ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରିକ୍ରମା ତରଫରୁ ମେଧା ସମ୍ବର୍ଦ୍ଧନା ସମାରୋହ

:ପରିକ୍ରମା ତରଫରୁ ମେଧା ସମ୍ବର୍ଦ୍ଧନା ସମାରୋହ 

 ମୟୂରଭଞ୍ଜ ୮|୦୬- ( ମସିହା) ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ପରିକ୍ରମା ଟ୍ରଷ୍ଟ ତରଫରୁ ସ୍ଥାନୀୟ ପି.ସି.ଏମ୍.କଲ୍ଯାଣ ମଣ୍ଡପ ଠାରେ “ମେଧା ସମ୍ବର୍ଦ୍ଧନା” ସମାରୋହ ଅନୁଷ୍ଠିତ ହୋଇଯାଇଛି ।ବରିଷ୍ଠ ସାମ୍ବାଦିକ ତଥା ପରିକ୍ରମାର ମୁଖ୍ଯ କାର୍ଯ୍ୟ ନିର୍ବାହୀ ମନୋଜ ଦାସ ଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁରର ନବ ନିର୍ବାଚିତ ବିଧାୟକ ଜଲେନ ନାଏକ ,ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ପ୍ରଶାନ୍ତ କୁମାର ବାରିକ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସାନ଼ମଉଦାର ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ବେହେରା , ବାଦାମ ପାହାଡ଼ ରେଞ୍ଜ ଅଧିକାରୀ ରମାକାନ୍ତ ମାଝୀ ପ୍ରମୁଖ ଯୋଗଦେଇ ଥିଲେ । ପରିକ୍ରମା ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଶ୍ରୀଯୁକ୍ତ ଦାସଙ୍କ ସ୍ବାଗତ ଭାଷଣ ପ୍ରଦାନ ପରେ ପରିକ୍ରମା ର ସଂଯୋଜକ ରଞ୍ଜନ କୁମାର ନନ୍ଦ ପରିକ୍ରମାର ଆଭିମୁଖ୍ଯ ଉପସ୍ଥାପନ କରିବାସହ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।ସମସ୍ତ ଅତିଥି ମାନେ ପ୍ରେରଣାଦାୟୀ ବକ୍ତବ୍ଯ ମାଧ୍ୟମରେ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ ।ଚଳିତ ବର୍ଷ ମ୍ଯାଟ୍ରିକ ପରୀକ୍ଷାରେ ଵାମନଘାଟୀରେ ସିଵିଏସ୍ ସି,ଏଚ୍. ଏ ସ୍ .ସି .ଇ,ଆଇ.ସି.ଏସ୍.ଇରେ ୯୦ ଶତକଡ଼ା ରୁ ଉର୍ଦ୍ଧ୍ବ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇ ଥିବା ୩୧ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଏହି ଅବସରରେ ପ୍ରାଧ୍ୟାପକ ପ୍ରଶାନ୍ତ କୁମାର ବାରିକଙ୍କ ଦ୍ୱାରା ରଚିତ ଶ୍ରୀମଦ୍ ଭଗବଦ୍ ଗୀତା – ଓଡ଼ିଆ ପଦ୍ୟାନୁବାଦ ପୁସ୍ତକର ଶୁଭ ଉନ୍ମୋଚନ ମଧ୍ୟ ହୋଇଥିଲା। ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ କେନ୍ଦ୍ରୀୟବିଦ୍ୟାଳୟ,ମହୁଲଡିହା-ରାଇରଙ୍ଗପୁର,ଓଡିଶା ଆଦର୍ଶବିଦ୍ୟାଳୟ-ସାନମଉଦା(ରାଇରଙ୍ଗପୁର), ଝାଡଗାଁ(ଵହଳଦା),ଵଡଡାଳିମା(ତିରିଙ୍ଗ), ସଞ୍ଜୟଦାନପୋଷୀ (କୁସୁମୀ),ଛାତ୍ର ଛାତ୍ରୀଙ୍କ ସହିତ ରାଇରଙ୍ଗପୁରର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର,ଲିଟିଲ୍ ଫ୍ଲାୱାର୍ ସ୍କୁଲ , କେରଳା ପବ୍ଲିକ୍ ସ୍କୁଲ୍, କାଣାପାଟ ସରକାରୀ ଉଚ୍ଚ ବିଦ୍ୟାଳୟ-ଜୁଡିଆର ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ସମ୍ବର୍ଦ୍ଧନାରେ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶଂସା ପତ୍ର , ସ୍ମୃତି ଫଳକ ସହ ବନବିଭାଗ ପକ୍ଷରୁ ଯୋଗାଇ ଦିଆଯାଇଥିବା ବିଭିନ୍ନ ପ୍ରଜାତିର ଚାରାଗଛ ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବହୁ ମେଧାବୀ ଛାତ୍ରଛାତ୍ରୀଙ୍କ ସହ ଅଭିଭାବକ, ଅଭିଭାବିକା ଏବଂ ଶିକ୍ଷାପ୍ରେମୀ ଗଣ ଉପସ୍ଥିତ ଥିଲେ । ।କାର୍ଯ୍ୟକ୍ରମ ଶେଷରେ ପରିକ୍ରମାର ବରିଷ୍ଠ ସଦସ୍ୟ ଅଧ୍ଯାପକ ବିଜୟ ରାମ୍ ସମସ୍ତଙ୍କୁ ଧନ୍ଯବାଦ୍ ଅର୍ପଣ କରିଥିଲେ ।ଉକ୍ତ ମେଧା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପରିଚାଳନାରେ ପରିକ୍ରମାର ବରିଷ୍ଠ ସଦସ୍ୟ ଶିକ୍ଷାବିତ୍ ଦିଲ୍ଲୀପ ମହାନ୍ତି , ସାହିତ୍ୟିକ ତିମିର ରଞ୍ଜନ ପଣ୍ଡା, ଡଃ ଦିଗମ୍ବର ଗିରି, ଅଧ୍ୟାପକ ମାନସ ରଞ୍ଜନ ପରିଡ଼ା ଏବଂ ଦୁଷ୍ମନ୍ତ କୁମାର ଦାସ , ଠେଙ୍ଗୁ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ରାଜ୍ୟ ରେ ୧ମ ଥର ପାଇଁ ଏକାଦଶାହ କାର୍ଯ୍ୟ ରେ ହେଲା ଆମ୍ବ ଚାରା ବଣ୍ଟନ 

Sunil Chandra Nayak

ସହିଦ ଲକ୍ଷ୍ମଣ ନାୟକଙ୍କ ବଳିଦାନ ଦିବସ ଏବଂ ଜୟ ତେନ୍ତୁଳିଖୁଣ୍ଟି ମାନବ ସେବା ଗ୍ରୁପର ତୃତୀୟ ସ୍ୱନକ୍ଷତ୍ର ଦିବସ

Sunil Chandra Nayak

ଇଫୁନା ଓ ଉଫୁନା ପକ୍ଷରୁ ଓଡ଼ିଶା ଦିବସ -୨୦୨୫ ପାଳିତ 

masiha

Leave a Comment

error: Content is protected !!