ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଶା କର୍ମୀ ମାନଙ୍କ ଦକ୍ଷତା ବୃଦ୍ଧି ତାଲିମ ଶିବିର ଉଦଯାପିତ

ଆଶା କର୍ମୀ ମାନଙ୍କ ଦକ୍ଷତା ବୃଦ୍ଧି ତାଲିମ ଶିବିର ଉଦଯାପିତ

ଆସିକା, ୨୧/୧/୨୫ // ଆଶା କର୍ମୀ ମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ତିନୋଟି ସ୍ତରରେ ଚାଲିଥିବା ତାଲିମ ଶିବିର ଉଦଯାପିତ ହୋଇଯାଇଛି। ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର ଏମ ଭି କେ ଅଶୋକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ଶିବିର ଧରାକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ମୁଣ୍ତମରାଇ ସ୍ବାସ୍ଥ୍ୟ କେନ୍ଦ୍ର ଓ ଜଗମୋହନ ସ୍ବାସ୍ଥ୍ୟ କେନ୍ଦ୍ର ରେ ଛଅ ଦିନ ଧରି ଚାଲିଥିଲା । ତିନୋଟି ସ୍ଥାନରେ ଡ ଯୁଧିଷ୍ଟିର ପ୍ରଧାନ, ଡ ସଂଘମିତ୍ରା ଜେନା, ବି ପି ଏମ ଗୋଲକ ନାରାୟଣ ଗାରିଆଗା ଡୁ,ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ବିନାୟକ ସାହୁ,ବହୁମୁଖି ପୁରୁଷ ସ୍ବାସ୍ଥ୍ୟ କର୍ମୀ ଧର୍ମେନ୍ଦ୍ର ସାହୁ, ବହୁମୁଖି ମହିଳା ସ୍ୱାସ୍ଥ୍ୟ କର୍ମୀ ବିଷ୍ଣୁ ପ୍ରିୟା ରେଡ୍ଡୀ,ଜନସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଅଞ୍ଜନା ଖଣ୍ଡୁଆଳ ପ୍ରମୁଖ 104 ଜଣ ଆଶା କର୍ମୀ ଙ୍କୁ ମାତୃ ସ୍ବାସ୍ଥ୍ୟ,ଶିଶୁ ସ୍ବାସ୍ଥ୍ୟ, ଅଣ ସଂକ୍ରାମକ ରୋଗ,ଯକ୍ଷ୍ମା,ମ୍ୟାଲେରିଆ,ଡେଙ୍ଗୁ, ଡାଇରିଆ,କୁଷ୍ଠ ନିରାକରଣ ସହ ମିଲେଟ ଖାଦ୍ୟର ଉପଯୋଗୀତା ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ। ବାମ ସଞ୍ଜୟ କୁମାର ମହାରଣା ଶିବିର ଗୁଡ଼ିକୁ ପରିଚାଳନା କରିଥିଲେ।

ଆସିକା ରୁ ଶିବ ଶଙ୍କର ମିଶ୍ର ମସିହା ନ୍ୟୁଜ

Related posts

୧- ପ୍ରଶାସନ ଶୁଣିଲାନି, ଗାଁ ଲୋକେ ନିଜେ ନଳକୂପ ମରାମତି କଲେ , ୨- ତାଳଚେର ଉପକାରାଗାରରେ ପାଳିତ ହେବ ରକ୍ଷା ବନ୍ଧନ, ତାଳଚେର ୱାର୍କିଙ୍ଗ ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ, ୩- ସରସ୍ବତୀଙ୍କର ପାଞ୍ଚମାସ ହେଲା ଭତ୍ତାନାହିଁ ଅନାହାରରେ ବିତୁଛିଦିନ, ୪- ଜିରାଳ ଗାଁରେ ଜଣ୍ଡିସ ଆତଙ୍କ, ୯ ଛାତ୍ରଛାତ୍ରୀ ଆକ୍ରାନ୍ତ , ୫- କାଦୁଅ ରାସ୍ତାରେ ହନ୍ତସନ୍ତ କରଡସିଂହ କନ୍ଧସାହି ବାସନ୍ଦା, ୬- ନର୍ସିଂ ପାଠ୍ୟକ୍ରମ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ଧର୍ମଗଡ଼ ବିଧାୟକଙ୍କ ଜନ୍ମ ଦିନ ଅବସରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ

masiha

କିଆଜୋଡି ଠାରେ ପୋଲ ନାଳରେ କାର ଲେଉଟି ଅଳ୍ପକେ ବର୍ତ୍ତିଲେ ତିନିଜଣ ଯାତ୍ରୀ

masiha

Leave a Comment

error: Content is protected !!