ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏନ୍.ସି.ସି. କମାଣ୍ଡିଙ୍ଗ୍ ଅଫିସର୍ ଙ୍କ କୁରୁଗୁଡା ଉଚ୍ଚ ମାଧ୍ୟମିକ ଵିଦ୍ୟାଳୟ ପରିଦର୍ଶନ

ଏନ୍.ସି.ସି. କମାଣ୍ଡିଙ୍ଗ୍ ଅଫିସର୍ ଙ୍କ କୁରୁଗୁଡା ଉଚ୍ଚ ମାଧ୍ୟମିକ ଵିଦ୍ୟାଳୟ ପରିଦର୍ଶନ

ଜୁନାଗଡ଼  ୨୮/୮(ମ ନି ସ) ନବରଙ୍ଗପୁର ,ବାଟାଲିୟନ୍ ଏନ୍.ସି.ସି. ର କମାଣ୍ଡିଙ୍ଗ୍ ଅଫିସର୍ କର୍ଣ୍ଳେଲ୍ ଜଗନ୍ନାଥ ନିଶୋଙ୍କୋ,ସେବା ମଣ୍ଡଳ୍ଜୁ ଜୁନାଗଡ଼ କୁରୁଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିଦର୍ଶନ ରେ ଆସିଥିଲେ। ଏନ୍.ସି.ସି ଅଫିସର୍ ସନ୍ତୋଷ କୁମାର ମେହେର ,ପ୍ରଧାନ ଶିକ୍ଷକ ହୃଷିକେଶ ମେହେର ସମେତ ସମସ୍ତ ଏନ୍.ସି.ସି କ୍ୟାଡେଟ୍ ମାନେ କମାଣ୍ଡିଙ୍ଗ୍ ଅଫିସର୍ ଙ୍କୁ ପୁଷ୍ପଗୁଚ୍ଛ ଦେଇ ଭବ୍ୟ ସ୍ଵାଗତ କରିଥିଲେ। ତା’ପରେ କମାଣ୍ଡିଙ୍ଗ୍ ଅଫିସର୍‌ ଏନ୍.ସି.ସି କ୍ୟାଡେଟ୍ ମାନଙ୍କ ସହ ଏକ ଭାବ-ଵିନିମୟ କାର୍ଯ୍ୟକ୍ରମ ରଖିଥିଲେ;ଭବିଷ୍ୟତ ରେ ଆମେ କିପରି ସମସ୍ତ କାର୍ଯ୍ୟକୁ ଅତ୍ୟନ୍ତ ଶୃଙ୍ଖଳା ର ସହ କରିବା ଏବଂ ଦେଶ ମାତୃକା ର ସେବା ପାଇଁ ଅଣ୍ଟା ଭିଡିବା ସେ ସମ୍ବନ୍ଧରେ ବିଶେଷ ଭାବରେ ଏକ ପ୍ରେରଣା ମୁଳକ କ୍ଳାସ୍ ନେଇ ସମସ୍ତ କ୍ୟାଡେଟ୍ ତଥା ବିଦ୍ୟାଳୟ ର ଏନ୍.ସି.ସି ଅଫିସର୍ ,ପ୍ରଧାନ ଶିକ୍ଷକ ଏଵଂ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ର ପ୍ରଶଂସା କରିଥିଲେ।ସମସ୍ତ ଏନ୍ ସି.ସି କ୍ୟାଡେଟ୍,ଏନ୍.ସି.ସି ଅଫିସର୍ ସନ୍ତୋଷ ମେହେର ତଥା ପ୍ରଧାନ ଶିକ୍ଷକ ହୃଷିକେଶ ମେହେର ଏକ ସମ୍ମାନ ସୂଚକ କୋଣାର୍କ ଚକ୍ର ପ୍ରତି ମୁର୍ତ୍ତି ଉପହାର ଦେଇ ବିଦାୟୀ ଦେଇଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ନିଶା କାରବାର ରୋକିବାରେ ସଫଳ ଥାନା ଅଧିକାରୀ ସମ୍ବର୍ଦ୍ଧିତ

Sunil Chandra Nayak

ରବି ଧାନ କିଣା ସମସ୍ୟା ନେଇ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ଧର୍ମଗଡ଼ ବିଧାୟକ ବ୍ୟବସ୍ଥିତ ଢଙ୍ଗରେ ଇନ୍ଦ୍ରାବତୀ ମେଗା ଲିଫ୍ଟ ଅଞ୍ଚଳରୁ ରବି ଧାନ କିଣା ନେଇ ଆଶା ଉଜ୍ଜଳ….

ବିଜେଡିର ପୂର୍ବତନ ବ୍ଲକ ସଭାପତି ମାଙ୍କ ଦେହାନ୍ତ

masiha

Leave a Comment

error: Content is protected !!