ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୀତି କବିତା ସାହିତ୍ୟ ଜଗତର ମୂଳାଧାର  ଇସ୍ପାତ୍ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଗୀତି କବିତା ଆସର 

ଗୀତି କବିତା ସାହିତ୍ୟ ଜଗତର ମୂଳାଧାର 

ଇସ୍ପାତ୍ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଗୀତି କବିତା ଆସର 

ରାଉରକେଲା: ରାଉରକେଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଗୀତି କବିତା ଆସର ଓ ଆଲୋଚନା ସଭା ସଂସଦର ସଭାପତି ବ୍ରଜେନ୍ଦ୍ର ଦାଶଙ୍କ ପୌରୋହିତ୍ୱ ଓ ସାଧାରଣ ସମ୍ପାଦକ ନୃସିଂହ ଚରଣ ବିଶ୍ବାଳଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ସର୍ବପ୍ରଥମେ ପରଲୋକଗତ ସାହିତ୍ୟିକ ତଥା ପ୍ରାକ୍ତନ ଅଧ୍ୟକ୍ଷ ଡ. ପତିତପାବନ ମଣ୍ଡଳଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମଧୁସୂଦନ ପାଠାଗାରର ସାଧାରଣ ସମ୍ପାଦକ ବିଜୟ କୁମାର ବରାଳ ମୁଖ୍ୟ ଅତିଥି ତଥା ଉତ୍କଳ ଗୀତିକବି ସମାଜର ସଭାପତି ଶିକ୍ଷାବିତ୍ ତାରିଣୀ ଚରଣ ସାହୁ ମୁଖ୍ୟବକ୍ତା ଭାବେ ଯୋଗଦାନ କରି ଗୀତି କବିତା କିପରି ସମାଜରେ ଆଦୃତି ଲାଭକରି ସାହିତ୍ୟ, ସଂସ୍କୃତି ତଥା ସାଧାରଣ ଜୀବନଧାରାକୁ ମହିମା ମଣ୍ଡିତ କରିଛି ସେ ବାବଦରେ ଆଲୋଚନା କରି ଗୀତ ହିଁ କବିତାର ମୂଳାଧାର ବୋଲି ମତପୋଷଣ କରିଥଲେ। କାର୍ଯ୍ୟକାରୀ ସଭାପତି ମନୋଜ କୁମାର ନନ୍ଦ ଅତିଥି ପରିଚୟ ପ୍ରଦାନ ପୂର୍ବକ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ। ଦ୍ଵିତୀୟ ପର୍ଯ୍ୟାୟରେ ଉପସଭାପତି ରଶ୍ମିବାଳା ରାଉତରାୟଙ୍କ ସଭାପତିତ୍ବ କବୀ ଗୀତାରାଣୀ ବେହେରା ଏବଂ ସୁଶାନ୍ତ ନାୟକଙ୍କ ସଂଯୋଜନାରେ ଗୀତିକବିତା ଆସର ଅନୁଷ୍ଠିତ ହୋଇଥିଲା। ଏଥିରେ ଶ୍ବେତ କୁମାର ବେହେରା, ଉପେନ୍ଦ୍ର ବସ୍ତିଆ,ସତ୍ୟବ୍ରତ ଦାସ, ରବୀନ୍ଦ୍ର ନାଥ ମହାନ୍ତି, ଉର୍ବଶୀ ଦାସ, ଅଜୟ କୁମାର ମହାନ୍ତି, ତାରିଣୀ ଚରଣ ସାହୁ, ସାଗର ମହାନ୍ତି, ପ୍ରତାପ କୁମାର ପଣ୍ଡା, ରଘୁବର ଧଳ, ପ୍ରକାଶ ଚନ୍ଦ୍ର ସେଠୀ, ଗୌତମ ଦାସ, ରଶ୍ମୀ ସାହୁ, ସୁମିତ୍ରା ମିଶ୍ର, ପୁଷ୍ପାରାଣୀ ପଟେଲ,ରଶ୍ମିବାଳା ରାଉତରାୟ, ସୁଶାନ୍ତ ନାୟକ, ନୃସିଂହ ଚରଣ ବିଶ୍ଵାଳ, ବଳରାମ ଦାସ, ବିଭୁ ପ୍ରସାଦ ନାୟକ, ରଙ୍କନିଧି ସେଠୀ ପ୍ରମୁଖ କବି ସ୍ବରଚିତ ଗୀତିକବିତା ପାଠ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅକ୍ଷୟ ସାମଲ, କାଶୀନାଥ ନନ୍ଦୀ, କାଶୀନାଥ ପାତ୍ର, ଅଶୋକ କୁମାର ପଟ୍ଟନାୟକ, ଦିବାକର ଦାସ, ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ ବହୁ କବି ଓ ଲେଖକ ଏଥିରେ ଯୋଗଦାନ କରିଥିଲେ। ଶେଷରେ କୋଷାଧ୍ୟକ୍ଷ ଉପେନ୍ଦ୍ର ବସ୍ତିଆ ଧନ୍ୟବାଦ୍ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଉତ୍କଳ ଆଲୁମିନାରେ ପୁଷ୍ପ ପ୍ରଦର୍ଶନୀ

masiha

ନିଲାମ ପ୍ରକ୍ରିୟା ପାଇଁ ବୈଠକ ଅନୁଷ୍ଠିତ 

masiha

ନୂତନ ସଂସ୍କୃତି ଅଧିକାରୀଙ୍କୁ ସ୍ବାଗତ ଜଣାଇଲା ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ମହାସଂଘ

masiha

Leave a Comment

error: Content is protected !!