ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉଦବୋଧନୀ କାର୍ଯ୍ୟକ୍ରମ 

ଉଦବୋଧନୀ କାର୍ଯ୍ୟକ୍ରମ 

ଡାବୁଗାଁ, ୨୮/୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ଵାମୀ ବିବେକାନନ୍ଦ ନବରଙ୍ଗପୁର ଯୁବ ଶାଖା ତରଫରୁ ଉଦବୋଧନୀ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ମହାନ୍ତି ଯୋଗଦେଇ ସ୍ଵାମୀ ବିବେକାନନ୍ଦଙ୍କର ଜୀବନ ଆଦର୍ଶ ରେ ଅନୁପ୍ରାଣିତ ହୋଇ ରାଷ୍ଟ୍ର ଗଠନରେ ନିଜକୁ ନିୟୋଜିତ କରିବା ପାଇଁ ଛାତ୍ରୀ ଛାତ୍ର ମାନଙ୍କୁ ଆହ୍ଵାନ ଦେଇଥିଲେ | ବିଦ୍ୟାଳୟ ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାହାକ ଉପସ୍ଥିତ ରହି ସ୍ଵାମୀ ବିବେକାନନ୍ଦଙ୍କ ଜୀବନୀ ଉପରେ ଛାତ୍ରୀ ଛାତ୍ର ମାନଙ୍କୁ ବକ୍ତବ୍ୟ ପ୍ରଦାନ କରିଥିଲେ | ଏଥିରେ ଅଧ୍ୟାପିକା ରଶ୍ମିତା ପାଢୀ, ଚିନ୍ମୟୀ ସୁନ୍ଦରା, ଅଧ୍ୟାପକ ସନ୍ତୋଷ ସିଂଲାଲ, ଶିବ ପ୍ରସାଦ ସାହୁ, ପଦମ ଭତ୍ରା, ପ୍ରଦୀପ ଭତ୍ରା, କୈଳାସ ମାଝି, ବରିଷ୍ଠ କିରାଣୀ ଦୟାନିଧି ଟାକ୍ରି ଏବଂ ଅନ୍ୟାନ୍ୟ କର୍ମଚାରୀ , ସମସ୍ତ ଛାତ୍ରୀ ଛାତ୍ର ମାନେ ଉପସ୍ଥିତ ଥିଲେ | ଉକ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପିକା ପ୍ରତୀକ୍ଷା ପ୍ରିୟଦର୍ଶନୀ ସ୍ଵାଇଁ ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ନବ ନିଯୁକ୍ତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କଲା କର୍ଲାମୁଣ୍ଡା ବ୍ଲକ କଂଗ୍ରେସ କମିଟି

Sunil Chandra Nayak

ୟୁରୋପିଆନ ପ୍ରତିନିଧି ଦଳଙ୍କ ରାଉରକେଲା ପରିଦର୍ଶନ

masiha

ଗୋପାଳ ଙ୍କୁ ଆଣ୍ଠେଇବା ଘଟଣା :ବିଜେଡି ପ୍ରତିନିଧି ଦଳଙ୍କ ପୀଡିତଙ୍କ ଗାଁ ଓ ଚନ୍ଦାହାଣ୍ଡି ଥାନା ଗସ୍ତ 

Leave a Comment

error: Content is protected !!