ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ଶ୍ରମିକଙ୍କ ସହ ମିଶି ଜିଲ୍ଲାପାଳ, ଶ୍ରମଦାନ କରି ଉତ୍ସାହିତ କରିଛନ୍ତି 

ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ଶ୍ରମିକଙ୍କ ସହ ମିଶି ଜିଲ୍ଲାପାଳ, ଶ୍ରମଦାନ କରି ଉତ୍ସାହିତ କରିଛନ୍ତି 

 ନୂଆପଡା, ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ରେ ଚାଲିଥିବା ବିଭିନ୍ନ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ମାଟି କାମ ପରିଦର୍ଶନ କରିଥିଲେ। ଏହି ପରିଦର୍ଶନ ବେଳେ ଶ୍ରମିକଙ୍କ ସହ ମିଶି ଜିଲ୍ଲାପାଳ ମଧୂସୁଦନ ଦାଶ କିଛି ମୁହୂର୍ତ୍ତ ଶ୍ରମଦାନ କରି ଶ୍ରମିକଙ୍କୁ ଉତ୍ସାହିତ କରିଛନ୍ତି। ଶ୍ରମିକ ହେବା କୌଣସି ପାପ ନୁହେଁ, ଶ୍ରମିକ ଦ୍ବାରା ଦେଶର ବଡ଼ ବଡ ଉନ୍ନୟନ କାର୍ଯ୍ୟ ସମ୍ଭବ ବୋଲି ମତବ୍ୟକ୍ତ କରିଛନ୍ତି। ଏହି କ୍ଷେତ୍ର ପରିଦର୍ଶନ ବେଳେ ତାଙ୍କ ସହିତ ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ୱୋଦର୍ ଧାରୁଆ, କୋମନା ବିଡ଼ିଓ ମଧ୍ୟ ଉପସ୍ଥିତ ଥିଲେ। କୋମନା ବ୍ଲକ ସିଲଭା ଗ୍ରାମ ପଞ୍ଚାୟତ ଚଞ୍ଚରାଝରଣ ଗାଁ ରେ ମନରେଗା କାର୍ଯ୍ୟ, ସମରସିଂ ଗ୍ରାମପଞ୍ଚାୟତ ର ଖଜୁରବାହାଲ ଉଭୟ ଗ୍ରାମରେ ୧୫୦ ଲେଖାଏଁ ଶ୍ରମିକ ମାନେ ମନରେଗା ଯୋଜନା ରେ ଶ୍ରମ ଭିତ୍ତିକ କାମ ଟ୍ରେଞ୍ଚ ଖନନ କରୁଥିଲେ l ଏହା ଦ୍ବାରା ନିଜ ଜିଲ୍ଲା, ନିଜ ପଞ୍ଚାୟତ ଏବଂ ନିଜ ଗ୍ରାମ ରେ କାମ ପାଇ ଶ୍ରମିକ ମାନେ ବେଶ ଉତ୍ସାହିତ ଥିଲେ। ଶ୍ରମିକ ପାରିଶ୍ରମିକ ପ୍ରଦାନ ଦିଗରେ ବିଭାଗୀୟ ଅଧିକାରୀମାନେ କାର୍ଯ୍ୟ କରିବାକୁ ଆହ୍ବାନ କରିଛନ୍ତି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଜାତୀୟ ଶିଶୁ କନ୍ୟା ସନ୍ତାନ ସପ୍ତାହ ପାଳନ

masiha

ଆବାସ ଗୃହ ପାଇବାର ମାପକାଠି ରେ ଯୋଗ୍ୟ ହେଲେନି ପଦ୍ମା ଓ ଚଞ୍ଚଳା ! ଏମାନଙ୍କ ବିକଳ ଗୁହାରି ଶୁଣିଲେନି ଅଧିକାରୀ , ପ୍ରତିଶ୍ରୁତି ଦେଇ ପ୍ରତିଶ୍ରୁତି ଭୁଲିଗଲେ

Sunil Chandra Nayak

ଲୁହାକାନି ଅଙ୍ଗନବାଡ଼ି କେନ୍ଦ୍ର ବିପଦଶଙ୍କୁଳ ନେଇ ଶିଶୁମାନେ ଅସୁରକ୍ଷିତ

Sunil Chandra Nayak

Leave a Comment

error: Content is protected !!