ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଦନପୁରୁ ସ୍କୁଲର 1988 ମସିହା ମାଟ୍ରୀକ ଵ୍ୟାଚର ବନ୍ଧୁ ମିଳନ ଓ ଅନୁଭୂତି ଆଦାନ ପ୍ରଦାନ ଅନୁଷ୍ଠିତ

ମଦନପୁରୁ ସ୍କୁଲର 1988 ମସିହା ମାଟ୍ରୀକ ଵ୍ୟାଚର ବନ୍ଧୁ ମିଳନ ଓ ଅନୁଭୂତି ଆଦାନ ପ୍ରଦାନ ଅନୁଷ୍ଠିତ

ରାଜନଗର-କେନ୍ଦ୍ରାପଡା ଜିଲ୍ଲା ରାଜନଗର ଠାରୁ ପାଞ୍ଚ କିମି ମଧ୍ୟରେ ଅବସ୍ଥିତ ମଦନପୁରୁ ମହାଵୀର ହାଇସ୍କୁଲ। ସେହି ସ୍କୁଲର 1988 ମସିହା ମାଟ୍ରିକ ଵ୍ୟାଚର ଵନ୍ଧୁ ମିଳନ ଓ ସ୍କୁଲ ପରିତ୍ୟାଗ ପରେ ପୂର୍ବ ଓ ଵର୍ତମାନର ଅନୁଭୁତିକୁ ପରସ୍ପର ମଧ୍ୟରେ ଆଦାନ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ପରିପ୍ରେକ୍ଷିରେ ପୁରାତନ ଛାତ୍ରଛାତ୍ରୀ ମାନେ କିଏ ଚାକିରିତ କିଏ ଵିବାହ ହୋଇ ପୁଅଵୋହୁ ସଂସାରରେ ବାନ୍ଧି ହୋଇଥିବା ଵେଳେ କେହି କେହି ଭିନ୍ନଭିନ୍ନ ଗୁରୁଦାୟିତ୍ବରେ ଥାଈ ମଧ୍ୟ ସେସଵୁକୁ ପଛରେ ପକାଇ ଦିନକ ପାଇଁ ଘର ସଂସାର ଛାଡି ଅଧ୍ୟୟନ ସାରି ଛାଡି ଯାଇଥିବା ସ୍କୁଲରେ ଏକତ୍ରୀତ ହୋଇଥିଲେ।ହେଲେ ସେହି ସ୍କୁଲର କେତେକ ଶିକ୍ଷା ଗୁରୁ ଏଵେ ଆରପାରିରେ ଥିଲେ ମଧ୍ୟ ତାଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟି ନିରଵ ପ୍ରାର୍ଥନା କରାଯାଇଥିଲା। ଗୁରୁଵ୍ରହ୍ମା ଗୁରୁଵିଷ୍ଣୁ…….ଶ୍ଲୋକରେ ଜୀବୀତ ଥିବା ଗୁରୁଙ୍କୁ ପୂଜା ଆସନରେ ଵସାଇ ସମ୍ବର୍ଦ୍ଧିତ କରିବା ସହ ଅନୁଭୂତିକୁ ସାଉଁଟିଥିଲେ।ତତ୍କାଳୀନ ଛାତ୍ରଛାତ୍ରୀମାନେ ଆଜି ପିତାମାତା ଅଜାଆଇରେ ସୀମିତ ହୋଇ ଏଠାରେ ଉପସ୍ଥିତ ହୋଇଥିଲେ ନିଗମ ନାରାୟଣ ନାୟକ,ତ୍ରୀଲୋଚନ ମହାନ୍ତି,ରଜନୀ ଦାସ,ସଞ୍ଜୁକ୍ତା ପଲେଇ,ନିରୋଦ ନାୟକ,ଲିଲି ପାତ୍ର,ସୁଶାନ୍ତ ସାହୁ,ଅମର ଜେନାଙ୍କ ସହ ଵହୁଛାତ୍ରଛାତ୍ରୀ ଉପସ୍ଥିତ ଥିବାବେଳେ ପ୍ରଧାନ ଶିକ୍ଷକ ଵିଜୟ କୁମାର ଵେହେରାଙ୍କ ସମେତ ଶିକ୍ଷକ କାଶିନାଥ ନାୟକ,କପିଳେନ୍ଦ୍ର ନାଥ,ଶଶଧର ସ୍ବାଇଁ,ଗଗନ ଵିହାରୀ ପଣ୍ଡା ଓ ନାରାୟଣ ସୁତାରଙ୍କୁ ଉତ୍ତରୀୟ ଉପଢୌକନ ଦେଇ ସମ୍ଵର୍ଦ୍ଧିତ କରାଯାଇ ଛାତ୍ରଛାତ୍ରୀମାନେ ଏକାଠି ଵସି ଗୁରୁଙ୍କ ସାହ ଭୋଜିଭାତ ଖାଇ ଆନନ୍ଦ ଅନୁଭଵ କରିଥିଲେ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

ଲାଞ୍ଜିଗଡ଼ ବ୍ଲକକୁ ମ୍ୟାଲେରିଆ ମୁକ୍ତ କରିବାକୁ ଆହ୍ୱାନ ଦେଲେ ବିଧାୟକ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମଶାରୀ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ

masiha

ଉମରକୋଟ ରେ ପଶ୍ଚିମବଙ୍ଗରେ ଡାକ୍ଟର ଛାତ୍ରୀ ମମିତା ଦେବନାଥ ଙ୍କୁ ଧର୍ଷଣ ଓ ନିର୍ମମ ହତ୍ୟା ପ୍ରତିବାଦରେ କ୍ଯାଣ୍ଡେଲ ଯାତ୍ରା ଅନୁ୍ଷ୍ଠିତ 

masiha

ବିଧାୟକଙ୍କ ଉପସ୍ଥିତିରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ 

Leave a Comment

error: Content is protected !!