ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବହୁଜନ ସଂଗ୍ରାମ ସମିତି ଉଦ୍ୟମରେ ଥଇଥାନ ହେଲା ଅଶାହାୟ ନାବାଳିକା

ବହୁଜନ ସଂଗ୍ରାମ ସମିତି ଉଦ୍ୟମରେ ଥଇଥାନ ହେଲା ଅଶାହାୟ ନାବାଳିକା

ଜୁନାଗଡ଼,୧୩/୭(ମ ନି ସ)ଜୁନାଗଡ଼ ସହରରେ ଅସହାୟ ଅବସ୍ଥାରେ ବୁଲୁଥିବା ଜଣେ ନାବାଳିକାଙ୍କୁ ପୋଲିସ ଉଦ୍ଧାର କରିଥିବା ବେଳେ ,ବହୁଜନ ସଂଗ୍ରାମ ସମିତି ସଭାପତି ତଥା ସମାଜ ସେବୀ ରଞ୍ଜନ କୁମାର ଜାଲଙ୍କ ଉଦ୍ୟମରେ ଉକ୍ତ ନାବାଳିକା ଝିଅକୁ ଜିଲ୍ଲା ଶିଶୁ ମଙ୍ଗଲା ବିଭାଗ ସ୍ବଧାର ଗୃହରେ ଥଇଥାନ କରାଯାଇଥିବା ଜଣାଯାଇଛି।ସୂଚନା ମତେ ଜୁନାଗଡ଼ ସହରର ଶନିମନ୍ଦିର ନିକଟରେ ଅସହାୟ ଅବସ୍ଥାରେ ଜଣେ ନାବାଳିକା ଝିଅ ରହିଥିବା ସ୍ଥାନୀୟ ଲୋକେ ଦେଖି ଜୁନାଗଡ଼ ପୋଲିସକୁ ଖବର ଦେଇଥିଲେ।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ନାବାଳିକାଙ୍କୁ ଉଦ୍ଧର କରି ଆଣିଥିଲା।ଉକ୍ତ ନାବାଳିକା ବୟସ ୧୫ ବର୍ଷ ହୋଇଥିବା ବେଳେ ସେ କେନ୍ଦୁଝର ଜିଲ୍ଲା ବ୍ରାହ୍ମଣଦିହି ଗ୍ରାମର ଲଭଲି ଗୌଡ଼ ବୋଲି ପ୍ରକାଶ କରିଛି।ହେଲେ ଉକ୍ତ ନାବାଳିକା ନିଜ ଠିକଣାସ୍ପଷ୍ଟ ଭାବେ କହିପାରୁନଥିବା ବେଳେ ତା ପରିବାର ସହ ଯୋଗାଯୋଗ ହୋଇପାରି ନ ଥିଲା।ଏହି ଘଟଣା ସମ୍ପର୍କରେ ବହୁଜନ ସଂଗ୍ରାମ ସମିତି ସଭାପତି ରଞ୍ଜନ କୁମାର ଜାଲ ଅବଗତ ହେବା ପରେ।ଥାନାରେ ପହଂଛି ନାବାଳିକା ଝିଅକୁ ନିଜ ଗାଁ ଛାଡି ଚାଲି ଆସିଥିବା କାରଣ ଅବଗତ ହୋଇ ଜୁନାଗଡ଼ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରି ଥିଲେ।ଏଥିସହ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କ ସହ ଯୋଗାଯୋଗ କରି ଉକ୍ତ ନାବାଳିକା କୁ ଥଇଥାନ ପାଇଁ ଅନୁରୋଧ କରିଥିଲେ ।ପରେ ଜୁନାଗଡ଼ ପୋଲିସ ନାବାଳିକାଙ୍କୁ ଭବାନୀପାଟଣା ସ୍ଥିତ ଏକ ସ୍ବଧାରର ଗୃହରେ ହସ୍ତାନ୍ତର କରି ଥଇଥାନ କରିଥିବା ଜଣାଯାଇଛି।ଉକ୍ତ ଘଟଣାରେ ବହୁଜନ ସଂଗ୍ରାମ ସମିତି କାର୍ଯ୍ୟକାରୀ ସଭାପତି ନରେନ୍ଦ୍ର କ୍ଷିତି, ବରିଷ୍ଠ ସଦସ୍ୟ ଉଗ୍ରେସେନ କନ୍ଦପାନ,ରୋହିତ ବାଗ ଏବଂ ଅନେକ ସଦସ୍ୟ ଉପସ୍ଥିତ ରହି ଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ଭାରତୀୟ ମଜଦୁର ସଂଘ ତରଫରୁ ଶ୍ରମ ସଚିବ ଙ୍କ ପାଖରେ ଫେରାଦ 

Sunil Chandra Nayak

୪୨ ଜଣିଆ ଟିମ୍ ଙ୍କ କଳିଙ୍ଗ ଷ୍ଟାଡିୟମ୍ ରେ ହେବାକୁଥିବା ଓଡ଼ିଶା ସ୍କିଲ କଂକ୍ଲଭ୍ ରେ ଯୋଗ ଦେବା ପାଇଁ ଭୁବନେଶ୍ବର ଯାତ୍ରା

Sunil Chandra Nayak

ସମ୍ବିଧାନ ପ୍ରଣେତାଙ୍କୁ ଜନ୍ମତିଥିରେ ବିଜେପିର ଗଭୀର ଶ୍ରଦ୍ଧାଞ୍ଜଳି 

masiha

Leave a Comment

error: Content is protected !!