ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ମଣ୍ଡେଇ ର ଦ୍ଵିତୀୟ ସନ୍ଧ୍ୟା 

ଜିଲ୍ଲା ସ୍ତରୀୟ ମଣ୍ଡେଇ ର ଦ୍ଵିତୀୟ ସନ୍ଧ୍ୟା 

ନବରଙ୍ଗପୁର:(୮|୧୨)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲାର କଳା ସଂକୃତି କୁ ବିଶ୍ଵ ଦରବାରରେ ପହଞ୍ଚାଇବା ଆମର କର୍ତ୍ତବ୍ୟ l ମଣ୍ଡେଇ ମାଧ୍ୟମରେ କଳାକୃତି ଓ ବିକାଶ ର ପ୍ରଚର ପ୍ରସାର ହୋଇପାରୁଛି l ଉକ୍ତ ମଞ୍ଚରେ କଳାକାର ନିଜର ପ୍ରତିଭା ଓ ଦକ୍ଷତା ଦେଖାଇ ପାରିବେ l ଡିଜିଟାଲ ପ୍ଲାଟଫର୍ମ ରେ କଳାକାର ମାନେ ସ୍ଥାନୀୟ ଭାଷାରେ ବିଶ୍ଵ ଦରବାରରେ ନିଜ କଳା ଉପସ୍ଥାପନ କରିପାରୁଛନ୍ତି l ଆଗାମୀ ଦିନରେ ଆଦିବାସୀ ଭାଷାରେ ନିଉଜ୍ ପରିବେଷଣ ହେବ l ଜିଲ୍ଲାର ସାହିତ୍ୟିକ, କଳାକାର, ଚାଷୀ ଯୋଗ୍ୟ ବ୍ୟକ୍ତିଙ୍କୁ ଖୋଜି ବାହାରକରି ପଦ୍ମଶ୍ରୀ ଉପାଧି ଦେବାକୁ ଉଦ୍ୟମ କରାଯିବ ବୋଲି ଶନିବାର ମଣ୍ଡେଇ ଦ୍ଵିତୀୟ ସନ୍ଧ୍ୟାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ କହିଛନ୍ତି l ଜିଲ୍ଲାରେ ଖେଳର ବିକାଶ ନେଇ ସ୍ପୋର୍ଟସ୍ କମ୍ପ୍ଲେକ୍ସ କରାଯିବ l ନୂଆ ସରକାର ବିକାଶକୁ ପ୍ରାଧାନ୍ୟ ଦେଉଛନ୍ତି l ଭାରତମାଳା ଭଦ୍ରଚଳମ ଜୁନାଗଡ ରେଳପଥ ଏହାର ଉଦାହରଣ l ଜୟପୁର- ନବରଙ୍ଗପୁର ରେଳପଥ ଭୂମି ଅଧିଗ୍ରହଣ କରି ରେଲୱେ କୁ ହସ୍ତାନ୍ତର କରାଯିବ l ଏପ୍ରିଲ ସୁଦ୍ଧା କାର୍ଯ୍ୟ ଆରମ୍ଭ ହେବ l ଜଳସେଚନ ଆମ ପାଇଁ ଚ୍ୟାଲେଞ୍ଜ l ଅପପୁଷ୍ଟି ଶିଶୁ ଓ ମାତୃ ମୃତ୍ୟୁ ହାର କୁ ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ୩ ବର୍ଷିଆ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ବୋଲି ସେ ମଣ୍ଡେଇ ମଞ୍ଚ ରେ ସୂଚନା ଦେଇଥିଲେ l ଜିଲ୍ଲାପାଳ ତଥା ଜିଲ୍ଲା କଳା ସଂସ୍କୃତି ପରିଷଦ ଅଧ୍ୟକ୍ଷ ଡାଃ ଶୁଭଙ୍କର ମହାପାତ୍ର କାର୍ଯ୍ୟକ୍ରମରେ ସଭାପତିତ୍ଵ କରିଥିଲେ l ଡାବୁଗାଁ ଲୋକପ୍ରିୟ ବିଧାୟକ ମନୋହର ରନ୍ଧାରୀ କହିଥିଲେ, ମାଆ, ମାଟି ଓ ମଣିଷକୁ ସବୁଦିନ ମନେ ରଖିବା ଉଚିତ୍ l ନବରଙ୍ଗପୁରରେ ନଅ ଟି ରଙ୍ଗ ରହିଥିବା ବେଳେ ଭାଇଚାରା ସଂସ୍କୃତିକୁ ମିଶାଇ ତାହାକୁ ୯୦ ଟି ରଙ୍ଗରେ କରାଇଲେ ଜିଲ୍ଲାର ବିକାଶ ହୋଇ ପାରିବ l ନବରଙ୍ଗପୁର ମାଟିର କଳା ସଂସ୍କୃତି