ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଜି ବିଶ୍ବ ପରିବେଶ ଦିବସ, ସୁସ୍ଥ ସମାଜ ଗଠନ କରିବାକୁ ହେଲେ ଆମ ପରିବେଶକୁ ସ୍ବଚ୍ଛ ଏବଂ ନିର୍ମଳ ରଖିବାକୁ ପଡ଼ିବ

ଆଜି ବିଶ୍ବ ପରିବେଶ ଦିବସ, ସୁସ୍ଥ ସମାଜ ଗଠନ କରିବାକୁ ହେଲେ ଆମ ପରିବେଶକୁ ସ୍ବଚ୍ଛ ଏବଂ ନିର୍ମଳ ରଖିବାକୁ ପଡ଼ିବ

ସ୍ଥାନୀୟ ଫୋରେଷ୍ଟ ପାର୍କ ପରିସର ରେ ବନବିଭାଗ ଦ୍ୱାରା ବିଶ୍ୱ ପରିବେଶ ଦିବସ ପାଳିତ 

 ଜିଲ୍ଲାରେ ଆଜି ଏହି ବିଶ୍ଵ ପରିବେଶ ଦିବସ ଅବସରରେ ଜିଲ୍ଲା ବନଖଣ୍ଡ ତରଫରୁ ରାୟଗଡ ସ୍ଥିତ ଫରେଷ୍ଟ ପାର୍କରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାୟଗଡ ଜିଲ୍ଲା ବନ ଖଣ୍ଡିୟ ଅଧିକାରୀ ଆନ୍ନା ସାହେବ୍ ଉପସ୍ଥିତ ରହିବା ସହ ବିଭିନ୍ନ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ସହ ରାୟଗଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଏନ୍ ସି ସି କ୍ୟାଡିଟ ର ସଦସ୍ୟ ଉପସ୍ଥିତ ଥିଲେ ।

ଏହି ଅବସରରେ ରାୟଗଡ ଜିଲ୍ଲାର ପରିବେଶବିତ୍ ଭାବେ ପରିଚିତ ମୁନିଗୁଡା ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ଗୌରାଙ୍ଗ ପରିଡ଼ା ଅତିଥି ଭାବେ ଯୋଗଦେଇ ପରିବେଶର ସୁରକ୍ଷ ଉପରେ ଆଲୋକପାତ କରିବା ସହ ପ୍ରତ୍ୟେକ ବ୍ୟକ୍ତି ତଥା ଛାତ୍ର ଛାତ୍ରୀଙ୍କୁ ଗଛ ଲଗାଇବା ପାଇଁ ଉପଦେଶ ଦେଇଥିଲେ । କୁନି କୁନି ପିଲା ମାନଙ୍କ ହାତରେ ବୃକ୍ଷ ରୋପଣ କରି ସମାଜକୁ ଏକ ନୂତନ ବାର୍ତ୍ତା ଦେଇଥିଲା । 

ପ୍ରକୃତି ଓ ମଣିଷ ମଧ୍ୟରେ ଗଭୀର ସମ୍ପର୍କ ରହିଛି । କୁହାଯାଏ ପ୍ରକୃତି ବିନା ଜୀବନ ସମ୍ଭବ ନୁହେଁ । ନିଜର ସୁଖ, ସ୍ୱାଚ୍ଛନ୍ଦ୍ୟ ପାଇଁ ପ୍ରତିମୁହୂର୍ତ୍ତରେ ମଣିଷ ପ୍ରକୃତିକୁ ବଳି ପକାଇ ଚାଲିଛି। ପରିଣତି ସ୍ୱରୂପ ପ୍ରକୃତି ଏବେ ମଣିଷ ଉପରେ ଦାଉ ସାଧିବା ଆରମ୍ଭ କରିଛି। ତଥାପି ମଣିଷର ଚେତା ପଶୁନାହିଁ। ଏଭଳି ସ୍ଥିତିରେ ପ୍ରକୃତିର ସୁରକ୍ଷା ସହିତ ସାରା ଜୀବଜଗତ ପାଇଁ ଏକ ସୁସ୍ଥ ପରିବେଶ ବଜାୟ ରଖିବାକୁ ପ୍ରତିବର୍ଷ ଜୁନ୍‌ ୫ତାରିଖକୁ ବିଶ୍ୱ ପରିବେଶ ଦିବସ ଭାବେ ପାଳନ କରାଯାଉଛି।

ବିଶ୍ୱ ସ୍ତରରେ ପରିବେଶ ପ୍ରତି ରାଜନୈତିକ ତଥା ସାମାଜିକ ଜାଗରଣ ସୃଷ୍ଟି କରିବା ନିମନ୍ତେ ବିଶ୍ୱ ପରିବେଶ ଦିବସ ପାଳନ କରିବା ପାଇଁ ମିଳିତ ଜାତିସଂଘ ୧୯୭୨ ମସିହାରେ ଘୋଷଣା କରିଥିଲା। ମିଳିତ ଜାତିସଂଘର ସାଧାରଣ ସଭା ଦ୍ୱାରା ୧୯୭୨ ମସିହା ଜୁନ୍ ୫ ତାରିଖରୁ ଜୁନ୍ ୧୬ ଯାଏଁ ଆୟୋଜିତ ବିଶ୍ୱ ପରିବେଶ ସମ୍ମିଳନୀରେ ଆଲୋଚନା ପରେ ଏହା ଘୋଷଣା କରାଯାଇ ଥିଲା। ୧୯୭୪ ମସିହା ଜୁନ୍ ୫ ତାରିଖରେ ପ୍ରଥମ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଥିଲା। ପରିବେଶ ପ୍ରତି ସଚେତନତା ସୃଷ୍ଟି କରିବା ଓ ପରିବେଶ ସୁସ୍ଥ ରହିଲେ ହିଁ କିପରି ଏ ଜୀବଜଗତ ତିଷ୍ଠି ରହିବ ସେଥିପ୍ରତି ଲୋକଙ୍କୁ ସଚେତନ କରାଇବା ଆଶାରେ ଏହି ଦିବସଟିକୁ ବିଶ୍ବ ପରିବେଶ ଦିବସ ରୂପେ ପ୍ରତିବର୍ଷ ପାଳନ କରାଯାଏ। 

