ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟ୍ରାକ୍ଟର ଓଲଟି ଯୁବକ ମୃତ, ପୋଲିସ ଗାଡି ସାଜିଲା ଶବବାହକ ଗାଡି

ଟ୍ରାକ୍ଟର ଓଲଟି ଯୁବକ ମୃତ, ପୋଲିସ ଗାଡି ସାଜିଲା ଶବବାହକ ଗାଡି

ଡାବୁଗାଁ, ୨୭/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ମାନିଗାଁ- ରାଉଲିଗୁଡା ରାସ୍ତାର ଜଙ୍ଗଲ ପାଖରେ ଟ୍ରାକ୍ଟର ଓଲଟି ଜଣେ ଯୁବକର ମୃତ୍ୟୁ ଘଟିଛି | ସୂଚନାଯୋଗ୍ୟ:- ବୁଧବାର ସନ୍ଧ୍ୟା ୫ ଘ. ସମୟରେ ଡାବୁଗାଁ ଥାନା ଅଧୀନ ମାନିଗାଁ- ରାଉଲିଗୁଡା ରାସ୍ତାରେ ରାଉଲିଗୁଡା ଗ୍ରାମ ଆଡୁ ଏକ ଟ୍ରାକ୍ଟର ହଳ କରି ମାନିଗାଁ କୁ ଆସୁଥିବା ସମୟରେ ଜଙ୍ଗଲ ନିକଟରେ ଟ୍ରାକ୍ଟର ଇଞ୍ଜିନର ଡାହାଣ ପାଖ ଆଗ ଚକା ହଠାତ ବାହାରି ଯିବାରୁ ଟ୍ରାକ୍ଟର ରାସ୍ତା କଡକୁ ଓଲଟି ପଡିଥିଲା | ଯାହା ଫଳରେ ଟ୍ରାକ୍ଟର ଚାଳକ ମାନିଗାଁ ଗ୍ରାମର ରୁନା ବାଗ (୧୮) ଗାଡି ତଳେ ଚାପି ହୋଇ ମୃତ୍ୟୁ ବରଣ କରିଥିଲେ | ପାଖରେ ଥିବା ସ୍ଥାନୀୟ ଲୋକେ ପହଞ୍ଚି ଗାଡିକୁ ଉଠାଇଥିଲେ | ଗାଡି ଚାଳକ ରୁନା ବାଗଙ୍କ ମୃତ ଦେହ ଉଦ୍ଧାର କରିଥିଲେ | ଖବରପାଇ ମୃତକର ପିତା ପ୍ରଭୂଦାଶ ବାଗ ଘଟଣାସ୍ଥଳରେ ପହଞ୍ଚି ପୁଅର ଶବକୁ ନିଜ ଘରକୁ ନେଇଯାଇଥିଲେ | ଖବରପାଇ ଡାବୁଗାଁ ପୋଲିସ ପହଞ୍ଛି ମୃତ ଦେହ ଉଦ୍ଧାର କରି ମହାପ୍ରୟାଣ ଗାଡି ନଥିବାରୁ ପୋଲିସ ଗାଡିରେ ଶବ କୁ ଅଣାଯାଇ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ଏନେଇ ମୃତକ ଙ୍କ ପରିବାର ପକ୍ଷରୁ ଥାନାରେ କୌଣସି ଏତଲା ଦିଆଯାଇ ନାହିଁ | ଡାବୁଗାଁ ରେ ଥିବା ମହାପ୍ରୟାଣ ଗାଡି ଟି ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି | ଯାହାଦ୍ୱାରା ଡାବୁଗାଁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ତେଣୁ ଶୀଘ୍ର ମହାପ୍ରୟାଣ ଗାଡି ଡାବୁଗାଁ କୁ ଫେରାଇ ଦିଆଯାଉ ବୋଲି ଜନସାଧାରଣରେ ଦାବି ହେଉଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ (ଜନ ମଙ୍ଗଳ), ରାସୋଳ ପ୍ରଚେଷ୍ଟାରେ ଭିନ୍ନକ୍ଷମ ମାନଙ୍କୁ ଭ୍ରାମ୍ଯମାଣ ଚୌକି ପ୍ରଦାନ

Sunil Chandra Nayak

ନର୍ଲା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ 

Sunil Chandra Nayak

ବାଲିଗୁଡାରେ ଠାକୁରାଣୀ ଯାତ୍ରା ଆୟୋଜନ ନିମନ୍ତେ ପ୍ରଶାସନିକ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!