ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଯାପିତ 

ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଯାପିତ 

ଗୁଣପୁର ତା:୨୨.୧୧.୨୦୨୪ରିଖ, ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳାର ତୃତୀୟ ଦିନରେ ଗୁଣପୁର, ରାମନଗୁଡା ଚାଷୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ବତୀ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥି ଭାବେ ପଦ୍ମପୁର ବ୍ଳକ ଅଧ୍ୟକ୍ଷା ମଣିମାଳା ଶବର, ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ଦୟାନିଧି ବାଗ, ଉପଖଣ୍ଡ ପ୍ରାଣୀ ଚିକିତ୍ସକ ଆଲୋକ ଆଚାର୍ଯ୍ୟ, କୃଷି ବୈଜ୍ଞାନିକ ନରମ ରାମୁ, କୃଷି ଜିଲ୍ଲା ଅଧିକାରୀ ବୃନ୍ଦାବନ ବେହେରା, ଜରୁଷି ଶିଳ୍ପ ନିଗମ ପରିଚାଳକ ସିଦ୍ଧାର୍ଥ ଶେଖର ସ୍ୱାଇଁ, ଯୋଗ ଦେଇଥିବା ବେଳେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବିଷ୍ଣୁ ପ୍ରସାଦ କର ସଭାପତିତ୍ୱ କରିଥିଲେ ।

ପ୍ରଦର୍ଶନୀରେ କୃଷି ବିଭାଗର ବିଭିନ୍ନ କୃଷି ଯନ୍ତ୍ରପାତି ପ୍ରଦର୍ଶିତ କରିବା ସହ କାର୍ଯ୍ୟକାରିତା ବିଷୟରେ ଚାଷୀଙ୍କୁ ଅବଗତ କରାଯାଇଥିଲା । ତୃତୀୟ ବା ଉଦଯାପିତ ଅବସରରେ ଉପଖଣ୍ଡର ବିଭିନ୍ନ ଅଞ୍ଚଳର ଚାଷୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ବିଭିନ୍ନ ପ୍ରକାର ଚାଷ କରି ସ୍ୱାବଲମ୍ବୀ ହୋଇ ପାରିଥିବା ଚାଷୀଙ୍କୁ ଏହି ଉତ୍ସବରେ ସମ୍ମାନିତ କରାଯାଇଥିଲା । ବାରିକ ନିମାଲୁ, କେ ରାମରାଓ, ଶଙ୍କର ମିଶ୍ର, ରମେଶ ଚୌଧୁରୀ, ମନୋରଞ୍ଜନ ମହାନ୍ତି, ବୁଡା ଶବର, ରାଜେନ୍ଦ୍ର ପ୍ରସାଦ ସାହୁ ପ୍ରମୁଖଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ଚାଷୀଙ୍କ ମାନଦଣ୍ଡ ଉନ୍ନତ କରିବା ସହ ଗ୍ରାମାଞ୍ଚଳରେ ପହଁଚି ଚାଷୀଙ୍କୁ ଆହୁରି ପ୍ରଶିକ୍ଷଣ ପ୍ରଦାନ କରିବା ସହ ଚାଷୀଙ୍କୁ ସ୍ୱାବଲମ୍ବୀ କରିବା ନିମନ୍ତେ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ତୃତୀୟ ଦିବସରେ ଟ୍ରାକ୍ଟର, ବହୁ କୃଷି ଯନ୍ତ୍ରପାତି ବିକ୍ରୟ ହୋଇଥିଲା । ଭାଗ୍ୟଶ୍ରୀ ମଲ୍ଲିକ, ଅକ୍ଷୟ କୁମାର ପଣ୍ଡା, ଉତ୍ତମ କୁମାର ଦାସ ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ପରିଶେଷରେ ବିଷମକଟକ ଗୋଷ୍ଠୀ କୃଷି ଅଧିକାରୀ ରାହୁଲ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କାଣ୍ଡସର ସରକାରୀ ଉଚ୍ଚ ବିଦ୍ୟାଳୟର ନୂତନ ଅତିରିକ୍ତ ଶ୍ରେଣୀଗୃହ ଉଦଘାଟନ ସମାରୋହ

Sunil Chandra Nayak

ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିବାରଣ ସଚେତନତା ଉପଲକ୍ଷେ ରାୟଗଡ ବନାଞ୍ଚଳ ତରଫରୁ ତାଡମା ଆବାସିକ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କୁ ନେଇ ସଚେତନତା ରାଲି

masiha

ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!