ଅତି ମହାନ୍ l ଅନ୍ୟମାନଙ୍କ ମଧ୍ୟରେ ଓଡିଶା ବିପର୍ଯ୍ୟୟ ପରିଚାଳନା ନିର୍ଦେଶକ ତଥା ଏଇ ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ଡାଃ କମଳ ଲୋଚନ ମିଶ୍ର ନବରଙ୍ଗପୁର ଜିଲ୍ଲାର କଳା ପରମ୍ପରା ଜୀବିତ ହୋଇ ରହିଛି ବୋଲି କହିଥିଲେ l ସି ଆର୍ ପି ଏଫ୍ କମାଣ୍ଡାଣ୍ଟ ଏନ୍ ଏନ୍ କେ ପ୍ରସାଦ, ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମିହିର କୁମାର ପଣ୍ଡା, କୋରାପୁଟ ଜିଲ୍ଲା ଆଇ ପି ଏସ୍ ଅଧିକାରୀ ଶିବା ମାରୁତି ରେଡ୍ଡୀ ପ୍ରମୂଖ କଳା ସଂସ୍କୃତି, ପରମ୍ପରା ସମ୍ପର୍କରେ ନିଜ ନିଜର ଅଭିଭାଷଣ ରଖିଥିଲେ l ମୁନ୍ ମୁନ୍ ସିଂ ମଞ୍ଚ ପରିଚାଳନା କରିଥିଲେ l ଅତିରିକ୍ତ ଜିଲ୍ଲାପାଳ ମହେଶ୍ଵର ଚନ୍ଦ୍ର ନାୟକ, ନବୀନ ଚନ୍ଦ୍ର ନାୟକ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ, ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ପିଏ ଆଇଟିଡିଏ ରାଜୀବ କୁମାର ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ଙ୍କ ସମେତ ଜିଲ୍ଲା ଓ ବ୍ଳକ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l ଏହା ପରେ ଡାବୁଗାଁ କୁସୁମବନ୍ଧ ସଙ୍ଗ୍ରାମୀ ସନୁ ମାଝୀ ଢେମସା ନୃତ୍ୟ ନବରଙ୍ଗପୁର ଜିଲ୍ଲା କଳା ଓ ସଂସ୍କୃତି ସଂଘ ଉପସଭାପତି ନାଟଗୁରୁ କାର୍ତ୍ତିକ ଭତ୍ରl ଙ୍କ ନିର୍ଦ୍ଦେଶିତ ଉକ୍ତ ନୃତ୍ୟ, ପୁରୀ ର ମାଲଖମ୍ବ, ନନ୍ଦାହାଣ୍ଡି ର ଦଣ୍ଡାରୀ ନୃତ୍ୟ, ପଶ୍ଚିମ ବଙ୍ଗ ର ପରିଲିଆ ଛଉ,ଝାଡ଼ଖଣ୍ଡ ର ଝୁମର ନୃତ୍ୟ ପରିବେଷଣ କରାଯାଇଥିଲା l ବଲିଉଡ଼ ରିଷି ସିଂ ଓ ଆର୍କେଷ୍ଟା୍ କାର୍ଯ୍ୟକ୍ରମରେ ଆନନ୍ଦରେ ଦର୍ଶକେ ଝୁମିଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

850 କୁଇଣ୍ଟାଲ ମଧ୍ୟାହ୍ନ ଭୋଜନ ଚାଉଳ ହଡପ, ତିର୍ତ୍ତୋଲରେ ବ୍ଲକ ଦୁର୍ନୀତିର ନଗ୍ନ ଚିତ୍ର

Sunil Chandra Nayak

“ରଙ୍ଗ ମସ୍କାର” ଶୀର୍ଷକ ଏକ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ

Sunil Chandra Nayak

ଜିଲ୍ଲାସ୍ତରୀୟ କୃଷି ମହୋତ୍ସବ ଓ କୃଷି ଯନ୍ତ୍ରପାତି ମେଳା ୨୦୨୪-୨୫ ଉଦଘାଟନ 

masiha

Leave a Comment

error: Content is protected !!