ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡା ଜିଲ୍ଳା ଆଇନ ସେବା ପ୍ରାଧିକରଣ ଦ୍ୱାରା ଆଇନ ସଚେତନତା କାର୍ଯ୍ୟକ୍ରମ

ରାୟଗଡା ଜିଲ୍ଳା ଆଇନ ସେବା ପ୍ରାଧିକରଣ ଦ୍ୱାରା ଆଇନ ସଚେତନତା କାର୍ଯ୍ୟକ୍ରମ

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଳା ଦୌରା ଜଜ୍ ଶ୍ରୀ ସତ୍ୟନାରାୟଣ ଷଡଙ୍ଗୀ ଙ୍କ ପରାମର୍ଶ କ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତାରେ ଅଦ୍ୟ ତା-୧୫.୦୫.୨୦୨୫ ରିଖ ଗୁରୁବାର ସମୟ ଘ.୧୦.୦୦ମି ସମୟ ରେ ସ୍ଥାନୀୟ ତାଡମା ପଞ୍ଛାୟତ ହଲ ରେ ସ୍ଥାୟୀ ଓ ନିରନ୍ତନ ଲୋକ ଅଦାଲତର କାର୍ଯକ୍ରମ, ମଧ୍ୟସ୍ଥତା ସମାଧାନ, ଆଇନସେବା ପ୍ରାଧିକରଣର ଆକ୍ଟ ୧୯୮୭ ଉପରେ ଏକ ଆଇନ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି I ଅନ୍ୟ ପ୍ରମୁଖ ଅତିଥି ମାନଙ୍କ ମଧ୍ୟରେ ରାୟଗଡା ବାର ଆସୋସିଏସନର ଆଇନଜୀବି କିଶୋର ସାହୁ, ଦେବରାଜ ନାୟକ, ଜିଲ୍ଲା ଆଇନସେବା ପ୍ରାଧିକରଣର ପ୍ରଣ୍ଟ ଅଫିସ ରିଟେନର ଭାରତୀ ତ୍ରିପାଠୀ, ତାଡମା ପଞ୍ଛାୟତର ସରପଞ୍ଛ ଆଲମେ ଜାକକା, ନାଏବ ସରପଞ୍ଛ କାନ୍ତାମା ମେଲାକା, ଜନସାଧାରଣ ପ୍ରମୁଖ ଉପସ୍ଥିତ ଥିଲେ I ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ନିଜର ବକ୍ତବ୍ୟରେ ସ୍ଥାୟୀ ଓ ନିରନ୍ତନ ଲୋକ ଅଦାଲତର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ I ସେହିପରି ଉପସ୍ଥିତ ଥିବା ଦେବରାଜ ନାୟକ ନିଜର ବକ୍ତବ୍ୟରେ ସରକାରଙ୍କ ତରଫରୁ ଉପଲବ୍ଧ ଥିବା ବିଭିନ୍ନ ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ I ପରିଶେଷରେ ଶ୍ରୀ କିଶୋର ସାହୁ ନିଜର ବକ୍ତବ୍ୟରେ ଆଇନ ସେବା ପ୍ରାଧିକରଣର ଆଇନ ଓ ମଧ୍ୟସ୍ଥତା କେନ୍ଦ୍ରରେ ସମାଧାନ କରାଯାଉଥିବା ବିଭିନ୍ନ ବିବାଦ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ I ୤କାର୍ଯ୍ୟକ୍ରମ ପରିଶେଷରେ ଏକ ଖୋଲା ଆଲୋଚନାରେ ଉପସ୍ଥିତ ଅତିଥିମାନେ ଅଂଶଗ୍ରହଣକାରୀ ମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ୤ I ପରିଶେଷରେ ଜିଲ୍ଲା ଆଇନସେବା ପ୍ରାଧିକରଣର ପ୍ରଣ୍ଟ ଅଫିସ ରିଟେନର ଉପସ୍ଥିତ ଅତିଥିମାନଙ୍କୁ ଧନ୍ୟବାଦ ପ୍ରଦାନ କରିବା ସହିତ ନିଜର ବକ୍ତବ୍ୟରେ ବିଭିନ୍ନ ଅସୁବିଧା ସମୟରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ଦ୍ୱାରସ୍ଥ ହେବା ପାଇ ସମସ୍ତ ଜନସାଧାରଣ ମାନଙ୍କୁ ବୁଝାଇଥିଲେ I ସର୍ବୋପରି ଏହି କାର୍ଯ୍ୟକ୍ରମରେ ତାଡମା ପଞ୍ଛାୟତର ସମସ୍ତ ଜନସାଧାରଣ ଓ ମାନ୍ୟବର ଅତିଥି ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କ ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ସଫଳତାର ସହିତ ଶେସ ହୋଇଛି ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ମୁଖ୍ୟ ଚିକତ୍ସାଲୟ ରେ ବିରଳ ଚିକିତ୍ସା

Sunil Chandra Nayak

ଶ୍ରମିକ ଯୁବକ ସଂଘ କଇଁପୁର ର ନୂତନ ପଦବୀ ଓ ପାକଣା ପାଟ୍ ର ଦେହୁରୀ ଚୟନ

masiha

ପବିତ୍ର ଉତ୍କଳ ଦିବସ ଉପଲକ୍ଷେ ସାଇପ୍ରିୟା ୱେଲଫର ଟ୍ରଷ୍ଟ ତରଫରୁ ଦହିପଣା ଓ ତରଭୁଜ ଖଣ୍ଡ ବଣ୍ଟନ 

masiha

Leave a Comment

error: Content is protected !!