ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାଣିକେଶ୍ବରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ, ଅଭିଭାବକ ତଥା ବିଦ୍ୟାଳୟ ପରିଚାଳନା ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ 

ମାଣିକେଶ୍ବରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ, ଅଭିଭାବକ ତଥା ବିଦ୍ୟାଳୟ ପରିଚାଳନା ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ 

ଅଦ୍ୟ ତା10.08.24ରିଖ ଶନିଵାର ଦିନ ପୂର୍ବାହ୍ନ 10 ଘଣ୍ଟା ସମୟରେ ସ୍ଥାନୀୟ ଭବାନୀପାଟଣା ସ୍ଥିତ ମାଣିକେଶ୍ବରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ନୂତନ ଭାବେ ଯୋଗ ଦେଇଥିବା ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଧର୍ମେନ୍ଦ୍ର କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଚଳିତ ଶିକ୍ଷାବର୍ଷର ଦ୍ଵିତୀୟ ଶିକ୍ଷକ, ଅଭିଭାବକ, ବିଦ୍ୟାଳୟ ପରିଚାଳନା ଉନ୍ନୟନ କମିଟିବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଶ୍ରୀ ଯୁକ୍ତ ପ୍ରଧାନ ଅଭିଭାବକମାନଙ୍କୁ ସ୍ୱାଗତ ଜଣାଇ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତିରେ ଅଭିଭାବକ ମାନଙ୍କ ସହଯୋଗ ଲୋଡ଼ିଥିଲି। ଓସେପା ନିର୍ଦେଶିତ ବିଭିନ୍ନ ବିନ୍ଦୁ ତଥା ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କ ନିରାପତ୍ତା ବ୍ୟବସ୍ଥା, ଆଇନ ସୁରକ୍ଷା ଓ ସାଇବର ସଚେତନତା, ସ୍ୱଛତା ପକ୍ଷ ପାଳନ, ସୁରଭି -2024, ବିଦ୍ୟାଳୟରେ ୟୁଥ କ୍ଳବ ଓ ଇକୋ କ୍ଲବ ଗଠନ, ଛାତ୍ର ଛାତ୍ରୀ ମାନଙ୍କ ବୟସ ଅନୁସାୟୀ ଉପଯୁକ୍ତ ଶ୍ରେଣୀରେ ନାମ ଲେଖାଇବା, ବେଟି ବଞ୍ଚାଓ /ବେଟି ପଢ଼ାଓ, କିଶୋର ଛାତ୍ରୀ ମାନଙ୍କ ପାଇଁ ଇନସେନେରେଟସର ଓ ଭେଣ୍ଡିଂ ବ୍ୟବସ୍ଥା ଉପରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ରବି ପ୍ରସାଦ କାନୁନଗୋ, ଶ୍ରୀଯୁକ୍ତ ରାଜୁ କୁମାର ସାହୁ, ଶ୍ରୀମତୀ ପ୍ରଣତି ମହାପାତ୍ର, ଶ୍ରୀମତୀ ଗୀତାଞ୍ଜଳି ତ୍ରିପାଠୀ, ଶ୍ରୀ ମତୀ ପ୍ରତିଭା ସାହୁ ଓ ଶ୍ରୀମତୀ ମିନତୀ ଦାସ ପ୍ରମୁଖ ଅଭିଭାବକମାନଙ୍କ ସମ୍ମୁଖରେ ଉପସ୍ଥାପନା କରିଥିଲେ। ଉକ୍ତ ବୈଠକରେ ଶହେରୁ ଉର୍ଦ୍ଧ ଅଭିଭାବକ ଯୋଗଦାନ କରି ବିଦ୍ୟାଳୟ ଶିକ୍ଷାର ସର୍ବାଙ୍ଗୀନ ଉନ୍ନତିରେ ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଥିଲେ। ଦଶମଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କପାଇଁ ବିଦ୍ୟାଳୟ ସମୟ ପରେ ପ୍ରତ୍ୟେକ ବିଷୟରେ ହେଉଥିବା ରେମେଡିଆଲ କ୍ଲାସକୁ ଅଭିଭାବକ ମାନେ ସ୍ୱାଗତ କରିବା ସହିତ ଏହି ପଦକ୍ଷେପ ନିଶ୍ଚିତ ଭାବରେ ବିଦ୍ୟାଳୟର ଗୁଣାତ୍ମକ ଶିକ୍ଷାର ବିକାଶରେ ସହାୟକ ହେବ ବୋଲି ଉଚ୍ଚ ପ୍ରଶଂସା କରିଥିଲେ। ପ୍ରଧାନଶିକ୍ଷକ ଶ୍ରୀ ଯୁକ୍ତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିବା ବେଳେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରଣତି ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍ 

Related posts

ବିମାନ ବନ୍ଦର ସମ୍ପ୍ରସାରଣ ମାମଲା ବିସ୍ଥାପିତ ହେବାକୁ ଥିବା ଲୋକଙ୍କୁ ଆବାସ ଯୋଜନା ମାଧ୍ୟମରେ ଥଇଥାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଧାୟକ ଦୁର୍ଗାଚରଣ ତନ୍ତୀ

Sunil Chandra Nayak

ମୋବାଇଲ ଦେଖିବା ହେଲା କାଳ:ଚକ୍ଷୁ ଯନ୍ତ୍ରଣାରେ ଛଟପଟ ୬ ବର୍ଷର ଚିତ୍ରଲେଖା 

masiha

ଧର୍ମଗଡ ବିଜୁ କଲ୍ୟାଣ ମଣ୍ଡପ ଠାରେ ନିର୍ମାଣ ଶ୍ରମିକ ସମାରୋହ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!