇଁ ଜଗି ଜଗି ଚାଲିଗଲା ଭିନ୍ନକ୍ଷମ ଭୁଜବଲ ର ଜୀବନ

ଆବାସ ଯୋଜନାରେ ଘରଟିଏ ପାଇଁ ଜଗି ଜଗି ଚାଲିଗଲା ଭିନ୍ନକ୍ଷମ ଭୁଜବଲ ର ଜୀବନ

ଜୁନାଗଡ଼ ,୨୭/୫( ମନିସ) ଗରିବଙ୍କ ପାଇଁ ଆବାସ ଯୋଜନା ହୋଇଥିବା ବେଳେ ଏହାର ଓଲଟା ଦେଖିବାକୁ ମିଳୁଛି। ଜୁନାଗଡ଼ ବ୍ଲକ ଦାସୀଗାଁ ତାଳପଦର ନିରୀହ ଗରୀବ ଭିନ୍ନକ୍ଷମ ଭୁଜବଳ ଆବାସ ଖଣ୍ଡିଏ ପାଇଁ ଜଗି ଜଗି ଶେଷରେ ତାଙ୍କ ଜୀବନ ଚାଲିଯାଇ ଥିବା ବେଳେ ,ଏବେ ଘରେ ବିଧବା ମା ,ସ୍ତ୍ରୀ ଓ ଚାରି ଛୁଆ ଅସହାୟ ଅବସ୍ଥାରେ ରହିଛନ୍ତି। ଆଦିବାସୀ ଅଧ୍ୟୁଷିତ ଜଙ୍ଗଲ ପାହାଡ଼ ଘେରା ତାଳପଦର ଗ୍ରାମର ଭୁଜବଳ ସଗଡ଼ିଆ ବୟସ ମାତ୍ର ୩୩ ବର୍ଷ ।ଦୀର୍ଘ ବର୍ଷ ହେଲା ଭଙ୍ଗା ,ଦଦରା ଘରେ ବହୁ କଷ୍ଟରେ ବିଧବା ମା ଙ୍କ ସହ ଘରେ ୬ ପ୍ରାଣୀ ରହୁଥିଲେ ।ଅନେକ ଥର ପ୍ରବଳ ଲଗାଣ ବର୍ଷାରେ ଘର ଭୁଶୁଡ଼ିଛି ।ଘର ସଜାଡ଼ିବା କୁ ମଧ୍ୟ ହାତରେ ଅର୍ଥ ନାହିଁ ।ଏତେ ବଡ଼ ପରିବାର ମଧ୍ୟରେ ଜଣେ ମାତ୍ର ରୋଜଗାର କ୍ଷମ ହେଉଛନ୍ତି ଭିନ୍ନକ୍ଷମ ଭୁଜବଳ ।ଘରେ ଜମି ବାଡ଼ି ବୋଲି କିଛି ନାହିଁ ।କୁଳି କଲେ ପରିବାର ଚଳୁ ଥିଲା ।ଏଭଳି ସ୍ଥିତିରେ ଭୁଜବଳ ଙ୍କ ମନରେ କିଛି ବୁଦ୍ଧି ବାଟ ଦିଶୁ ନ ଥିଲା ।କାରଣ ଦୀର୍ଘ ବର୍ଷ ହେଲା ଘର ଖଣ୍ଡିଏ ପାଇଁ ଅନେକ ଥର ପଞ୍ଚାୟତ କାର୍ଯ୍ୟଳୟ ଠାରୁ ଆରମ୍ଭ କରି ବ୍ଲକ ପ୍ରଯ୍ୟନ୍ତ ଦୌଡ଼ି ଦୌଡ଼ି ନିରାଶ ହେଲେ ।କେବଳ ଉଚ୍ଚ ଅଧିକାରୀ ଙ୍କ ପ୍ରତିଶୃତି ଛଡା କିଛି ମିଳିଲା ନାହିଁ ।ଏପରିକି ବିଧାୟକ ଏବଂ ପ୍ରଶାସନ ଅଧିକାରୀ ଙ୍କୁ ମଧ୍ୟ ଏ ବିଷୟରେ ଅବଗତ କରାଇଥିଲେ ।ମାତ୍ର ତାହା ମଧ୍ୟ କିଛି କାମ ଦେଲା ନାହିଁ । ଆବାସ ଯୋଜନାରେ କିପରି ଘର ଖଣ୍ଡିଏ ମିଳିଲେ ଦୁଃଖ ଦୂର ହେବ ବୋଲି ସଦା ବେଳେ ସେ ଚିନ୍ତାରେ ରହୁଥିଲା । ହେଲେ ବିଧିର ବିଧାନ ଥିଲ ଭିନ୍ନ ପ୍ରକାର ଶେଷରେ ଭିନ୍ନକ୍ଷମ ଭୁଜବଳ ସଗଡ଼ିଆ ଆବାସ ଘର ଖଣ୍ଡିକ କୁ ଜଗି ଜଗି ଗତ ୮ ତାରିଖ ଦିନ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ମୃତୁ ପରେ ପରିବାର ଏବେ ଅସହାୟ ।ଜଣେ ମାତ୍ର ରୋଜଗାର କ୍ଷମ ବ୍ୟକ୍ତି ଥିଲେ ।ସେ ଚାଲିଗଲା ପରେ ପରିବାର ର ବିଧବା ମା ,ସ୍ତ୍ରୀ ଏବଂ ଚାରି ଛୁଆ ଅନାଥ ହୋଇଗଲେ ।ଏବେ ଘରେ ମା ,ସ୍ତ୍ରୀ ଜୟନ୍ତୀ ଏବଂ ଝିଅ ଲିପି ୧୧ ,କରିନା ୧୦ ,ପୁଅ ଚିରଞ୍ଜିତ ୬ ଏବଂ ଛୋଟ ଝିଅ ଟିକିସ୍ମିତା ୪ ରହୁଥିବା ଦେଖିବାକୁ ମିଳିଛି । ଏମାନେ କେମିତି ଚଳିବେ , ପାଠ ପଢା ଠପ ହେବ ।ଏଣୁ ଏହି ପୁଅ ଝିଅ ମାନଙ୍କୁ ସରକାରୀ କିମ୍ବା ବେସରକାରୀ ଅନୁଷ୍ଠାନ ପକ୍ଷରୁ ସମସ୍ତ ଖର୍ଚ୍ଚ ବହନ କରି ତାଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ ଦିଗରେ ସହାୟକ କରିବା ପାଇଁ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ମଙ୍ଗଳପୁର ସେବା ସମବାୟ ସମିତି ପକ୍ଷରୁ ବ୍ୟାଙ୍କିଙ୍ଗ ସେବା ଓ ରୁଣ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

ଗଣପତି ଶିଶୁ ବିଦ୍ୟା ମନ୍ଦିର ବମ୍ବୁରିର ଦଶମ ବାର୍ଷିକ ଉତ୍ସବ

Sunil Chandra Nayak

ବେସାହାରା ଯମୁନା ଶିଅଳଙ୍କୁ ଭେଟିଲେ କଂଗ୍ରେସ ନେତା ହିମାଂଶୁ ଶେଖର

masiha

Leave a Comment

error: Content is protected !!