ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଇଡା ପୋଲିସ ପ୍ରଶାସନ ଆନୁକୁଲ୍ୟରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ 

କୋଇଡା ପୋଲିସ ପ୍ରଶାସନ ଆନୁକୁଲ୍ୟରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ 

କୋଇଡା -୩୦/୦୧ // ଜାନୁଆରୀ ୧ ତାରିଖରୁ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ସାରା ଦେଶ , ରାଜ୍ୟ ଏବଂ ସମସ୍ତ ଅଂଚଳରେ ସଡ଼କ ସୁରକ୍ଷା ମାସ ପାଳନ କାର୍ଯ୍ୟକ୍ରମ କରାଯାଉଅଛି ।ମଣିଷ ଜୀବନ ଦୁର୍ଲଭ ।ପରିବାରର ମୁଖ୍ୟ ଯଦି ଦୁର୍ଘଟଣାରେ ମୃତ୍ୟୁ ବରଣ କରେ ତା’ର ର ସମସ୍ତ ପରିବାର ଧ୍ବଂସ ହୋଇଯାଏ । ଦୁର୍ଘଟଣା ହିଁ ଦୁର୍ଘଟଣା । ଦୁର୍ଘଟଣା କାହାକୁ ପଚାରିବି ଆସେ ନାହିଁ । ତେଣୁ ସବୁବେଳେ ସମସ୍ତେ ପାରୁ ପର୍ଯ୍ୟନ୍ତ ସତର୍କ ଅବଲମ୍ବନ କରିବା ଉଚିତ । ଦୁର୍ଘଟଣା ରାସ୍ତାରେ, ଖଣିଖାଦାନରେ ଶିଳ୍ପ କାରଖାନାରେ,ବାତ୍ୟା ସମୟରେ,ଅଗ୍ନି ବିପନ୍ନ ରେ, ପୋଖରୀ,ନଦୀରେ, ବିଜୁଳି ବ୍ୟବହାର ସମୟରେ ,ବଜ୍ରାଘାତରେ, ହେଲିକେପ୍ଟରରେ, ଟ୍ରେନରେ,ବଡ଼ ବଡ଼ ମେଳାରେ,ସବୁଠି ଦୁର୍ଘଟଣା ଘଟିପାରେ ।କିନ୍ତୁ ବିଶେଷତଃ ସଡ଼କ ରାସ୍ତାଘାଟରେ ଦୁର୍ଘଟଣା ମାତ୍ରା ହୁଏ ହୁ ହୋଇ ବୃଦ୍ଧି ପାଉଛି ।ଯାହାକି ସରକାରଙ୍କ ସମେତ ବୁଦ୍ଧିଜୀବୀ , ସାମାଜିକ କର୍ମୀ, ସ୍ବେଛାସେବୀ ମହଲରେ ଚିନ୍ତା ବଢାଇ ଦେଇଛି ।ସଡ଼କ ସୁରକ୍ଷା ନେଇ ଆଜି ଗୁରୁବାର ପୂର୍ବାହ୍ନରେ କୋଇଡା ପୋଲିସ ପ୍ରଶାସନ ତରଫରୁ ଥାନାଧିକାରୀ ମନୋରଞ୍ଜନ କୁମ୍ଭାର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏକ ବିଶାଳ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।କୋଇଡା ଥାନା ପକ୍ଷରୁ କୋଇଡା ବ୍ଳକ କାର୍ଯ୍ୟାଳୟ ସମ୍ମୁଖରୁ ଏକ ସୁସଜ୍ଜିତ ସଡ଼କ ସଚେତନତା ଶୁଭାରମ୍ଭ ହୋଇଥିଲା । ଏଥିରେ ଵିଡିଓ ରଶ୍ମିରେଖା ପାତ୍ର, ଆଇଆଇସି ମନୋରଞ୍ଜନ କୁମ୍ଭାର, ଜିଲ୍ଲା ପରିଷଦ ସଦସ୍ୟ ଅଶୋକ ନାଏକ, ସରପଞ୍ଚ ହୃଷିକେଶ ଦେହୂରୀ ,କଲେଜ ର ଅଧ୍ୟାପକ ବୃନ୍ଦ ସବୁଜ ପତାକା ଦେଖାଇ ସଚେତନତା ରଥର ଶୁଭାରମ୍ଭ କରିଥିଲେ ।