ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡ୍ରେନରେ ପଡି ଯୁବକ ମୃତ

ଡ୍ରେନରେ ପଡି ଯୁବକ ମୃତ

ଡାବୁଗାଁ, ୧୦/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଜଗନ୍ନାଥଗୁଡା ଗ୍ରାମରେ ଡ୍ରେନରେ ପଡି ଯାଇ ଜେନ ଯୁବକ ର ମୃତ୍ୟୁ ଘଟିଥିବା ନେଇ ବୁଧବାର ରାତିରେ ଡାବୁଗାଁ ଥାନାରେ ଅଭିଯୋଗ ହୋଇଥିଲା | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକ ଅଧୀନ ଜଗନ୍ନାଥଗୁଡା ଗ୍ରାମର ଖଗପତି ବିନ୍ଧାଣି (୪୦) ପ୍ରତିଦିନ ରାତିରେ ମଦ୍ୟପାନ କରି ଘରକୁ ଫେରିଥାନ୍ତି | ବୁଧବାର ଦିନ ରାତ୍ରିରେ ଅତ୍ୟଧିକ ମଦ୍ୟପାନ କରି ଘରକୁ ଫେରିଥିଲେ | ଫେରିବା ସମୟରେ ରାତ୍ର ପ୍ରାୟ ୮ ଘ. ରୁ ୯ ଘ. ସମୟ ହେବ ଘର ପାଖରେ ଥିବା ଡ୍ରେନ ଭିତରକୁ ପଡି ଯାଇ ଆହତ ହୋଇଥିଲେ | ଡ୍ରେନରେ ପଡିଯିବାରୁ ଖଗପତି ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା | ପରିବାର ଲୋକେ ସଙ୍ଗେ ସଙ୍ଗେ ଖଗପତିଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ସେଠାରେ ତାଙ୍କୁ ଡାକ୍ତର ପରୀକ୍ଷା କରି ମୃତ ଘୋଷଣା କରିଥିଲେ | ଏନେଇ ମୃତକ ର ସ୍ତ୍ରୀ ଫୁଲମତି ବିନ୍ଧାଣି ବୁଧବାର ରାତ୍ରୀ ୧୧.୩୦ ଘ. ସମୟରେ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲା କୁ ଭିତ୍ତି କରି ଗୁରୁବାର ସକାଳେ ଥାନା ଏଏସଆଇ ଗୋପାଳକୃଷ୍ଣ ହାଲୱା ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୧୨/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

କାମରେ ଆସୁନି ସରକାରୀ ଆଇ ବି ବଙ୍ଗଳା ଘର 

masiha

୫ଟି ରୂପାନ୍ତରିତ ପ୍ରତାପପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଲୋକାର୍ପିତ।

ଗୋଷ୍ଠୀ ଭିତ୍ତିକ ଜଳ ପରିଚାଳନା ଉପରେ ତାଲିମ 

Sunil Chandra Nayak

Leave a Comment

error: Content is protected !!