ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଅଧ୍ୟକ୍ଷ୍ୟାପଦ ଛାଡିଲେ ନବ ନିର୍ବାଚିତ ବିଧୟିକା 

ଅଧ୍ୟକ୍ଷ୍ୟାପଦ ଛାଡିଲେ ନବ ନିର୍ବାଚିତ ବିଧୟିକା 

ନର୍ଲା/ ମସିହା/11/06/24 // ସୋମବାର ନର୍ଲା ନିର୍ବାଚନ ମଣ୍ଡଳୀର ନୂତନ ବିଧାୟିକା ଭାବରେ ନିର୍ବାଚିତ ହେବା ପରେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷା ଓ କର୍ମେ ଗାଁ ପଞ୍ଚାୟତର ସମିତି ସଭ୍ୟା ପଦରୁ ଅବ୍ୟାହତି ନେଇଛନ୍ତି। ସେ ତାଙ୍କର ଇସ୍ତଫା ପତ୍ର ନର୍ଲା ବିଡିଓ ରିପୁନାଥ ସୁନାଙ୍କୁ ପ୍ରଦାନ କରିଛନ୍ତି। ଏହି ଅବସରରେ ନର୍ଲା ସରପଂଚ ସଂଘ ପକ୍ଷରୁ ଏକ ଭବ୍ୟ ସମ୍ବର୍ଦ୍ଧନା ସମାରୋହରେ ଶ୍ରୀମତୀ ମହାନ୍ତିଙ୍କୁ ତାଙ୍କର ବିଜୟ ପାଇଁ ସଂଘ ପକ୍ଷରୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉଜ୍ବଳ ଭବିଷ୍ୟତ କାମନା କରାଯାଇଛି। ଶ୍ରୀମତୀ ମହାନ୍ତି ତାଙ୍କର ଅଭିଭାଷଣରେ ବ୍ଲକ ଅଧ୍ୟକ୍ଷା ଭାବରେ ଦୀର୍ଘ ବର୍ଷ ତାଙ୍କୁ ସୁଯୋଗ ଦେଇଥିବାରୁ ନର୍ଲା ଅଞ୍ଚଳବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବର୍ତମାନ ତାଙ୍କୁ ନର୍ଲା ନିର୍ବାଚନ ମଣ୍ଡଳୀର ବିଧାୟିକା ଭାବରେ ନିର୍ବାଚିତ କରି ତାଙ୍କ କାର୍ଯ୍ୟକ୍ଷେତ୍ରର ପରିସୀମା ନର୍ଲା ନିର୍ବାଚନ ମଣ୍ଡଳୀ ବାସୀ ବୃଦ୍ଧି କରିଛନ୍ତି। ଏହା ତାଙ୍କ ପାଇଁ ଗୁରୁ ଦାୟିତ୍ଵ ବହନ କରୁଛି। ଏହି ଦାୟିତ୍ଵ ତୁଲାଇବା ପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିବା ସହ ତାଙ୍କୁ ନୂତନ ଦାୟିତ୍ଵ ପ୍ରଦାନ କରିଥିବାରୁ ବିଜୁ ଜନତା ଦଳର ମୁଖ୍ୟ ନବୀନ ପଟ୍ଟନାୟକ ତଥା ନର୍ଲା ନିର୍ବାଚନ ମଣ୍ଡଳୀର ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। କାର୍ଯ୍ୟକ୍ରମରେ ଶ୍ରୀମତୀ ମହାନ୍ତିଙ୍କୁ ତାଙ୍କର ନୂତନ ଦାୟିତ୍ଵ ପାଇଁ ବିଡିଓ ରିପୁନାଥ ସୁନାଙ୍କ ସମେତ ବ୍ଲକର ସମସ୍ତ କର୍ମଚାରୀ, ନର୍ଲା ପ୍ରେସ କ୍ଲବର ସଦସ୍ୟ ତଥା ସମସ୍ତ ସରପଂଚ, ସମିତି ସଭ୍ୟ ଓ ବୁଦ୍ଧିଜୀବୀ ଶୁଭେଚ୍ଛା ଜଣାଇଥିଲେ। କାର୍ଯ୍ୟକ୍ରମରେ ରାଜ୍ୟ ସରପଞ୍ଚ ସଂଘ ସଭାପତି ରୋମାଞ୍ଚ ସାହୁ, ନର୍ଲା ବ୍ଲକ ସରପଞ୍ଚ ସଂଘ ସଭାପତି ଅନନ୍ତ ରାମ ମାଝୀ, ଘଣ୍ଟମାଲ ସରପଞ୍ଚ ଦେବେନ୍ଦ୍ର ସା,ବାଗପୁର ସରପଂଚ ଗୋପାଳକୃଷ୍ଣ ହାତୀ, ସକାଳ ପ୍ରତିନିଧି ସୁଶାନ୍ତ ଚାନ୍ଦ, ସାମ୍ବାଦିକ ଅଭିରାମ ନନ୍ଦ, ନିଳକଣ୍ଠ ବେହେରା ପ୍ରମୁଖ ଉପସ୍ଥିତ ରହି ଶ୍ରୀମତୀ ମହାନ୍ତିଙ୍କୁ ତାଙ୍କର ଉତ୍ତର ଦାୟିତ୍ଵ ପାଇଁ ଶୁଭେଚ୍ଛା ଜଣାଇଥିଲେ।

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ବିଜେପି ପକ୍ଷରୁ ବ୍ଳକ କାର୍ଯ୍ଯାଳୟ ଘେରାଓ ଓ ବିଡିଓଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

ଲାଞ୍ଜିଗଡ ବ୍ଲକରେ ବିଜେଡିର ନିର୍ବାଚନୀ ସଭା, ଦଳକୁ ବିଜୟୀ କରିବାକୁ ଆହ୍ୱାନ ଦେଲେ ସାଂସଦ ଓ ବିଧାୟକ ପ୍ରାର୍ଥୀ

masiha

କଳଙ୍କ ବିହିନ ଅଂଶୁମାନଙ୍କ ଚରିତ୍ର ସମ୍ପର୍କରେ ସୋସିଆଲ ମିଡିଆରେ ମିଛ ଟିପଣୀ ଦେଵାରୁ ବିଧାୟକଙ୍କ କୁଶପୁତ୍ତଳିକା ଦାହ

masiha

Leave a Comment

error: Content is protected !!