ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ହିନ୍ଦୀ ଦିବସ ପାଳନ

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ହିନ୍ଦୀ ଦିବସ ପାଳନ

ରାଉରକେଲା: ପ୍ରତିବର୍ଷ ସେପ୍ଟେମ୍ବର ୧୪ ତାରିଖକୁ ହିନ୍ଦୀ ଦିବସଭାବେ ପାଳନ କରାଯାଇଥାଏ। ପ୍ରଥମ ଥର ୧୯୫୩ରେ ଏହି ଦିବସ ପାଳନ କରାଯାଇଥିଲା। ଏହା ସହିତ ଭାରତୀୟ ସମ୍ବିଧାନରେ ଏହା ସରକାରୀ ଭାଷାଭାବେ ମଧ୍ୟ ମାନ୍ୟତା ପାଇଛି। ଏହି କ୍ରମରେ ରାଉରକେଲା ସହରର ସର୍ବପୂରାତନ ମହାବିଦ୍ୟାଳୟଭାବେ ପରିଚିତ ପାନପୋଷ ସ୍ଥିତ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନାତକୋତ୍ତର ହିନ୍ଦୀଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ହିନ୍ଦୀ ଦିବସ ପାଳନ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ହିନ୍ଦୀ ବିଭାଗର ପ୍ରଫେସର ବିଜୟ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଦିବସ ପାଳନ ଉପଲକ୍ଷେ ଏକ ସଭା ହୋଇଥିଲା। ଏଥିରେ ଡ. ବେହେରା ଉଦ୍‌ବୋଧନ ଦେଇ ହିନ୍ଦୀ ଭାଷାକୁ ନିଜ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ବୋଲି କହିଥିଲେ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସମ୍ପର୍କରେ ସ୍ମୃତିଚାରଣ କରି ସେ ଗୁଜରାଟୀ ଭାଷାଭାଷୀ ଅଞ୍ଚଳର ହୋଇ ମଧ୍ୟ ହିନ୍ଦୀ ଭାଷାର ପ୍ରଚାର ଓ ପ୍ରସାର ଦିଗରେ କରିଯାଇଥିବା ଉଲ୍ଲେଖନୀୟ ଅବଦାନ ସମ୍ପର୍କରେ ପ୍ରଫେସର ବେହେରା କହିଥିଲେ। ହିନ୍ଦୀ ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ଡ. ନମିତା ସ୍ୱାଇଁ ତାଙ୍କ ବକ୍ତବ୍ୟରେ ହିନ୍ଦୀ ଭାଷାର ବଳିଷ୍ଟ ପରମ୍ପରା ଓ ସାଂସ୍କୃତିକ ଅବଦାନ ସମ୍ପର୍କରେ ଆଲୋଚନା କରିବା ସହ ଏହି ଦିବସ ପାଳନର ଗୁରୁତ୍ୱ ଏବଂ ଆବଶ୍ୟକତା ସମ୍ପର୍କରେ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ବକ୍ତାଭାବେ ବିଶିଷ୍ଟ ଲେଖିକା ତଥା ଅବସରପ୍ରାପ୍ତ ପ୍ରାଧ୍ୟାପିକା ଡ.ମଞ୍ଜୁଶର୍ମା ମହାପାତ୍ର ଯୋଗଦେଇ ହିନ୍ଦୀ ଭାଷାର ଅନେକ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଲେଖକ ଓ ଲେଖିକାଙ୍କ ଉଦାହରଣ ଦେଇ ସେମାନଙ୍କର କାଳଜୟୀ ସାହିତ୍ୟ କୃତି ସମ୍ପର୍କରେ ଆଲୋକପାତ କରିଥିଲେ। ସାମ୍ପ୍ରତିକ ସମୟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ହିନ୍ଦୀ ଭାଷାର ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ବିଶ୍ୱର ବିଭିନ୍ନ ଦେଶରେ କରାଯାଉଥିବା ବିଶ୍ୱ ହିନ୍ଦୀ ସମ୍ମିଳନୀ ମାଧ୍ୟମରେ ହିନ୍ଦୀ ଭାଷାର ପ୍ରଚାର ଓ ପ୍ରସାର ବ୍ୟାପକ ହେଉଛି। ତେଣୁ ଏହି ଭାଷା ମାଧ୍ୟମରେ ପଠନ ଓ ଲିଖନ କରୁଥିବା ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଉଜ୍ଜ୍ୱଳ ବୋଲି ଡ. ମହାପାତ୍ର କହିଥିଲେ। ଏଥିରେ ଇତିହାସ ବିଭାଗର ଅଧ୍ୟାପିକା ଡ. ରଞ୍ଜିତା ଓରାମଙ୍କ ସମେତ ହିନ୍ଦୀ ବିଭାଗର ଅଧ୍ୟାପିକା ଉର୍ବଶୀ ତିର୍କୀ, ପୁଷ୍ପଲତା ଏବଂ ଅଧ୍ୟାପକ ଚିନ୍ମୟ ତ୍ରିପାଠୀ ପ୍ରମୁଖ ହିନ୍ଦୀ ଭାଷାର ବ୍ୟାପକତା ଏବଂ ଗୁରୁତ୍ୱ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ପୂର୍ବରୁ ଆୟୋଜିତ ହିନ୍ଦୀ ନିବନ୍ଧ ଲିଖନ ଓ ହିନ୍ଦୀ ତର୍କବିତର୍କ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହା ସହିତ ଦିବସ ପାଳନକୁ ଅଧିକ ଯୁକ୍ତିସଙ୍ଗତ କରିବା ପାଇଁ ଲଘୁ ନାଟକ ଓ ଲଘୁ ଚଳଚ୍ଚିତ୍ର ପ୍ରଦର୍ଶନ ସମେତ କବିତା ପାଠ କରାଯାଇଥିଲା। କାର୍ଯ୍ୟକ୍ରମର ସଂଯୋଜନା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ବିଭାଗୀୟ ଅଧ୍ୟାପିକା ପ୍ରିୟା ବାରିକ। କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ସ୍ନାତକ ଓ ସ୍ନାତକୋତ୍ତର ବର୍ଗର ଛାତ୍ରଛାତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏଥିରେ ମହାବିଦ୍ୟାଳୟର ବିଭିନ୍ନ ବିଭାଗର ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସମେତ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

 

Related posts

ଡାବୁଗାଁରେ ୭୬ ସାଧାରଣତନ୍ତ୍ର ଦିବସ ପାଳିତ 

masiha

ମୋହନ ପ୍ୟାରୀ ନିଳାମ୍ବର ନେଗି ଡିଗ୍ରୀ କଲେଜ ରାସ୍ତା ଶୋଚନୀୟ, ମରାମତି ଦାବି

masiha

ରବି ଋତୁ ଚାଷ ପାଇଁ ଜଳ ଯୋଗାଣ ଦାବୀ ଘଟଣା….. ପ୍ରଶାସନ ଓ ଚାଷୀ ଙ୍କ ବୈଠକ ରୁ ବହାରି ପାରିଲାନି ନିଷ୍କର୍ଷ , ପୁଣି ହେବ ଏକ ବୈଠକ 

masiha

Leave a Comment

error: Content is protected !!