କଲେଜ ଛାତ୍ର ଛାତ୍ରୀ,ବିଦ୍ୟାଳୟର ଛାତ୍ର ଛାତ୍ରୀ ପ୍ରମୁଖ ସଡ଼କ ସୁରକ୍ଷା ସଚେତନତା ପ୍ଳାକାର୍ଡ ଧରି ବିଭିନ୍ନ ସ୍ଳୋଗାନ ବାର୍ତା ଦେକୋଇଡା ବଜାର ପରିକ୍ରମା କରି କୋଇଡା ଥାନା ପାଖରେ ପହଞ୍ଚିଥିଲେ । ଶୋଭାଯାତ୍ରାରେ ସଡ଼କ ସୁରକ୍ଷା,ଜୀବନ ରକ୍ଷା,ହେଲେମେଟ ପିନ୍ଧି ବାଇକ ଓ ସ୍କୁଟି ଚଳାଇବା,ବାଇକ ଚଳାଇବା ବେଳେ ମୋବାଇଲ କାନରେ ଲଗାଇ କଥା ନ ହେବା,କାର୍ ରେ ସିଟ୍ ବେଲଟ୍ ପିନ୍ଧି ବସିବା,ଟ୍ରାଫିକ ନିୟମ ମାନିବା,ଦୃତ ଗତିରେ ଗାଡି ନ ଚଳାଇବା,କମ ବୟସ୍କ ପିଲାମାନେ ବାଇକ୍ ନ ଚଳାଇବା, ଗାଡ଼ିରେ ଆବଶ୍ୟକୀୟ ଦସ୍ତାବିଜ ରଖିବା, ସରକାରଙ୍କ ପରିବହନ ନୀତି ମାନି ଚାଲିବା,ଗାଡ଼ି ଚାଳକ ମାନେ ଚକ୍ଷୁ ପରୀକ୍ଷା କରିବା,ଦୃତ ଗତିରେ ଗାଡି ଚଳାଈ ଅନ୍ୟ ଗାଡ଼ିକୁ ଅତିକ୍ରମ ନ କରିବା,ରାସ୍ତା ଘାଟରେ ଗାଈ,ଗୋରୁ ମଇଁଷି, ପଣ୍ଡା ନ ଛାଡିବା,ନିଶା ସେବନ କରି ଗାଡ଼ି ନ ଚଳାଇବା ଉପରେ ରାସ୍ତାରେ ଯାଉଥିବା ପଥିକ, ବାଇକ୍ ଆରୋହୀ,ଗାଡ଼ି ଚାଳକ ମାନଙ୍କୁ ଲିଫଲେଟ ଗୋଲାପ ଫୁଲ ଦେଇ ସଚେତନ କରା ଯାଇଥିଲା ।ଦୁଇ ଜଣ ଯମଵେଶ ନାରୀ ଗାଡ଼ି ଚାଳକ ମାନଙ୍କ ପାଖକୁ ଯାଇ ଗୋଲାପ ଫୁଲ ଦେଇ ସଡ଼କ ସୁରକ୍ଷା,ଜୀବନ ରକ୍ଷା, ପରିବାର ରକ୍ଷା,ସମାଜ ରକ୍ଷା ବାର୍ତ୍ତା ଶୁଣାଇଥିଲେ । ଏଥିରେ କୋଇଡା ଥାନାର ସମସ୍ତ କର୍ମଚାରୀ , ସ୍ଥାନୀୟ ନେତୃବୃନ୍ଦ, ସ୍ବେଛାସେବୀ ,ବୁଦ୍ଧିଜୀବୀ, ଅଧ୍ୟାପକ ,ଅଧ୍ୟାପିକା, ଶିକ୍ଷକ, ଶିକ୍ଷୟତ୍ରୀ,ଗଣମାଧ୍ୟମ ପ୍ରତିନିଧି ସାମିଲ ହୋଇଥିଲେ । ସମସ୍ତେ କହିଥିଲେ ଖଣିଖାଦାନ ଅଂଚଳରେ ସଡ଼କ ଦୁର୍ଘଟଣା ଓ ଖଣି ଦୁର୍ଘଟଣା ମାତ୍ରାଧିକ । ତେଣୁ ସମସ୍ତେ ସଚେତନ ହେବା ସହ ଅନ୍ଯ ମାନଙ୍କୁ ସଚେତନ କରାଇବା ପ୍ରତି ଧ୍ୟାନ ଦେବା ଉଚିତ ।କୋଇଡା ପୋଲିସର ଏଭଳି ସାମାଜିକ ଜନକଲ୍ଯାଣ କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଶଂସା କରାଯାଇଛି ।

କୋଇଡାରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ବୌଦ୍ଧ ଜିଲ୍ଲା ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ

Sunil Chandra Nayak

ଘରୋଇ ହିଂସା ମୁକାବିଲା ସମ୍ବନ୍ଧୀୟ ସଚେତନତା କର୍ମଶାଳା

masiha

ଡୁମେରମୁଣ୍ଡା ଗସ୍ତରେ କଳାହାଣ୍ଡି ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ

masiha

Leave a Comment

error: Content is protected !!