ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୁଧିଆ କିଷାନଙ୍କ ମୃତ୍ୟୁରେ ଅନୁକମ୍ପା ନିଯୁକ୍ତି ଦାବି ଗଣଧାରଣା ରେ ସାମିଲ ହେଲେ ସାଂସଦ ଜୁଏଲ ଓରାମ

ବୁଧିଆ କିଷାନଙ୍କ ମୃତ୍ୟୁରେ ଅନୁକମ୍ପା ନିଯୁକ୍ତି ଦାବି ଗଣଧାରଣା ରେ ସାମିଲ ହେଲେ ସାଂସଦ ଜୁଏଲ ଓରାମ

ରାଉଲକେଲା: ରାଉଲକେଲା ଇସ୍ପାତ କାରଖାନା ସହର ସେବାରେ କାର୍ଯ୍ୟରତ ବରିଷ୍ଠ ଜମି ଜମାଦାର ବୁଧିଆ କିଷାନ ଡିଉଟି ଯିବା ବାଟରେ ହଠାତ ଅସୁସ୍ଥ ହୋଇ ପଡ଼ି ଥିଲେ ଓ ପରେ ତାଙ୍କୁ ଇସ୍ପାତ ଜେନେରାଲ ହସପିଟାଲରେ ସ୍ଥାନୀୟ ଲୋକେ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସାଧୀନ ସମୟରେ ତାଙ୍କ ମୃତ୍ୟୁ ଘଟିଥିଲା ବୋଲି ପରିବାର ବର୍ଗ କହିଥିଲେ । ତାଙ୍କ ମୃତ୍ୟୁ ଘଟଣାକୁ ନେଇ , ତାଙ୍କ ପରିବାର ବର୍ଗ , ଅନୁକମ୍ପା ମୂଳକ ନିଯୁକ୍ତି ଦାବିକରି ଇସ୍ପାତ ଜେନେରାଲ ହସପିଟାଲ ସମ୍ମୁଖରେ ତିନି ଦିନ ଧରି ଧାରଣାରେ ବସି ରହିଛନ୍ତି । ବୁଧିଆଙ୍କ ମର ଶରୀର ଇସ୍ପାତ ଜେନେରାଲ ହସପିଟାଲର ମର୍ଗ ହାଉସରେ ପଡ଼ି ରହିଛି । ଯେତେବେଳେ ତାଙ୍କ ପରିବାର ବର୍ଗଙ୍କୁ ଅନୁକମ୍ପା ମୂଳକ ନିଯୁକ୍ତି ଲିଖିତ ଭାବରେ ଘୋଷଣା କରି ରାଉଲକେଲା ଇସ୍ପାତ କାରଖାନା କତୃପକ୍ଷ ଜଣାଇବେ ସେତେବେଳେ ଯାଇ ତାଙ୍କ ମର ଶରୀରକୁ ଗ୍ରହଣ କରି ନିଆ ଯିବ ବୋଲି ତାଙ୍କ ପରିବାର ବର୍ଗ ଜିଦରେ ରହିଛନ୍ତି । ଇତି ମଧ୍ୟରେ ସେମାନଙ୍କ ଦାବିକୁ ଯଥାର୍ଥ ଜଣାଇ ଦୁଇ ଦିନଧରି ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ଧାରଣାରେ ବସି ରହିଛନ୍ତି ଓ ତୁରନ୍ତ ତାଙ୍କ ପରିବାର ବର୍ଗଙ୍କୁ ଅନୁକମ୍ପା ମୂଳକ ନିଯୁକ୍ତି ଦେବାକୁ ଦାବି କରିଛନ୍ତି। ଇସ୍ପାତ କାରଖାନା କତୃପକ୍ଷ ଟାଳଟୁଳ ନୀତି ଅବଲମ୍ବନ ନୀତିକୁ ପରିତ୍ୟାଗ କରି ତୁରନ୍ତ ଏହାର ସମାଧାନ କରନ୍ତୁ ବୋଲି ମିଡିଆ ଆଗରେ ଶ୍ରୀ ଓରାମ କହିଛନ୍ତି । ଏହି ଗଣଧାରଣାରେ ବହୁତ ଲୋକ ସାମିଲ ହୋଇ ଛନ୍ତି ଓ ବିଜେପିର ନେତ୍ରୁ ମଣ୍ଡଳୀ ମଧ୍ୟ ଏହା କୁ ସମର୍ଥନ କରି ଧାରଣାରେ ବସିଛନ୍ତି। ବିଜେପି ରାଜ୍ୟ ମୁଖପାତ୍ର ଧୀରେନ୍ ସେନାପତି, ରଘୁନାଥପଲ୍ଲୀ ବିଧାୟକ ପ୍ରାର୍ଥୀ ଦୁର୍ଗା ଚରଣ ତନ୍ତି, ବରିଷ୍ଠ ନେତା ମହେନ୍ଦ୍ର ମାଝୀ, ଗଙ୍ଗାଧର ଦାଶ, ଶଶାଙ୍କ ଜେନା, ଅଜୟ କଂସାରୀ, ଆଶା ନାଇଡୁ, ସରୋଜ ଦାସ, ଦିଲ୍ଲୀପ ପଟ୍ଟନାୟକ, ଅଶୋକ ଲେଙ୍କା, ମନୋରଞ୍ଜନ ମୁନି, ମନୋଜ ସେନାପତି, ସନ୍ତୋଷ ବିରାଟ, ଅମୃତ ଲାଲ ଓରାମ, ସନ୍ତୋଷ ତିର୍କୀ, ସୁରେନ୍ଦ୍ର ବେଉରୀ , ସୁନୀତା ମୋହିନୀ, , ରାଜେଶ ପ୍ରସାଦ, ସନ୍ଦୀପ ଅଗ୍ରୱାଲ, ବାବାଜୀ ସାହୁ, ଆଲୋକ ନାୟକ, ନମ୍ରତା ବାଗ, ରଞ୍ଜିତା କିସପଟା, ମମତା ମହାନ୍ତି, ସୁଶୀଳା ଶର୍ମା, ରାଜଶ୍ରୀ ମିଶ୍ର, ସବିତା ସିଂ, ଶିଲା ପାତ୍ର, ସୁଦାମ ସାହୁ, ପ୍ରେମ ଚାନ୍ଦ ପଶାୟତ, ସୂର୍ଯ୍ୟକାନ୍ତ ପ୍ରଧାନ, ମଞ୍ଜିତ ସିଂ, ବିନୋଦ ସିଂ, ଲକ୍ଷ୍ମୀ ଭୂମିଜଙ୍କ ସମେତ ଶତାଧିକ ଧାରଣାରେ ସାମିଲ ହୋଇ ଛନ୍ତି ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଯାତ୍ରୀବାହି ବସ ପଛପଟେ ଧକ୍କାଦେଲା ଓମିନି ଭ୍ୟାନ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

Sunil Chandra Nayak

ଗାଁ ସାଥି ସଂଘର ବୈଠକ  ବିଭିନ୍ନ ସମସ୍ୟା ଉପରେ ଆଲୋଚନା

Sunil Chandra Nayak

ଅନ୍ତର୍ଜାତୀୟ ଓଜୋନ ସ୍ତର ସୁରକ୍ଷା ଦିବସ ପାଳନ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା

masiha

Leave a Comment

error: Content is protected !!