ମଣିଷ ନିଜର ଉନ୍ନତି କରୁକରୁ ନିଜ ଅଜାଣତରେ ପରିବେଶ ପ୍ରତି ଅନେକ ଅନ୍ୟାୟ କରିଛି। ଗଛ କାଟିବା, କଳକାରଖାନାରୁ ନିର୍ଗତ ଧୂଆଁ ଓ ଯାନବାହନର ପ୍ରବଳ ବ୍ୟବହାର ଯୋଗୁଁ ପରିବେଶ ପ୍ରଦୂଷଣ ବହୁମାତ୍ରାରେ ବଢ଼ିଛି। ପ୍ଲାଷ୍ଟିକର ବହୁଳ ବ୍ୟବହାର ହିଁ ପରିବେଶ ପ୍ରଦୂଷଣ ଅନ୍ୟ ଏକ କାରଣ ହୋଇ ଛିଡ଼ାହୋଇଛି। ମୁଖ୍ୟତଃ ଜୀବନ ବଞ୍ଚିବାକୁ ହେଲେ ନିର୍ମଳ ବାୟୁ,ସ୍ବଚ୍ଛ ଜଳ ଏବଂ ବୃକ୍ଷର ଆବଶ୍ୟକତା ନିହାତି ଜରୁରୀ। ମଣିଷ ଯଦି ନିଜ ପରିବେଶକୁ ପରିଷ୍କାର ଓ ପରିଚ୍ଛନ୍ନ ରଖିବାକୁ ଯଥାସାଧ୍ୟ ପ୍ରଯତ୍ନ କରେ, ତେବେ ପ୍ରକୃତିରାଣୀ ହସିଉଠିବ। ଅନ୍ୟଥା ଏହା ମଣିଷର ପ୍ରତିଟି ପରିବେଶ ପ୍ରତିକୂଳ ପଦକ୍ଷେପର ହିସାବ ନେବ ଏବଂ ପ୍ରତିକ୍ରିୟା ପ୍ରକାଶ କରିବ। ଏ ପ୍ରତିକ୍ରିୟା ସାମାନ୍ୟ ନୁହେଁ, ବରଂ ଅତ୍ୟନ୍ତ ଭୟଙ୍କର ହେବ, ଯାହା ଜଳବାୟୁ ପରିବର୍ତ୍ତନକୁ ଅସ୍ୱାଭାବିକତା ଭାବେ ବିକୃତ କରିପକାଇବ । ପରିଶେଷରେ ଏହା ବନ୍ୟା, ବାତ୍ୟା, ଭୂମିକମ୍ପ, ମରୁଡ଼ି, ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଭଳି ମାନବ ବିଧ୍ୱଂସକାରୀ ଘଟଣାକୁ ବହୁଗୁଣିତ କରିଦେବ।  ବିଶ୍ୱ ପରିବେଶ ଦିବସରେ ଆମେ ଏ ଦିଗଗୁଡ଼ିକୁ ଆଉଥରେ ବିଚାର କରି ପ୍ରକୃତି ଓ ପରିବେଶ ସୁରକ୍ଷିତ ରଖିବା ପାଇଁ ବଦ୍ଧପରିକର ହେବା ଏହି କାର୍ଯ୍ୟକ୍ରମରେ ରାୟଗଡ ଏସିଏଫ ସନ୍ଦୀପ ପୃଷ୍ଟି, ଅଶୋକ ପ୍ରଧାନ, ଡେପୁଟି ରେଞ୍ଜର କାମେଶ୍ୱର ଆଚାରି, ବନପାଳ ଗୌରୀ ଶଙ୍କର ସାହୁ, ଫରେଷ୍ଟ ଗାର୍ଡ ଲାବଣ୍ୟ ମାଝୀ , ପ୍ରଦୀପ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲାରେ ଡେଙ୍ଗୁ, ଡାଇରିଆ ଓ ମେଲେରିଆ ନିରlକରଣ ପ୍ରସ୍ତୁତି ଉପରେ ଜିଲ୍ଲାପାଳଙ୍କ ସମୀକ୍ଷା 

masiha

ଇସ୍ପାତ୍ ସାହିତ୍ୟ ସଂସଦ ଆନୁକୁଲ୍ୟରେ ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ସାହିତ୍ୟ ଆସର 

masiha

ମା ଠାକୁରାଣୀ ଙ୍କ କଳସୀ ଯାତ୍ରା ଶୁଭାରମ୍ଭ 

masiha

Leave a Comment

error: Content is protected !!