ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ ଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ଓଡ଼ିଆ ନବବର୍ଷ ବହୁ ଆଡମ୍ବରରେ ପାଳିତ ହୋଇଯାଇଛି

ରାୟଗଡ ଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ଓଡ଼ିଆ ନବବର୍ଷ ବହୁ ଆଡମ୍ବରରେ ପାଳିତ ହୋଇଯାଇଛି

ରାୟଗଡ:-୧୪/୦୪- ସ୍ଥାନୀୟ ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାୟକ, ସମ୍ମାନିତ ଅତିଥି ଉପଜିଲ୍ଲାପାଳ ରାୟଗଡ଼ ଶ୍ରୀ ରମେଶ ଚନ୍ଦ୍ର ଜେନା,ଶିକ୍ଷବିତ୍ତ ଡ୍. ଦୁଷ୍ମନ୍ତ କୁମାର ମହାନ୍ତି, ଅଧକ୍ଷା ଡ଼ ସରସ୍ବତୀ ରାୟ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ, ସମାଜ ସେବି ଵି କାନ୍ତl ରାଓ ମୁଖ୍ୟ ବକ୍ତା ପ୍ରାକ୍ତନ ଅଧ୍ୟକ୍ଷl ଡ଼ ବବିଳତା ସରାଫ ଯୋଗଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଅଧିକାରୀ, ୱାକର୍ସ କ୍ଲବର ସଦସ୍ୟ ମନେ ଓ ବିଭିନ୍ନ ଅନୁଷ୍ଠାନ ର ସଦସ୍ୟ, ସ୍ୱୟଂ ଶାସିତ ମହାବିଦ୍ୟାଳୟ ଓ ମହିଳା ମହାବିଦ୍ୟାଳୟର ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର କେଡେଟମାନେ ଯୋଗ ଦେଇଥିଲେ। ଓଡ଼ିଆ ନବବର୍ଷ ପାଳନ ଅବସର ରେ ଓଡିଶାର ମହାନ ପରମ୍ପରା ଓ ସଂସ୍କୃତି ଉପରେ ଆଲୋକପlତ କରିବା ସହ ଏହା ବଞ୍ଚାଇ ରଖିବାକୁ ନିବେଦନ କରିଥିଲେ l 

 ଏହି ଅବସରରେ ଛାତ୍ର ଛାତ୍ରୀ ମାନଂକ ମଧ୍ୟରେ ଝୋଟି ,ହୁଳୁହୁଳୀ ଆଦି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ମଧ୍ୟ କରାଯାଇଥିଲା । ସେହିଭଳି କାର୍ଯ୍ୟକ୍ରମରେ ପଣା ମଧ୍ୟ ବଣ୍ଟନ କରାଯାଇଥିଲା।ପରିଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୁସ୍ମିତା ବାଉରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

 

Related posts

ଅବସର ପରେ ବି କ୍ଷମତା ଉପଭୋଗ କରୁଛନ୍ତି କୁଳପତି : ନିଯୁକ୍ତିକୁ ନେଇ ବିବାଦ

ଜନସୁରକ୍ଷା ଯୋଜନା ଗୁଡିକର ପ୍ରଚାର ଓ ପ୍ରସାର ନିମନ୍ତେ ପଞ୍ଚାଯତ ସ୍ତରୀୟ ଅଭିଯାନ ପାଇଁ ଜିଲ୍ଲା ସ୍ତରୀୟ ପରାମର୍ଶ ସମିତି (ଡି.ଏଲ.ସି.ସି) ର ସ୍ବତନ୍ତ୍ର ବୈଠକ 

Sunil Chandra Nayak

ଡାକ ବିଭାଗର ମନମୁଖି କାର୍ଯ୍ୟ, ଆନ୍ଦୋଳନ ଓ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଲେ ଗ୍ରାମବାସୀ

Sunil Chandra Nayak

Leave a Comment

error: Content is protected !!