ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଅଧିରାଜ ବିଜୟୀ

ଅଧିରାଜ ବିଜୟୀ

ପ୍ରତୀକ୍ଷାର ଅନ୍ତ ଘଟିଲା । ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ପ୍ରାର୍ଥୀ ଅଧିରାଜ ମୋହନ ପାଣିଗ୍ରାହୀ ବିଜୟୀ ହେବା ପରେ ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଲୋକଙ୍କ ଭିଡ ଜମିଛି। ବିଭିନ୍ନ ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା, ବିଜେଡ଼ି କର୍ମୀ, ଶୁଭେଚ୍ଛୁ ମାନେ ତାଙ୍କର ଏହି ବିଜୟ ପାଇଁ ଅଭିନନ୍ଦନ ଜଣାଇବା ସହ ତାଙ୍କରି ନେତୃତ୍ବରେ ଖଡ଼ିଆଳ ଏକ ଉନ୍ନତ ଅଞ୍ଚଳରେ ପରିଣତ ହୋଇ ପାରିବ ବୋଲି ଆଶା କରିଥିଲେ। ଶ୍ରୀଯୁକ୍ତ ପାଣିଗ୍ରାହୀ ଲୋକେ ତାଙ୍କୁ ଯେଉଁ ଆଶା ରଖି ନିର୍ବାଚିତ କରିଛନ୍ତି ସେହି ଆଶା କୁ ଭାଙ୍ଗିବାକୁ ଦେବେ ନାହିଁ ବୋଲି କହିଥିଲେ। ବିଜୟୀ ହେବା ନିଶ୍ଚିତ ହେବା ପରେ ସେ ବୟୋଜ୍ୟେଷ୍ଠ ମାନଙ୍କ ଆଶୀର୍ବାଦ ନେବା ସହ ଖଡ଼ିଆଳ ସ୍ଥିତ ମାଆ ସମଲେଶ୍ବରୀ ଓ ମାଆ ଠାକୁରାଣୀଙ୍କ ପୂଜା କରିଥିଲେ । ସୂଚନା ଥାଉକି ଅଧିରାଜ ପାଣିଗ୍ରାହୀ ୯୩୨୪୬ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ହିତେଶ କୁମାର ବଗର୍ତ୍ତୀ ୮୩୬୨୮ ଖଣ୍ଡ ଭୋଟ ପାଇ ପରାଜିତ ହୋଇଛନ୍ତି। ଶ୍ରୀ ପାଣିଗ୍ରାହୀ ୯୬୧୮ ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମୋଦି ସରକାର ଙ୍କ ଜନ ବିରୋଧି, ଶ୍ରମିକ, କୃଷକ ନୀତି ବିରୁଦ୍ଧରେ ୫ ଏପ୍ରିଲ ପାର୍ଲିଆମେଣ୍ଟ ଅଭିଯାନ କୁ ସଫଳ କରିବା ପାଇଁ ଆହ୍ୱାନ

Sunil Chandra Nayak

ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ହେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତୁଲେଶ୍ୱର ନାଏକ

masiha

ସାଧାରଣ ନିର୍ବାଚନ ଆଖି ଆଗରେ ରଖି ଓଡ଼ିଶାରେ ଜୋରଦାର ପ୍ରସ୍ତୁତି ହେଉଛି ଆପ୍

Sunil Chandra Nayak

Leave a Comment

error: Content is protected !!