ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଆ ଅସ୍ମିତାର ପ୍ରତୀକ “ବନ୍ଦେ ଉତ୍କଳ ଜନନୀ” ଗାନରେ ମୁଖରିତ ହେଉ ଜନତା ମଇଦାନ

ଓଡ଼ିଆ ଅସ୍ମିତାର ପ୍ରତୀକ “ବନ୍ଦେ ଉତ୍କଳ ଜନନୀ” ଗାନରେ ମୁଖରିତ ହେଉ ଜନତା ମଇଦାନ

ରାଉରକେଲା : ଭାରତୀୟ ଜନତା ପାର୍ଟି ନେତୃତ୍ୱରେ ଓଡ଼ିଶାରେ ନୂଆ ସରକାର ଗଠନ ହେବାକୁ ଯାଉଛି | ଜନତା ମୈଦାନରେ ଅନୁଷ୍ଠିତ ହେବାକୁ ଥିବା ଶପଥ ପାଠ ମଞ୍ଚରେ ଓଡ଼ିଆ ଅସ୍ମିତାର ପ୍ରତୀକ “ବନ୍ଦେ ଉତ୍କଳ ଜନନୀ” ଗାନ ଓଡ଼ିଆ ଭାଷା ଓ ଅସ୍ମିତା ପ୍ରତି ଯଥୋଚିତ ସମ୍ମାନ ସହ ଉତ୍କଳ ଜନନୀ ପ୍ରତି ମହାନ୍ ଅର୍ଘ୍ୟ ଅର୍ପଣ ହେବ ବୋଲି ଭାଷା ଆନ୍ଦୋଳନର ଭାଷା ଯୋଦ୍ଧା ମାନେ ନିବେଦନ କରିଛନ୍ତି | ଭାଷା ଆନ୍ଦୋଳନ ,ଓଡ଼ିଶାର ଆବାହକ ପବିତ୍ର ମହାରଥା, ଗଞ୍ଜାମ ଜିଲ୍ଲାର ଭାଷା ଯୋଦ୍ଧା ବ୍ରହ୍ମପୁର ଭାଷା ଆନ୍ଦୋଳନ ସଭାପତି ଡାକ୍ତର ସାଗର ରଞ୍ଜନ ତ୍ରିପାଠୀ, ବରିଷ୍ଠ ସ୍ତମ୍ଭକାର ଆଲୋଚକ ଜାନକୀଶ ବଡପଣ୍ଡା, ଭାଷା ଆନ୍ଦୋଳନର ସଭାପତି ପ୍ରଦ୍ୟୁମ୍ନ ଶତପଥୀ,ଅଧକ୍ଷ ଚକ୍ରଧର ମହନ୍ତ ,ନବ କିଶୋର ପ୍ରଧାନ, ଉପ ସଭାପତି , ସାଗର ଶତପଥୀ, ଉପ ସଭାପତି, ଗିରିଜା ଶଙ୍କର ଶର୍ମା ଅଧକ୍ଷ (ସମ୍ବଲପୁର) , ବଂଶୀଧର କର ସଭାପତି (ସମ୍ବଲପୁର) ଆର୍ତ୍ତତ୍ରାଣ ମହାପାତ୍ର, ସଭାପତି (ରାଉରକେଲା), କୁଞ୍ଜ ବିହାରୀ ରାଉତ, ଉପ ସଭାପତି , (ରାଉରକେଲା), ଡମ୍ବୁର ଧର ହରଣସିଂହ,ଉପ ସଭାପତି, ସାରଦା ପ୍ରସାଦ ମହାପାତ୍ର , ଉପ ସଭାପତି ପ୍ରମୁଖ ସମେତ ଓଡ଼ିଶାର କୋଣ ଅନୁକୋଣରେ ରହୁଥିବା ଭାଷାଯୋଦ୍ଧାଗଣ ନୂତନ ସରକାରଙ୍କ ନିକଟରେ ପ୍ରସ୍ତାବ ରଖିଛନ୍ତି। ଏହା କରାଗଲେ, ରାଷ୍ଟ୍ରୀୟ ସ୍ତରର ଭାଜପାନେତା ଓ ନିମନ୍ତ୍ରିତ ଅତିଥିଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ମୁଖରେ ଓଡ଼ିଆ ଅସ୍ମିତାର ପ୍ରତିଫଳନ ଦେଖିବାକୁ ମିଳିବ ବୋଲି ପ୍ରକାଶ କରିଛନ୍ତି।ଆଜି ଭାଷା ଆନ୍ଦୋଳନ, ଓଡିଶା ପକ୍ଷରୁ ନୂତନ ସରକାରଙ୍କୁ ଅଭିନନ୍ଦନ ଜଣାଇବା ସହ, ଶପଥପାଠ ଉତ୍ସବରେ “ବନ୍ଦେ ଉତ୍କଳ ଜନନୀ” ଗାନ ନିମନ୍ତେ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟରେ ପ୍ରସ୍ତାବ ରଖିଛନ୍ତି । ଉକ୍ତ ଚିଠିକୁ ଭାଷା ଆନ୍ଦୋଳନ ,ଓଡ଼ିଶାର ଉପସଭାପତି ନବ କିଶୋର ପ୍ରଧାନ ବରିଷ୍ଠ ପ୍ରବକ୍ତା ସଜ୍ଜନ ଶର୍ମାଙ୍କୁ ପ୍ରଦାନ କରି ଆଲୋଚନା କରିଛନ୍ତି ତାଙ୍କ ସହିତ ଆବାହକ ପବିତ୍ର ମହାରଥା ମଧ୍ୟ ଉପସ୍ଥିତ ଥିଲେ |

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଶ୍ରୀ ଅରବିନ୍ଦଙ୍କ ସାବିତ୍ରୀ ମହାକାବ୍ୟ ମାନବ ଜାତିର ଅତୀତ , ବର୍ତ୍ତମାନ ଓ ଭବିଷ୍ୟତର ବାର୍ତ୍ତା ବହନ କରେ ମାତୃଶକ୍ତି ଓ ଶ୍ରୀ ଅରବିନ୍ଦ ମହିଳା ପାଠଚକ୍ରର ୫୩ତମ ବାର୍ଷିକ ଉତ୍ସବ ପାଳନ

masiha

ବ୍ଲକ ସ୍ତରୀୟ ଲୋକ ମହୋତ୍ସବ ମଣ୍ଡେଇ ପାଳନ ନେଇ ପ୍ରସ୍ତୁତି ବୈଠକ

Sunil Chandra Nayak

ବର୍ଜ୍ୟ ପଲିଥିନ୍‌ରୁ ପେଭର ବ୍ଲକ୍ : ଛାତ୍ରଙ୍କ ଉଦ୍ଭାବନକୁ ମିଳିଲା ଜିଲ୍ଲାସ୍ତରୀୟ ସଫଳତା

Sunil Chandra Nayak

Leave a Comment

error: Content is protected !!