ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷାବିତ୍ ଚନ୍ଦ୍ରମଣି ମିଶ୍ରଙ୍କ ପରଲୋକ

ଶିକ୍ଷାବିତ୍ ଚନ୍ଦ୍ରମଣି ମିଶ୍ରଙ୍କ ପରଲୋକ 

କଟକ : କଟକ ସଦର ସରସ୍ବତୀ କଳା ପରିଷଦର ଉପଦେଷ୍ଟା ତଥା ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ପଙ୍କପାଳ ପଞ୍ଚାୟତ ନୁଆଶାଶନର ସମାଜସେବୀ ଶିକ୍ଷାବିତ୍ ଚନ୍ଦ୍ରମଣି ମିଶ୍ର(୮୨)ଙ୍କ କଟକ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି । ତାଙ୍କ ଶେଷ ସମୟରେ ତାଙ୍କ ବଡପୁଅ ଆଇନଜୀବୀ ପ୍ରସନ୍ନ ମିଶ୍ର,ସାନ ପୁଅ ବିପିନି ମିଶ୍ର,ଜ୍ୱାଇଁ ଶଶି ରଂଜନ ପଣ୍ଡା,ବିଭୂତି ଭୂଷଣ ନନ୍ଦ,ଶିଶିର ନନ୍ଦ,ରଶ୍ମି ରଞ୍ଜନ ସୁଆର ଉପସ୍ଥିତ ଥିଲେ । ପୁତୁରା ପ୍ରଶାନ୍ତ ମିଶ୍ର,ପ୍ରଦିପ୍ତ ମିଶ୍ର,ପ୍ରଣବ ମିଶ୍ର,ପ୍ରଭାସ ମିଶ୍ର ଓ ପୁତୁରା ବୋହୂ ଆରତୀ,ସ୍ମିତା ଓ ବିନ୍ଦି ଉପସ୍ଥିତ ଥିଲେ । ପୁତୁରା ଶାରଦା ଦାଶ, ଆଦିତ୍ୟ ଦାଶ,ଝିଅ କୁଲୁ ,ଲୁଲୁ,ଝୁଲୁ ଓ ଗୁଲି ତାଙ୍କ ମରଶରୀର ନିକଟରେ ଥିଲେ । ତାଙ୍କ ଭାଇ ତ୍ରୈଲୋକ୍ୟ , ଶଶିଭୂଷଣ, ରଂଜନ,କିଶୋର ଓ କୈଳାସ ଉପସ୍ଥିତ ଥିଲେ। ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ କୁଜଙ୍ଗ ଖଣ୍ଡର କାର୍ଯ୍ୟ କର୍ତା ଭାଇମାନେ ତାଙ୍କ ମରଶରୀରକୁ ଅନ୍ତିମ ଦର୍ଶନ କରିଥିଲେ ।ବୋହୂ,ନାତି ନାତୁଣୀ,ଉପସ୍ଥିତ ରହି ତାଙ୍କ ଗ୍ରାମ ମଶାଣିରେ ଶେଷ କୃତ୍ୟ ସମ୍ପନ୍ନ କରିଛନ୍ତି । ତାଙ୍କ ବିୟୋଗରେ ଅଞ୍ଚଳର ବୁଦ୍ଧିଜୀବି,ପଞ୍ଚାୟତର ସରପଞ୍ଚ,ସମିତି ସଭ୍ୟା ଓ ଗ୍ରାମବାସୀ ଉପସ୍ଥିତ ରହି ଶୋକ ସନ୍ତପ୍ତ ପରିବାରକୁ ସାନ୍ତ୍ଵନା ଦେଇଥିଲେ ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

 

Related posts

ଥନଟ ଗ୍ରାମକୁ ଭଲ ରାସ୍ତାଟିଏ କେବେ? ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଶୁଣାଣି କାର୍ଯ୍ୟ କ୍ରମରେ ଆର ଡି,ରାସ୍ତା ସଂଯୋଗ ପାଇଁ ଥନଟ ଗ୍ରାମବାସୀ ଙ୍କ ଅଭିଯୋଗ

Sunil Chandra Nayak

ରାଇରଙ୍ଗପୁରରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା; ସାମିଲ ହେଲେ ସାଂସଦ ,ବିଧାୟକ ପୌରାଧ୍ଯକ୍ଷ,; ବିଭିନ୍ନତା ମଧ୍ୟରେ ଏକତାର ବାର୍ତ୍ତା 

masiha

ନର୍ଲା ଯାଦବ ସମିତିର ସାଧାରଣ ତନ୍ତ୍ର ଦିବସ ପାଳିତ

masiha

Leave a Comment

error: Content is protected !!