ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରଘୁନାଥପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ

ରଘୁନାଥପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ

ରାଉରକେଲା: ରଘୁନାଥପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଅପର୍ଣ୍ଣା ସାମଲଙ୍କ ସଭାପତିତ୍ବ ଓ ବରିଷ୍ଠ ଶିକ୍ଷୟିତ୍ରୀ ସବିତା ବସ୍ତିଆଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି,ବିଶ୍ରା ବ୍ଲକ ଶିକ୍ଷାଧିକାରୀ ସଦାନନ୍ଦ ପ୍ରଧାନ ମୁଖ୍ୟବକ୍ତା ଓ ସମ୍ମାନିତ ଅତିଥି ଭାବେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ, ସମାଜସେବୀ ପ୍ରମୋଦ କୁମାର ନାୟକ, ପ୍ରାକ୍ତନ ପ୍ରଧାନଶିକ୍ଷକ ଅନନ୍ତ କୁମାର ପାତ୍ର, ରଘୁନାଥପାଲି କ୍ଲଷ୍ଟର ର ସିଆରସିସି ବିଦ୍ୟୁତଲତା ସୂତାର, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷା କୁମତି ବେହେରା, ପ୍ରାକ୍ତନ ପ୍ରଧାନ ଶିକ୍ଷୟିତ୍ରୀ ବିଜୟିନୀ ଜେନା ଓ ପ୍ରାକ୍ତନ ଛାତ୍ର ସଂଘ ସଭାପତି ବିଭୁତି ଭୂଷଣ ପୁହାଣ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ତମ ନାଗରିକ, ଗୁରୁ,ଗୁରୁଜନ ତଥା ପିତାମାତାଙ୍କୁ ସମ୍ମାନ ସହ ବୈ।ଦ୍ଧିକ ବିକାଶ ଓ ଶିକ୍ଷାର ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ମୁଖ୍ୟଅତିଥି ଶ୍ରୀ ନାୟକ ବିଦ୍ୟାଳୟର ବିଭିନ୍ନ ଅସୁବିଧା ସମ୍ପର୍କରେ ଅବଗତ ହୋଇ ଏହାକୁ ଶିଘ୍ର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ସବିତା ବସ୍ତିଆ ଙ୍କ ନିର୍ଦ୍ଦେଶନାରେ ଏକ ସଚେତନତା ମୂଳକ ନାଟକ ଓ ନୃତ୍ୟାଭିନୟ କରାଯାଇଥିଲା। ଏଥିରେ ବବଲି ଗୈାଡ, ଧରିତ୍ରୀ ସାହୁ,ପୁନମ କଉଡି,ତନ୍ମୟ କୁମାର ଦାସ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ପ୍ରାରମ୍ଭରେ ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ସାମଲ ସ୍ବାଗତ ଅଭିଭାଷଣ ସହ ବାର୍ଷିକ ବିବରଣୀ ପାଠ କରିଥିଲେ। ବିଦ୍ୟୁତ କଲୋନୀ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସିଲା ନାଏକ, ସାମ୍ବାଦିକ ସୁଜ୍ଞାନୀ ରାୟ ପ୍ରମୁଖ ମଞ୍ଚାସୀନ ଥିଲେ। ଶେଷରେ ଶିକ୍ଷୟତ୍ରୀ ସୀମନ୍ତିନୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନା ରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଲିତା ସାହୁ, ଦେବେନ୍ଦ୍ର ସାହୁ,ସାଗରିକା ସାହୁ,ଆଲୁମନୀ ମନୋରମା ସେନାପତି, ମାନିନୀ ବାଗ୍, ଆକାଶ ରାଉତ, ମଧୁସ୍ମିତା ବାରିକ, କୁଳମଣି ବାରିକ, ସତ୍ୟରଞ୍ଜନ ବାରିକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାୟଗଡ଼ା ଜିଲ୍ଲା ସଦର ମହକୁମାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ଓ୍ବାଇବିପିଏସ ରୁପ୍ରାରୋଡର ବାର୍ଷିକୋତ୍ସବ ଉଦଯାପିତ

masiha

ସାଇନିଙ୍ଗ ୱାଲ୍ଡ ସ୍କୁଲ ର ବାର୍ଷିୋତ୍ସବ ଅନୁଷ୍ଠିତ

masiha

Leave a Comment

error: Content is protected !!