ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରମିକନେତା ବନମାଳୀ ଧୁପାଳଙ୍କ ସ୍ମୃତିରେ ନିଃଶୁଳ୍କ ସ୍ବାସ୍ଥ୍ୟ ସେବା ଶିବିର 

ଶ୍ରମିକନେତା ବନମାଳୀ ଧୁପାଳଙ୍କ ସ୍ମୃତିରେ ନିଃଶୁଳ୍କ ସ୍ବାସ୍ଥ୍ୟ ସେବା ଶିବିର 

ରାଉରକେଲା: ସୁନ୍ଦରଗଡ ଜିଲ୍ଲାର ବିଶିଷ୍ଟ ଶ୍ରମିକନେତା, ସମାଜସେବୀ ତଥା ସୁଖଦୁଃଖର ସାଥୀ କମ୍ରେଡ ବନମାଳୀ ଧୁପାଳଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ନିଃଶୁଳ୍କ ମେଗା ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ସାଥୀ ବନମାଳୀ ଧୁପାଳ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କୁଆଁରମୁଣ୍ଡା ବ୍ଲକ୍ ପଦ୍ମପୁର ୟୁଜି ହାଇସ୍କୁଲ ପରିସରରେ ଆୟୋଜିତ ଏହି ଶିବିରରେ ବହୁ ସଂଖ୍ୟାରେ ଅଞ୍ଚଳବାସୀ ଯୋଗଦେଇ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଏହି ଶିବିରରେ ଆପୋଲୋ ହସ୍ପିଟାଲର ସ୍ନାୟୁ ବିଶେଷଜ୍ଞ ଡାକ୍ତର ଦୀପ୍ତିରଞ୍ଜନ ତ୍ରିପାଠୀ, ହୃଦରୋଗ ବିଶେଷଜ୍ଞ ଡାକ୍ତର ମିଲନ କୁମାର ଶତପଥୀ, ମେଡିକାଲ ଅଫିସର ଡାକ୍ତର ରାକେଶ କୁମାର ଖଟୁଆ, ଡାକ୍ତର ମାନସ କୁମାର ଝା ପ୍ରମୁଖ ଯୋଗଦେଇ ଜନସାଧାରଣଙ୍କ ଚିକିତ୍ସା କରିଥିଲେ। ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ସଞ୍ଜୟ ସାମଲ ପରିଚାଳନା କରିଥିଲାବେଳେ ପ୍ରଧାନ ଶିକ୍ଷୟିତ୍ରୀ ଗୀତା ଲାକ୍ରା, ବରିଷ୍ଠ ନାଗରିକ ପଞ୍ଚାନନ ଶାହା ଓ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଲକ୍ଷ୍ମୀନାରାୟଣ ରାଓ, ଦୈତାରି ସାହୁ, ସଞ୍ଜୀବ ସାମଲ, ହେମନ୍ତ ଦାଶ, ସୁଶାନ୍ତ ସାହୁ,ସୁଇଟି, ଜୟପ୍ରକାଶ ରାମ, ସତ୍ୟବ୍ରତ ଦାସ ପ୍ରମୁଖ ସହାୟତା କରିଥିଲେ। ଅଞ୍ଚଳର ଶତାଧିକ ଗରିବ ଆଦିବାସୀ ଏହି ଶିବିରରେ ଯୋଗଦେଇ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ । ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ ଜିଲ୍ଲାର ଏହି ଅଞ୍ଚଳରେ ଗରିବ ଆଦିବାସୀଙ୍କୁ ସାଥୀ ବନମାଳୀ ଧୁପାଳ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ହାତପାହାନ୍ତା ରେ ସ୍ବାସ୍ଥ୍ୟସେବା ଯୋଗାଇଦେଇ ଥିବାରୁ କୁଆଁରମୁଣ୍ଡା ପଞ୍ଚାୟତ ସମିତି ସଭ୍ୟ ଖଗେଶ୍ବର ଅମାତ ଆୟୋଜିକା ତଥା ସ୍ବର୍ଗତ ଧୁପାଳ ଙ୍କ ଝିଅ ଡା ମଧୁସ୍ମିତା ଧୁପାଳ ଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।

    ସେହିପରି ଟ୍ରଷ୍ଟ ପକ୍ଷରୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇ ୪୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଏହାକୁ ଡାକ୍ତରଖାନା ସ୍ଥିତ ବ୍ଲଡବ୍ୟାଙ୍କ କୁ ପ୍ରଦାନ କରାଯାଇଥିଲା। ସୂଚନାଯୋଗ୍ୟ ଯେ ସ୍ବର୍ଗତ ଧୁମାଳ ଜଣେ ଟ୍ରେଡ ୟୁନିଅନର, ମାର୍କ୍ସବାଦୀ, ସାମାଜିକ କର୍ମୀ,ସମାଜ ସଂସ୍କାରକ ଥିଲେ। ଡାକ୍ତରୀ ଅଧ୍ୟୟନ ଓ ଅଙ୍ଗ ପ୍ରତିରୋପଣ ପାଇଁ ସେ ଅଙ୍ଗଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଥିଲେ। ଉଭୟ କାର୍ଯ୍ୟକ୍ରମର ସଫଳତା ପରେ ଟ୍ରଷ୍ଟ ର ପ୍ରତିଷ୍ଠାତା ଡା ମଧୁସ୍ମିତା ଧୁପାଳ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କଣ୍ଟାବାଞ୍ଜି ରେ ଏସ.ୟୁ.ଜେ ପକ୍ଷରୁ    ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ପାଳିତ

masiha

କାମାକ୍ଷାନଗର ରେ ୧୭ ଓ ୧୮ନମ୍ବର ବି. ଏଲ. ଓ ଙ୍କ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ 

Sunil Chandra Nayak

ଡାବୁଗାଁ ରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳିତ

Sunil Chandra Nayak

Leave a Comment

error: Content is protected !!